ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଗୁପ୍ତ ତଥ୍ୟ ଲିକ ମାମଲା : ଦୁବାଇ ପରେ ଆସିଲା ମୁମ୍ବାଇ ଲିଙ୍କ୍

The Sakala Picture
Published On

ଭୁବନେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ବଡ଼ ଟ୍ୱିଷ୍ଟ । ଦୁବାଇ ପରେ ଆସିଲା ମୁମ୍ବାଇ ଲିଙ୍କ୍ । ଗୁପ୍ତ ତଥ୍ୟ ଲିକରେ ରହିଛି ଆଉ ଜଣେ ମହିଳାଙ୍କ ସମ୍ପର୍କ । ଏନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ସନ୍ଦିଗ୍ଧ ରହସ୍ୟମୟୀ ମହିଳା ଜଣଙ୍କ ଜଣେ ଅଭିଯୁକ୍ତଙ୍କୁ ୪୦ ହଜାର ଟଙ୍କା ଆବଶ୍ୟକତା ଥିବା କହିଥିଲେ । ୨୦୨୧ ଏପ୍ରିଲ୍ ୧୮ ତାରିଖରେ ସନ୍ଦିଗ୍ଧ ମହିଳା ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ […]

ଭୁବନେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ବଡ଼ ଟ୍ୱିଷ୍ଟ । ଦୁବାଇ ପରେ ଆସିଲା ମୁମ୍ବାଇ ଲିଙ୍କ୍ । ଗୁପ୍ତ ତଥ୍ୟ ଲିକରେ ରହିଛି ଆଉ ଜଣେ ମହିଳାଙ୍କ ସମ୍ପର୍କ । ଏନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ସନ୍ଦିଗ୍ଧ ରହସ୍ୟମୟୀ ମହିଳା ଜଣଙ୍କ ଜଣେ ଅଭିଯୁକ୍ତଙ୍କୁ ୪୦ ହଜାର ଟଙ୍କା ଆବଶ୍ୟକତା ଥିବା କହିଥିଲେ । ୨୦୨୧ ଏପ୍ରିଲ୍ ୧୮ ତାରିଖରେ ସନ୍ଦିଗ୍ଧ ମହିଳା ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ଅଭିଯୁକ୍ତ । ପରେ ଟଙ୍କା ନେବାର ଦିନକ ପରେ ସନ୍ଦିଗ୍ଧ ମହିଳା ଜଣଙ୍କ ଅଭିଯୁକ୍ତକୁ ୧୯ ତାରିଖରେ ଟଙ୍କା ଫେରାଇ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସବୁଠୁ ବଡ଼ କଥା ହେଉଛି ଏହି ଟଙ୍କା ଚାନ୍ଦିପୁରର ଜଣେ ଯୁବକଙ୍କ ଆକାଉଣ୍ଟରେ ଜମା ହୋଇଛି । ଅଭିଯୁକ୍ତ ପଠାଇଥିବା ଟଙ୍କା ମୁମ୍ବାଇର ୨ ଜଣ ପୁରୁଷ ଆକାଉଣ୍ଟକୁ ଯାଇଥିଲା । ପରେ ରହସ୍ୟମୟୀ ମହିଳା କ୍ୟାସ୍ ଡିପୋଜିଟ୍ କରି ଅଭିଯୁକ୍ତକୁ ଟଙ୍କା ଫେରାଇ ଦେଇଥିଲେ । ଟଙ୍କା ଡିପୋଜିଟ୍ କରିଥିବା ଲୋକଙ୍କୁ ଚିହ୍ନଟ ପାଇଁ କ୍ରାଇମବ୍ରାଞ୍ଚ ଉଦ୍ୟମ କରୁଛି । ଅଭିଯୁକ୍ତକୁ ଟଙ୍କା ପଠାଇଥିବା ମୁମ୍ବାଇ ଆକାଉଣ୍ଟକୁ ଠାବ କରିବା ପାଇଁ ମୁମ୍ବାଇ ଯିବ କ୍ରାଇମବ୍ରାଞ୍ଚର ୨ଟି ଟିମ୍ । ତେବେ ୪୦ ହଜାର ଟଙ୍କା ନେଇ ଫେରାଇ ଦେଇଥିବା ରହସ୍ୟମୟୀ ଜଣଙ୍କ କିଏ ? ୟୁକେ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବା ସନ୍ଦିଗ୍ଧ ଇଏ ନୁହଁନ୍ତି ତ ? ଏନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଦ୍ଵିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଇକ ଆଖଡାରେ ଦର୍ଶକ ବିଭୋର

06 Nov 2021 By The Sakala

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଗୁପ୍ତ ତଥ୍ୟ ଲିକ ମାମଲା : ଦୁବାଇ ପରେ ଆସିଲା ମୁମ୍ବାଇ ଲିଙ୍କ୍

ଭୁବନେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ବଡ଼ ଟ୍ୱିଷ୍ଟ । ଦୁବାଇ ପରେ ଆସିଲା ମୁମ୍ବାଇ ଲିଙ୍କ୍ । ଗୁପ୍ତ ତଥ୍ୟ ଲିକରେ ରହିଛି ଆଉ ଜଣେ ମହିଳାଙ୍କ ସମ୍ପର୍କ । ଏନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ସନ୍ଦିଗ୍ଧ ରହସ୍ୟମୟୀ ମହିଳା ଜଣଙ୍କ ଜଣେ ଅଭିଯୁକ୍ତଙ୍କୁ ୪୦ ହଜାର ଟଙ୍କା ଆବଶ୍ୟକତା ଥିବା କହିଥିଲେ । ୨୦୨୧ ଏପ୍ରିଲ୍ ୧୮ ତାରିଖରେ ସନ୍ଦିଗ୍ଧ ମହିଳା ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ଅଭିଯୁକ୍ତ । ପରେ ଟଙ୍କା ନେବାର ଦିନକ ପରେ ସନ୍ଦିଗ୍ଧ ମହିଳା ଜଣଙ୍କ ଅଭିଯୁକ୍ତକୁ ୧୯ ତାରିଖରେ ଟଙ୍କା ଫେରାଇ ଦେଇଥିଲେ ।

ସବୁଠୁ ବଡ଼ କଥା ହେଉଛି ଏହି ଟଙ୍କା ଚାନ୍ଦିପୁରର ଜଣେ ଯୁବକଙ୍କ ଆକାଉଣ୍ଟରେ ଜମା ହୋଇଛି । ଅଭିଯୁକ୍ତ ପଠାଇଥିବା ଟଙ୍କା ମୁମ୍ବାଇର ୨ ଜଣ ପୁରୁଷ ଆକାଉଣ୍ଟକୁ ଯାଇଥିଲା । ପରେ ରହସ୍ୟମୟୀ ମହିଳା କ୍ୟାସ୍ ଡିପୋଜିଟ୍ କରି ଅଭିଯୁକ୍ତକୁ ଟଙ୍କା ଫେରାଇ ଦେଇଥିଲେ । ଟଙ୍କା ଡିପୋଜିଟ୍ କରିଥିବା ଲୋକଙ୍କୁ ଚିହ୍ନଟ ପାଇଁ କ୍ରାଇମବ୍ରାଞ୍ଚ ଉଦ୍ୟମ କରୁଛି । ଅଭିଯୁକ୍ତକୁ ଟଙ୍କା ପଠାଇଥିବା ମୁମ୍ବାଇ ଆକାଉଣ୍ଟକୁ ଠାବ କରିବା ପାଇଁ ମୁମ୍ବାଇ ଯିବ କ୍ରାଇମବ୍ରାଞ୍ଚର ୨ଟି ଟିମ୍ । ତେବେ ୪୦ ହଜାର ଟଙ୍କା ନେଇ ଫେରାଇ ଦେଇଥିବା ରହସ୍ୟମୟୀ ଜଣଙ୍କ କିଏ ? ୟୁକେ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବା ସନ୍ଦିଗ୍ଧ ଇଏ ନୁହଁନ୍ତି ତ ? ଏନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର