+2 ପିଲାଙ୍କ ପାଇଁ ବଡ଼ ଖୁସି ଖବର: CHSE ଦେଲା ଶେଷ ସୁଯୋଗ, ୧୮ ଡିସେମ୍ବର ଯାଏଁ କରିପାରିବେ ଫର୍ମ ପୂରଣ

Deviprasad Mohanty Picture
Published On

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ କୌଣସି ଅନିବାର୍ଯ୍ୟ କାରଣରୁ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରି ନାହାନ୍ତି, ସେମାନଙ୍କୁ ପରିଷଦ ପକ୍ଷରୁ ଶେଷ ସୁଯୋଗ ପ୍ରଦାନ କରାଯାଇଛି। ଏଭଳି ଛାତ୍ରଛାତ୍ରୀମାନେ ଆସନ୍ତା ଡିସେମ୍ବର ୧୮ ତାରିଖ ସୁଦ୍ଧା ଫର୍ମ ପୂରଣ କରିପାରିବେ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ଫର୍ମ ପୂରଣ ତାରିଖ ବୃଦ୍ଧି ହେବା କାରଣରୁ ଆଡମିଟ କାର୍ଡ ମିଳିବା ତାରିଖରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ବଦଳରେ ଏବେ ଡିସେମ୍ବର ୧୯ ତାରିଖରେ ଆଡମିଟ କାର୍ଡ ଉପଲବ୍ଧ ହେବ। ତେବେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପରିଷଦ ପକ୍ଷରୁ ନିୟମ କୋହଳ କରାଯାଇଛି। ବିନା ଆଡମିଟ କାର୍ଡରେ ମଧ୍ୟ ପିଲାମାନେ ଇଣ୍ଟରନାଲ ପରୀକ୍ଷା ଦେଇପାରିବେ। କେବଳ ରେଜିଷ୍ଟ୍ରେସନ ନମ୍ବର ଆଧାରରେ ଇଣ୍ଟରନାଲ ପରୀକ୍ଷା ଦେବାକୁ ଅନୁମତି ମିଳିବ। କିନ୍ତୁ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଡମିଟ କାର୍ଡ ବାଧ୍ୟତାମୂଳକ ରହିବ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ରାଜ୍ୟରେ ଯୁକ୍ତ ଦୁଇ ସ୍ତରରେ ଡ୍ରପ୍ ଆଉଟ୍ ସଂଖ୍ୟା କମାଇବା ପାଇଁ CHSE ଏହି ପଦକ୍ଷେପ ନେଇଛି। ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ ପରିଡା ଏବଂ ଅଧ୍ୟାପକ ଝର ମେହେର ସୂଚନା ପ୍ରଦାନ କରିଛନ୍ତି। ଯେଉଁମାନେ ବଞ୍ଚିତ ହୋଇଛନ୍ତି, ସେମାନେ ତୁରନ୍ତ ଏହି ସୁଯୋଗର ଲାଭ ଉଠାଇବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର