ପୁଣି ଅଶାନ୍ତ ବ୍ରହ୍ମପୁର: ୯ଦିନରେ ୩ ଏନକାଉଣ୍ଟର, ପୁଲିସ ଗୁଳିରେ ଅଭିଯୁକ୍ତ ଜଗା ସାହୁ ଆହତ

Madhusudan Das Picture
Published On

ବ୍ରହ୍ମପୁର: ପୁଣି ଅଶାନ୍ତ ବ୍ରହ୍ମପୁର । ୯ଦିନରେ ୩ ଏନକାଉଣ୍ଟର । ପୁଲିସ ଏନକାଉଣ୍ଟରରେ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ ଆହତ । ଗତକାଲି ସନ୍ଧ୍ୟାରେ ବଡ଼ବଜାର ଥାନା ଅଞ୍ଚଳର ମଙ୍ଗଳା ବେହେରାଙ୍କୁ ବିଚ ରାସ୍ତାରେ ଅପରାଧୀ ଗୋଷ୍ଟି ଗୋଟିଏ ପରେ ଗୋଟିଏ ଖଣ୍ଡା ଚୋଟ ପକାଇ ବର୍ବରର ସୀମା ଟପିଯାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକି ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଥିଲା। ଅପରାଧୀମାନଙ୍କ କାଉଣ୍ଟର ଆକ୍ରମଣର ପୁଲିସ ଜବାବ ଦେବାକୁ ଯାଇ ରବିବାର ବିଳମ୍ବିତ ରାତ୍ର ଜଗା ଓରଫ ଜଗନ୍ନାଥ ସାହୁଙ୍କୁ ଏନକାଉଣ୍ଟର କରିଛି। 

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ପୋଲିସ ଗୁଳିରେ ଜଗାର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାରୁ ତାଙ୍କୁ ଏବେ ଏମକେସିଜି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ଏବେ ପୁଲିସ ହେପାଜତରେ ଚିକିତ୍ସାଧୀନ ରହିଛନ୍ତି। ବିଗତ ୯ଦିନରେ ତିନୋଟି ବର୍ବର କାଣ୍ଡରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଏବେ ଗୁଳି କରିସାରିଛି। 

ଆହୁରି ପଢ଼ନ୍ତୁ: ପରୀକ୍ଷା ଅବ୍ୟବସ୍ଥାକୁ ନେଇ ନବୀନଙ୍କ କ୍ଷୋଭ: ଭରସା ଭାଙ୍ଗିଛି ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ସହ ଆଲୋଚନା କରନ୍ତୁ ସରକାର

ପ୍ରକାଶ ଥାଉକି ଗତ ୧୬ ତାରିଖରେ ଲାଞ୍ଜିପଲି ଅଞ୍ଚଳର ଜଣେ ଭେଟେରାନ କ୍ରିମିନାଲ ଦିପୁ ନାୟକ ଓରଫ ଦିପୁନାଙ୍କ ସହ ଗୋପାଳପୁର ପୁଲିସର ମୁହାଁମୁହିଁ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିରେ ଦିପୁନା ଗୁରୁତର ହୋଇଥିଲେ। ସେହିପରି ଗତ ୧୮ ତାରିଖରେ ଗିରିରୋଡରେ ଅପରାଧୀ ଗୋଷ୍ଟି ଅନ୍ୟ ଏକ ଗୋଷ୍ଠିର ଉମେଶ ରଥଙ୍କୁ ବିଚ ରାସ୍ତାରେ ଆକ୍ରମଣ କରିବା ସହ ବର୍ବରତାର ସୀମା ଟପିଯାଇଥିଲେ। ଏହି ଘଟଣାରେ ଟାଉନ ଥାନା ପୋଲିସ ମୁକେଶ ସାହୁଙ୍କୁ ଟାମଣା ଘାଟିରେ ଗତ ୨୦ରେ ଏନକାଉଣ୍ଟର କରି ଆହତ କରିଦେଇଥିଲା।

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

25 May 2026 By Madhusudan Das

ପୁଣି ଅଶାନ୍ତ ବ୍ରହ୍ମପୁର: ୯ଦିନରେ ୩ ଏନକାଉଣ୍ଟର, ପୁଲିସ ଗୁଳିରେ ଅଭିଯୁକ୍ତ ଜଗା ସାହୁ ଆହତ

ବ୍ରହ୍ମପୁର: ପୁଣି ଅଶାନ୍ତ ବ୍ରହ୍ମପୁର । ୯ଦିନରେ ୩ ଏନକାଉଣ୍ଟର । ପୁଲିସ ଏନକାଉଣ୍ଟରରେ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ ଆହତ । ଗତକାଲି ସନ୍ଧ୍ୟାରେ ବଡ଼ବଜାର ଥାନା ଅଞ୍ଚଳର ମଙ୍ଗଳା ବେହେରାଙ୍କୁ ବିଚ ରାସ୍ତାରେ ଅପରାଧୀ ଗୋଷ୍ଟି ଗୋଟିଏ ପରେ ଗୋଟିଏ ଖଣ୍ଡା ଚୋଟ ପକାଇ ବର୍ବରର ସୀମା ଟପିଯାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକି ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଥିଲା। ଅପରାଧୀମାନଙ୍କ କାଉଣ୍ଟର ଆକ୍ରମଣର ପୁଲିସ ଜବାବ ଦେବାକୁ ଯାଇ ରବିବାର ବିଳମ୍ବିତ ରାତ୍ର ଜଗା ଓରଫ ଜଗନ୍ନାଥ ସାହୁଙ୍କୁ ଏନକାଉଣ୍ଟର କରିଛି। 

ପୋଲିସ ଗୁଳିରେ ଜଗାର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାରୁ ତାଙ୍କୁ ଏବେ ଏମକେସିଜି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ଏବେ ପୁଲିସ ହେପାଜତରେ ଚିକିତ୍ସାଧୀନ ରହିଛନ୍ତି। ବିଗତ ୯ଦିନରେ ତିନୋଟି ବର୍ବର କାଣ୍ଡରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଏବେ ଗୁଳି କରିସାରିଛି। 

ପ୍ରକାଶ ଥାଉକି ଗତ ୧୬ ତାରିଖରେ ଲାଞ୍ଜିପଲି ଅଞ୍ଚଳର ଜଣେ ଭେଟେରାନ କ୍ରିମିନାଲ ଦିପୁ ନାୟକ ଓରଫ ଦିପୁନାଙ୍କ ସହ ଗୋପାଳପୁର ପୁଲିସର ମୁହାଁମୁହିଁ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିରେ ଦିପୁନା ଗୁରୁତର ହୋଇଥିଲେ। ସେହିପରି ଗତ ୧୮ ତାରିଖରେ ଗିରିରୋଡରେ ଅପରାଧୀ ଗୋଷ୍ଟି ଅନ୍ୟ ଏକ ଗୋଷ୍ଠିର ଉମେଶ ରଥଙ୍କୁ ବିଚ ରାସ୍ତାରେ ଆକ୍ରମଣ କରିବା ସହ ବର୍ବରତାର ସୀମା ଟପିଯାଇଥିଲେ। ଏହି ଘଟଣାରେ ଟାଉନ ଥାନା ପୋଲିସ ମୁକେଶ ସାହୁଙ୍କୁ ଟାମଣା ଘାଟିରେ ଗତ ୨୦ରେ ଏନକାଉଣ୍ଟର କରି ଆହତ କରିଦେଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର