ସ୍ୱାସ୍ଥ୍ୟକ୍ଷେତ୍ରରେ ୩ଟି ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

The Sakala Picture
Published On

ଭୁବନେଶ୍ବର: ରାଜ୍ୟର ସ୍ୱାସ୍ଥ୍ୟସେବାର ଉପଲବ୍ଧିକୁ ନେଇ ବିଜେଡି ଏକ ସମ୍ବାଦିକ ସମ୍ମିଳନୀ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକୁ ସମ୍ପଦ ଭାବେ ଗ୍ରହଣ କରିଛନ୍ତି। ତେଣୁ ରାଜ୍ୟର ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ବିବେଚନା କରନ୍ତି। ଫଳରେ ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩ଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି। କିଭଳି ପ୍ରତ୍ୟେକ ଲୋକ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇବେ। ଭଲ ଚିକିତ୍ସା ପାଇବେ ଓ ଶସ୍ତାରେ କିଭଳି ଗୁଣାତ୍ମକ ଚିକିତ୍ସା ପାଇବେ ସେ ନେଇ ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ବର: ରାଜ୍ୟର ସ୍ୱାସ୍ଥ୍ୟସେବାର ଉପଲବ୍ଧିକୁ ନେଇ ବିଜେଡି ଏକ ସମ୍ବାଦିକ ସମ୍ମିଳନୀ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକୁ ସମ୍ପଦ ଭାବେ ଗ୍ରହଣ କରିଛନ୍ତି। ତେଣୁ ରାଜ୍ୟର ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ବିବେଚନା କରନ୍ତି। ଫଳରେ ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩ଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି। କିଭଳି ପ୍ରତ୍ୟେକ ଲୋକ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇବେ। ଭଲ ଚିକିତ୍ସା ପାଇବେ ଓ ଶସ୍ତାରେ କିଭଳି ଗୁଣାତ୍ମକ ଚିକିତ୍ସା ପାଇବେ ସେ ନେଇ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଥାନ୍ତି।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

ସ୍ୱାସ୍ଥ୍ୟର ପ୍ରତିଶୋଧକ ଟୀକା ମୁଖ୍ୟ। ତେଣୁ କୋଭିଡ ସମୟରେ ୯୦ ପ୍ରତିଶତ ଲୋକଙ୍କୁ ରାଜ୍ୟସରକାର ଟୀକା ଦେଇଛନ୍ତି । ଯାହାକି ଜାତୀୟ ହାରଠାରୁ ମଧ୍ୟ ଅଧିକ। ଏହାସହ ଯଦି ପୁଣି କେବେ କୋଭିଡ ମହାମାରୀ ଭଳି ଅବସ୍ଥା ଆସେ ସେଥିପାଇଁ ସରକାର ପ୍ରସ୍ତୁତି କରିଛନ୍ତି। ଖେଳ ଭିତ୍ତିଭୂମିର ବିକାଶ କରାଯାଇଛି ଲୋକଙ୍କୁ ଫିଟ୍ ରଖିବା ପାଇଁ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଓଡ଼ିଶାରେ ୨୨-୨୩ରେ ୨୫୨୫  ଡାକ୍ତର ଓ ୧୦୪୪ ବିଶାରଦ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ସେହିଭଳି ଗତ ୪ ବର୍ଷରେ ୪ ହଜାର ଡାକ୍ତର , ୯ ହଜାର ନର୍ସ ନିଯୁକ୍ତି ହୋଇଛନ୍ତି। ଏମିତି କି ଓଡ଼ିଆ ମିଡିୟମରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଡାକ୍ତରି ପାଠରେ ୧୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଯେଉ ଯୋଜନା ପୃଥିବୀରେ ବିରଳ। ଏହା ମଧ୍ୟରେ ଗରିବ ଲୋକ ବଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି। ରାଜ୍ୟରେ ୬୫୨ ହସ୍ପିଟାଲ, ରାଜ୍ୟ ବାହାରେ ୧୬୪ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି। ଏଥିରେ କୋଟିଏ ଲୋକ ସାମିଲ ହୋଇଛନ୍ତି। ୨୦୨୦ରେ ୭୦ ପ୍ରତିଶତ ଲୋକ ଥିବା ବେଳେ ଏବେ ଏହା ମାତ୍ର ୧୦ ରୁ ୧୧ ପ୍ରତିଶତରେ ପହଁଚିଛି।

ନିରାମୟ ଯୋଜନାରେ ମାଗଣାରେ ୭୫୦ଟି ଔଷଧ ମିଳୁଛି। ନିଦାନରେ ମାଗଣାରେ ପରୀକ୍ଷା ହେଉଛି। ୧୦୮ ଆମ୍ବୁଲାନ୍ସ ଦ୍ୱାରା ଲୋକ ଡାକ୍ତରଖାନା ପହଁଚି ପାରୁଛନ୍ତି। ୨୦ ମିନିଟରେ ରୋଗୀ ଡାକ୍ତରଖାନାରେ ପହଞ୍ଚି ପାରୁଛନ୍ତି। ଆମ କ୍ଲିନିକ ପାଇଁ ମଧ୍ୟ ଅନେକ ଲୋକ ସୁବିଧା ପାଇ ପାରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବାୟୁସେନା ମାଧ୍ୟମରେ ଡାକ୍ତରମାନେ ଗାଁକୁ ଯାଇ ଚିକିତ୍ସା କରିବେ। ମୋବାଇଲ କ୍ଲିନିକର ବ୍ୟବସ୍ଥା ହୋଇଛି। ବିଏସକେଓ୍ବାଇ ପାଇଁ ୨୦୦୫ରୁ ୨୦୨୦ ଶିଶୁ ମୃତ୍ୟୁ ହାର ୭୫ ରୁ ୩୬କୁ ଖସିଛି।
ମାତୃମୃତ୍ୟୁହାରରେ ବି ଜାତୀୟ ହାରଠୁ ଓଡିଶା କମ୍ । ମ୍ୟାଲେରିଆ ସର୍ବୋଚ୍ଚ ୯୪ ପ୍ରତିଶତ କମିଛି । ସରକାର କୀଟାଣୁ ନାସକ ମଶାରୀ ଯୋଗାଇ ଦିଆଯାଇଛି । ଟିବି ମଧ୍ୟ କମିଛି ବୋଲି ବିଜେଡିର ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି।

23 Feb 2024 By The Sakala

ସ୍ୱାସ୍ଥ୍ୟକ୍ଷେତ୍ରରେ ୩ଟି ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ବର: ରାଜ୍ୟର ସ୍ୱାସ୍ଥ୍ୟସେବାର ଉପଲବ୍ଧିକୁ ନେଇ ବିଜେଡି ଏକ ସମ୍ବାଦିକ ସମ୍ମିଳନୀ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକୁ ସମ୍ପଦ ଭାବେ ଗ୍ରହଣ କରିଛନ୍ତି। ତେଣୁ ରାଜ୍ୟର ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ବିବେଚନା କରନ୍ତି। ଫଳରେ ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩ଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି। କିଭଳି ପ୍ରତ୍ୟେକ ଲୋକ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇବେ। ଭଲ ଚିକିତ୍ସା ପାଇବେ ଓ ଶସ୍ତାରେ କିଭଳି ଗୁଣାତ୍ମକ ଚିକିତ୍ସା ପାଇବେ ସେ ନେଇ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଥାନ୍ତି।

ସ୍ୱାସ୍ଥ୍ୟର ପ୍ରତିଶୋଧକ ଟୀକା ମୁଖ୍ୟ। ତେଣୁ କୋଭିଡ ସମୟରେ ୯୦ ପ୍ରତିଶତ ଲୋକଙ୍କୁ ରାଜ୍ୟସରକାର ଟୀକା ଦେଇଛନ୍ତି । ଯାହାକି ଜାତୀୟ ହାରଠାରୁ ମଧ୍ୟ ଅଧିକ। ଏହାସହ ଯଦି ପୁଣି କେବେ କୋଭିଡ ମହାମାରୀ ଭଳି ଅବସ୍ଥା ଆସେ ସେଥିପାଇଁ ସରକାର ପ୍ରସ୍ତୁତି କରିଛନ୍ତି। ଖେଳ ଭିତ୍ତିଭୂମିର ବିକାଶ କରାଯାଇଛି ଲୋକଙ୍କୁ ଫିଟ୍ ରଖିବା ପାଇଁ।

ଓଡ଼ିଶାରେ ୨୨-୨୩ରେ ୨୫୨୫  ଡାକ୍ତର ଓ ୧୦୪୪ ବିଶାରଦ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ସେହିଭଳି ଗତ ୪ ବର୍ଷରେ ୪ ହଜାର ଡାକ୍ତର , ୯ ହଜାର ନର୍ସ ନିଯୁକ୍ତି ହୋଇଛନ୍ତି। ଏମିତି କି ଓଡ଼ିଆ ମିଡିୟମରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଡାକ୍ତରି ପାଠରେ ୧୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଯେଉ ଯୋଜନା ପୃଥିବୀରେ ବିରଳ। ଏହା ମଧ୍ୟରେ ଗରିବ ଲୋକ ବଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି। ରାଜ୍ୟରେ ୬୫୨ ହସ୍ପିଟାଲ, ରାଜ୍ୟ ବାହାରେ ୧୬୪ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି। ଏଥିରେ କୋଟିଏ ଲୋକ ସାମିଲ ହୋଇଛନ୍ତି। ୨୦୨୦ରେ ୭୦ ପ୍ରତିଶତ ଲୋକ ଥିବା ବେଳେ ଏବେ ଏହା ମାତ୍ର ୧୦ ରୁ ୧୧ ପ୍ରତିଶତରେ ପହଁଚିଛି।

ନିରାମୟ ଯୋଜନାରେ ମାଗଣାରେ ୭୫୦ଟି ଔଷଧ ମିଳୁଛି। ନିଦାନରେ ମାଗଣାରେ ପରୀକ୍ଷା ହେଉଛି। ୧୦୮ ଆମ୍ବୁଲାନ୍ସ ଦ୍ୱାରା ଲୋକ ଡାକ୍ତରଖାନା ପହଁଚି ପାରୁଛନ୍ତି। ୨୦ ମିନିଟରେ ରୋଗୀ ଡାକ୍ତରଖାନାରେ ପହଞ୍ଚି ପାରୁଛନ୍ତି। ଆମ କ୍ଲିନିକ ପାଇଁ ମଧ୍ୟ ଅନେକ ଲୋକ ସୁବିଧା ପାଇ ପାରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବାୟୁସେନା ମାଧ୍ୟମରେ ଡାକ୍ତରମାନେ ଗାଁକୁ ଯାଇ ଚିକିତ୍ସା କରିବେ। ମୋବାଇଲ କ୍ଲିନିକର ବ୍ୟବସ୍ଥା ହୋଇଛି। ବିଏସକେଓ୍ବାଇ ପାଇଁ ୨୦୦୫ରୁ ୨୦୨୦ ଶିଶୁ ମୃତ୍ୟୁ ହାର ୭୫ ରୁ ୩୬କୁ ଖସିଛି।
ମାତୃମୃତ୍ୟୁହାରରେ ବି ଜାତୀୟ ହାରଠୁ ଓଡିଶା କମ୍ । ମ୍ୟାଲେରିଆ ସର୍ବୋଚ୍ଚ ୯୪ ପ୍ରତିଶତ କମିଛି । ସରକାର କୀଟାଣୁ ନାସକ ମଶାରୀ ଯୋଗାଇ ଦିଆଯାଇଛି । ଟିବି ମଧ୍ୟ କମିଛି ବୋଲି ବିଜେଡିର ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର