ରାମଗଡ଼ ଗ୍ରାମବାସୀଙ୍କ ପ୍ରଚେଷ୍ଟା ପାଇଁ ବାଦୁଡ଼ିଙ୍କ କିଚିରିମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ପୁରା ପରିବେଶ

The Sakala Picture
Published On

ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ସନ୍ଧ୍ୟାହେଲେ ଗାଁ ଗାଁ ରେ କାନରେ ଗୁଞ୍ଜରିତ ହେଉଥିଲା ବିରଳ ସ୍ତନ୍ୟପାୟୀ ପକ୍ଷୀ ବାଦୁଡ଼ିର କିଚିରିମିଚିରି ଶବ୍ଦ। ତେବେ ଏହି ଶବ୍ଦ ଆଉ ଏବେ ପ୍ରାୟ କାନକୁ ଶୁଭୁ ନାହିଁ। କିନ୍ତୁ ବୌଦ୍ଧ ଜିଲ୍ଲାରେ ଆଜିବି ଏଭଳି ସ୍ଥାନ ଅଛି ଯେଉଁଠି ଗ୍ରାମବାସୀଙ୍କ ପ୍ରଚେଷ୍ଟା ପାଇଁ ହଜାର ହଜାର ସଂଖ୍ୟାରେ ବାଦୁଡ଼ିଙ୍କ କିଚିରିମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ପୁରା ପରିବେଶ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଗନ୍ନାଥ ସଡକରେ ବୌଦ୍ଧ ଠାରୁ ୨୦ […]

ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ସନ୍ଧ୍ୟାହେଲେ ଗାଁ ଗାଁ ରେ କାନରେ ଗୁଞ୍ଜରିତ ହେଉଥିଲା ବିରଳ ସ୍ତନ୍ୟପାୟୀ ପକ୍ଷୀ ବାଦୁଡ଼ିର କିଚିରିମିଚିରି ଶବ୍ଦ। ତେବେ ଏହି ଶବ୍ଦ ଆଉ ଏବେ ପ୍ରାୟ କାନକୁ ଶୁଭୁ ନାହିଁ। କିନ୍ତୁ ବୌଦ୍ଧ ଜିଲ୍ଲାରେ ଆଜିବି ଏଭଳି ସ୍ଥାନ ଅଛି ଯେଉଁଠି ଗ୍ରାମବାସୀଙ୍କ ପ୍ରଚେଷ୍ଟା ପାଇଁ ହଜାର ହଜାର ସଂଖ୍ୟାରେ ବାଦୁଡ଼ିଙ୍କ କିଚିରିମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ପୁରା ପରିବେଶ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଗନ୍ନାଥ ସଡକରେ ବୌଦ୍ଧ ଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ରାମଗଡ଼ ଗ୍ରାମ। ଗ୍ରାମର ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ କେଦାରେଶ୍ୱର ମନ୍ଦିର ପରିସରରେ ଥିବା ବୃହତ ଗଛମାନଙ୍କରେ ରହନ୍ତି ହଜାର ହଜାର ସଂଖ୍ୟାରେ ବାଦୁଡ଼ି। ଗ୍ରାମବାସୀଙ୍କ ସଂରକ୍ଷଣରେ ଅଛନ୍ତି ଏସବୁ ବାଦୁଡ଼ି। ସେହିପରି ଗାଁକୁ ଏହି ବାଦୁଡ଼ିମାନେ କୌଣସି ପ୍ରାକୃତିକ ବିପଦ ଆପଦରୁ ସୁରକ୍ଷା ଦେଉଛନ୍ତି ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି। ଗ୍ରାମର ବରିଷ୍ଠଙ୍କ କହିବା ଅନୁସାରେ ଅଳ୍ପ ସଂଖ୍ୟକ ବାଦୁଡ଼ି ପ୍ରଥମେ ଗାଁର ଏକ ତେନ୍ତୁଳି ଗଛରେ ରହୁଥିଲେ। ଗାଁକୁ କିଛି ବିପଦ ଆସିବାର ଥିଲେ ଏମାନେ ସଙ୍କେତ ଦେଇଥାନ୍ତି। ସଙ୍କେତ ସ୍ୱରୂପ ଯେତେବେଳେ ବିପଦ ଆସେ ବାଦୁଡ଼ି ମାନେ ବାରମ୍ୱାର ସ୍ଥାନ ବା ନିଜ ବସା ପରିବର୍ତ୍ତନ କରିଥାନ୍ତି। ପରିଶେଷରେ ଏମାନେ ଏବେ ଆଶ୍ରୟ ନେଇଛନ୍ତି ଗାଁ ମୁଣ୍ଡରେ ଥିବା ଶୈବ ପୀଠରେ। କେଦାରେଶ୍ୱର ମନ୍ଦିର ପରିସରରେ ଭଗବାନ ଶିବଙ୍କ ଶରଣକୁ ଆସିଥିବା ବିଶ୍ୱାସ କରି ୩୦ ବର୍ଷରୁ ଅଧିକ ସମୟ ହେଲା ମନ୍ଦିର ପୂଜାରୀ ଓ ଗ୍ରାମବାସୀଙ୍କ ସୁରକ୍ଷା ଯୋଗୁଁଁ ଏବେ ବାଦୁଡ଼ିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣତଃ ଖାଦ୍ୟ ଉପଯୋଗୀ ମାଂସ ପାଇଁ, ଏହାର ମାଂସରେ ଔଷଧୀୟ ଗୁଣ ଥିବା ବିଶ୍ୱାସ କରି ବାଦୁଡ଼ିର ଶୀକାର କରାଯାଏ। ତେବେ ଏଠାରେ ବାସ କରୁଥିବା ବାଦୁଡ଼ିଙ୍କୁ ଯଦି କିଏ ଶିକାର କରିବାକୁ ଚେଷ୍ଟା କରେ ଉକ୍ତ ବ୍ୟକ୍ତି ଠାରୁ ଗ୍ରାମବାସୀ ଗ୍ରାମସଭାରେ ବଡ ଜରିମାନ ଆଦାୟ କରିଥାନ୍ତି। ତେଣୁ ଜରିମାନା ଭୟରେ ବାଦୁଡ଼ି ଶିକାର ପାଇଁ କେହି ସାହାସ କରନ୍ତି ନାହିଁ ବୋଲି ଗ୍ରାମବାସୀ କହନ୍ତି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ସାଧାରଣତଃ ଜନଗହଳି, ଆଲୋକ, ଉଚ୍ଚ ଶବ୍ଦ ଠାରୁ ଦୂରତା ବଜାଇ ରଖୁଥିବା ବାଦୁଡ଼ିମାନଙ୍କ ପରିବେଶ ସନ୍ତୁଳନରେ ମଧ୍ୟ ଅନେକ ଭୂମିକା ରହିଛି। ଏମାନେ ଫଳର ପରାଗସଙ୍ଗମ ଏବଂ କୃଷି କ୍ଷେତ୍ରରୁ କୀଟ ପତଙ୍ଗ ହ୍ରାସ କରିବାରେ ସାହାଯ୍ୟ କରନ୍ତି। ପରିବେଶ ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ସଂଘ ଆଇୟୁସିଏନର ତଥ୍ୟ ପ୍ରକାରେ ପରିସ୍ଥାନର ଅଭାବ, ଜଳବାୟୁ ପରିବର୍ତ୍ତନ, ରାସାୟନିକ କୀଟନାଶକର ବହୁଳ ବ୍ୟବହାର ଯୋଗୁଁଁ ପୃଥିବୀରେ ବାସ କରୁଥିବା ପ୍ରାୟ ୧୪୦୦ ପ୍ରଜାତିର ବାଦୁଡ଼ିଙ୍କ ମଧ୍ୟରୁ ୨୦୦ରୁ ଊର୍ଦ୍ଧ୍ବ ପ୍ରଜାତି ବିଲୁପ୍ତପ୍ରାୟ ଅବସ୍ଥାରେ ଅଛନ୍ତି। ତେବେ ଏଭଳି ଏକ ବିଚିତ୍ର ଏବଂ ବିଲୁପ୍ତପ୍ରାୟ ପ୍ରାଣୀର ସୁରକ୍ଷା ପାଇଁ ରାମଗଡ଼ ଗ୍ରାମବାସୀଙ୍କ ପ୍ରୟାସ ନିଶ୍ଚିତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର