ଗ୍ରାହକ ବେଶରେ ଶିକାରୀକୁ ମାଡି ବସିଲା ଏସଟିଏଫ; ବାଘ ଓ ହରିଣ ଛାଲ ଜବତ, ଜଣେ ଗିରଫ

The Sakala Picture
Published On

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ । ଗ୍ରାହକ ବେଶରେ ଶିକାରୀକୁ ମାଡ଼ି ବସିଲା ଏସଟିଏଫ ଟିମ୍ । ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ ହୋଇଛି । ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ଏସଟିଏଫ୍ । ରାକେଟରେ ଆଉ କିଏ ସଂପୃକ୍ତ ଅଛନ୍ତି, ସେନେଇ ପଚରାଉଚରା ଚାଲିଛି । ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରେ ବନ୍ୟପ୍ରାଣୀ ଚମଡ଼ା କାରବାର ଚାଲିଥିବା […]

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ । ଗ୍ରାହକ ବେଶରେ ଶିକାରୀକୁ ମାଡ଼ି ବସିଲା ଏସଟିଏଫ ଟିମ୍ । ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ ହୋଇଛି । ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ଏସଟିଏଫ୍ । ରାକେଟରେ ଆଉ କିଏ ସଂପୃକ୍ତ ଅଛନ୍ତି, ସେନେଇ ପଚରାଉଚରା ଚାଲିଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରେ ବନ୍ୟପ୍ରାଣୀ ଚମଡ଼ା କାରବାର ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ୍ଚା ଚାରିଛକର ଫରେଷ୍ଟ ବଙ୍ଗଳାରେ ୫ ଦିନ ହେବ ଡେରା ପକାଇଥିଲା । ଗତକାଲି ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ଏସ୍‌ଟିଏଫ୍ ହରଭଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ସୂଚନା ଆଧାରରେ ଗ୍ରାକ ବେଶରେ ଯାଇ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଏସ୍‌ଟିଏଫ୍ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ କଲତାପତରିଆ ବାଘର ଛାଲ ସହିତ ଦୁଇଟି ହରିଣ ଛାଲ ଜବତ କରିଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର