ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡି ହେଲା ନୂଆ ଅଧ୍ୟାୟ, ପୂର୍ବ ଭାରତର ସବୁଠାରୁ ବଡ ସରକାରୀ ଇକମୋ ୟୁନିଟ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

କଟକ : କଟକ ବଡ ମେଡିକାଲରେ ଆରମ୍ଭ ହେଲା ବ୍ୟୟବହୁଳ ଇକମୋ ଚିକିତ୍ସା । ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିଛନ୍ତି । ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ । କଟକ ବଡ ମେଡିକାଲରେ ସବୁଦାୟ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। ଯାହା ରାଜ୍ୟର ରୋଗୀମାନଙ୍କୁ ମାଗଣାରେ ଏହି ବ୍ୟୟବହୁଳ ଇକମୋ ଚିକିତ୍ସା ଯୋଗାଇବ। ଇକମୋ ଚିକିତ୍ସା ସେବାର […]

କଟକ : କଟକ ବଡ ମେଡିକାଲରେ ଆରମ୍ଭ ହେଲା ବ୍ୟୟବହୁଳ ଇକମୋ ଚିକିତ୍ସା । ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିଛନ୍ତି । ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ । କଟକ ବଡ ମେଡିକାଲରେ ସବୁଦାୟ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। ଯାହା ରାଜ୍ୟର ରୋଗୀମାନଙ୍କୁ ମାଗଣାରେ ଏହି ବ୍ୟୟବହୁଳ ଇକମୋ ଚିକିତ୍ସା ଯୋଗାଇବ।

ଆହୁରି ପଢ଼ନ୍ତୁ: ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ

ଆହୁରି ପଢ଼ନ୍ତୁ: ଜମିଜମା ବିବାଦକୁ କେନ୍ଦ୍ରକରି ଝିଆରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ଦାଦା

ଇକମୋ ଚିକିତ୍ସା ସେବାର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଓଡ଼ିଶାରେ ହିଁ ଚିକିତ୍ସିତ ହେବେ ରୋଗୀ । ଏହି ଚିକିତ୍ସା ବେଶ ଅର୍ଥ ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇଦେବେ । ଏହି ଚିକିତ୍ସାରେ ଯାହା ବି ଖର୍ଚ୍ଚ ହେବ ଲୋକଙ୍କ ଉପରେ ପଡିବ ନାହିଁ । ସବୁ ଖର୍ଚ୍ଚ ସରକାର ବହନ କରିବେ । ଏଥି ସହିତ ମୁଖ୍ୟମନ୍ତ୍ରୀ କରୋନାର ତୃତୀୟ ଲହରର ନେଇ ଓଡିଶାବାସୀଙ୍କ ସତର୍କ କରାଇଛନ୍ତି। ଶିଶୁ ମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞ କହୁଛନ୍ତି । ତେଣୁ ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ଗାଇଡଲାଇନ ମାନିବା ସହ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ପିଲାଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍

ସୂଚନାଯୋଗ୍ୟ କରୋନା ଯୋଗୁଁ ଯେଉଁମାନଙ୍କର ଲଙ୍ଗସ ଇନଫେକସନ ହେଉଥିଲା ଓ ଗୁରୁତର ହେଉଥିଲେ ସେମାନଙ୍କ ପାଇଁ ଇକମୋ ଚିକିତ୍ସାର ଆବଶ୍ୟକତା ପଡୁଥିଲା । ଦ୍ୱିତୀୟ ଲହର ସମୟରେ ଏହି ମେସିନର ବେଶୀ ଆବଶ୍ୟକତା ସାମନାକୁ ଆସିଥିଲା । ରାଜ୍ୟର ଏହି ଚିକିତ୍ସାର ସୁବିଧା ନଥିବାରୁ ଅନେକ ରୋଗୀ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚେନ୍ନାଇ, କୋଲାକାତା ଭଳି ସହରକୁ ଯାଇ ଚିକିତ୍ସିତ ହୋଇଥିଲେ । ଅତ୍ୟନ୍ତ ଆବଶ୍ୟକତା ଦୃଷ୍ଟିରୁ ସେତେବେଳେ ଏସସିବିରେ ଇକମୋ ୟୁନିଟ୍ ସ୍ଥାପନ ପାଇଁ ନିଷ୍ପତି ନେଇଥିଲେ ସରକାର । ଆଉ ଘୋଷଣାର ୩ ମାସ ମଧ୍ୟରେ କଟକ ବଡ ମେଡିକାଲରେ ଇକମୋ ଚିକିତ୍ସା ସେବା କାର୍ଯ୍ୟକ୍ଷମ ହୋଇଛି । କଟକ ବଡ଼ ଡାକ୍ତରଖାନାରେ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ । ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଏଥିପାଇଁ ଦିଆଯାଇଛି ତାଲିମ।

27 Aug 2021 By The Sakala

ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡି ହେଲା ନୂଆ ଅଧ୍ୟାୟ, ପୂର୍ବ ଭାରତର ସବୁଠାରୁ ବଡ ସରକାରୀ ଇକମୋ ୟୁନିଟ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ : କଟକ ବଡ ମେଡିକାଲରେ ଆରମ୍ଭ ହେଲା ବ୍ୟୟବହୁଳ ଇକମୋ ଚିକିତ୍ସା । ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିଛନ୍ତି । ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ । କଟକ ବଡ ମେଡିକାଲରେ ସବୁଦାୟ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। ଯାହା ରାଜ୍ୟର ରୋଗୀମାନଙ୍କୁ ମାଗଣାରେ ଏହି ବ୍ୟୟବହୁଳ ଇକମୋ ଚିକିତ୍ସା ଯୋଗାଇବ।

ଇକମୋ ଚିକିତ୍ସା ସେବାର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଓଡ଼ିଶାରେ ହିଁ ଚିକିତ୍ସିତ ହେବେ ରୋଗୀ । ଏହି ଚିକିତ୍ସା ବେଶ ଅର୍ଥ ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇଦେବେ । ଏହି ଚିକିତ୍ସାରେ ଯାହା ବି ଖର୍ଚ୍ଚ ହେବ ଲୋକଙ୍କ ଉପରେ ପଡିବ ନାହିଁ । ସବୁ ଖର୍ଚ୍ଚ ସରକାର ବହନ କରିବେ । ଏଥି ସହିତ ମୁଖ୍ୟମନ୍ତ୍ରୀ କରୋନାର ତୃତୀୟ ଲହରର ନେଇ ଓଡିଶାବାସୀଙ୍କ ସତର୍କ କରାଇଛନ୍ତି। ଶିଶୁ ମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞ କହୁଛନ୍ତି । ତେଣୁ ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ଗାଇଡଲାଇନ ମାନିବା ସହ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ପିଲାଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ କରୋନା ଯୋଗୁଁ ଯେଉଁମାନଙ୍କର ଲଙ୍ଗସ ଇନଫେକସନ ହେଉଥିଲା ଓ ଗୁରୁତର ହେଉଥିଲେ ସେମାନଙ୍କ ପାଇଁ ଇକମୋ ଚିକିତ୍ସାର ଆବଶ୍ୟକତା ପଡୁଥିଲା । ଦ୍ୱିତୀୟ ଲହର ସମୟରେ ଏହି ମେସିନର ବେଶୀ ଆବଶ୍ୟକତା ସାମନାକୁ ଆସିଥିଲା । ରାଜ୍ୟର ଏହି ଚିକିତ୍ସାର ସୁବିଧା ନଥିବାରୁ ଅନେକ ରୋଗୀ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚେନ୍ନାଇ, କୋଲାକାତା ଭଳି ସହରକୁ ଯାଇ ଚିକିତ୍ସିତ ହୋଇଥିଲେ । ଅତ୍ୟନ୍ତ ଆବଶ୍ୟକତା ଦୃଷ୍ଟିରୁ ସେତେବେଳେ ଏସସିବିରେ ଇକମୋ ୟୁନିଟ୍ ସ୍ଥାପନ ପାଇଁ ନିଷ୍ପତି ନେଇଥିଲେ ସରକାର । ଆଉ ଘୋଷଣାର ୩ ମାସ ମଧ୍ୟରେ କଟକ ବଡ ମେଡିକାଲରେ ଇକମୋ ଚିକିତ୍ସା ସେବା କାର୍ଯ୍ୟକ୍ଷମ ହୋଇଛି । କଟକ ବଡ଼ ଡାକ୍ତରଖାନାରେ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ । ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଏଥିପାଇଁ ଦିଆଯାଇଛି ତାଲିମ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର