ବିଶ୍ୱାସ ଓ ପରମ୍ପରାର ଅନନ୍ୟ ଉଦାହରଣ ଢିଙ୍କି ପୂଜା

The Sakala Picture
Published On

ହରଭଙ୍ଗା(ଭାଗବତ ମେହେର): ଦିନଥିଲା ଧାନରୁ ଚାଉଳ ବାହାର କରିବା ହେଉ ଅବା ପିଠା ପାଇଁ ଚୁନାକୁଟା ହେଉ ଲୋକେ ଢିଙ୍କି ଉପରେ ନିର୍ଭର କରୁଥିଲେ। ସମୟକ୍ରମେ ଧାନକଳ, ଚୁଡ଼ାକଳ ସମେତ ଘରେ ଘରେ ଗ୍ରାଇଣ୍ଡର୍‌ର ବହୁଳ ବ୍ୟବହାର ଯୋଗୁଁ ଢିଙ୍କିର ଗୁରୁତ୍ୱ କମିବାରେ ଲାଗିଛି। ଅନେକ ଗାଁରୁ ଢିଙ୍କି ପ୍ରାୟ ଲୋପପାଇବାରୁ ବସିଲାଣି। ଏପରିସ୍ଥଳେ ବୌଦ୍ଧ ଜିଲ୍ଲାର ଅନେକ ଅଞ୍ଚଳରେ ଲୋକଙ୍କ ବିଶ୍ୱାସ ରହିଛି ଢିଙ୍କି ଥିଲେ ମା’ ଲକ୍ଷ୍ମୀ କୁଆଡେ଼ ଅବସ୍ଥାନ କରିଥା’ନ୍ତି। ସେହିକ୍ରମେ ଅନେକ […]

ହରଭଙ୍ଗା(ଭାଗବତ ମେହେର): ଦିନଥିଲା ଧାନରୁ ଚାଉଳ ବାହାର କରିବା ହେଉ ଅବା ପିଠା ପାଇଁ ଚୁନାକୁଟା ହେଉ ଲୋକେ ଢିଙ୍କି ଉପରେ ନିର୍ଭର କରୁଥିଲେ। ସମୟକ୍ରମେ ଧାନକଳ, ଚୁଡ଼ାକଳ ସମେତ ଘରେ ଘରେ ଗ୍ରାଇଣ୍ଡର୍‌ର ବହୁଳ ବ୍ୟବହାର ଯୋଗୁଁ ଢିଙ୍କିର ଗୁରୁତ୍ୱ କମିବାରେ ଲାଗିଛି। ଅନେକ ଗାଁରୁ ଢିଙ୍କି ପ୍ରାୟ ଲୋପପାଇବାରୁ ବସିଲାଣି। ଏପରିସ୍ଥଳେ ବୌଦ୍ଧ ଜିଲ୍ଲାର ଅନେକ ଅଞ୍ଚଳରେ ଲୋକଙ୍କ ବିଶ୍ୱାସ ରହିଛି ଢିଙ୍କି ଥିଲେ ମା’ ଲକ୍ଷ୍ମୀ କୁଆଡେ଼ ଅବସ୍ଥାନ କରିଥା’ନ୍ତି। ସେହିକ୍ରମେ ଅନେକ ପରିବାର ଏବେ ବି ଘରେ ଢିଙ୍କି ରଖି ପୂଜା କରୁଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ପୁରୁଣା ଲୋକଙ୍କ କହିବାନୁଯାୟୀ ପୂର୍ବରୁ କୌଣସି କଳକବଜା ନ ଥିଲା। ଫଳରେ ଘରେ ଘରେ ବିବାହ, ବନ୍ଦାପଣା, ପୂଜା, ନୁଆଁଖାଇ ଭଳି ପର୍ବପର୍ବାଣୀ ଆଦି ପଡ଼ିଲେ ଲୋକମାନେ କେବଳ ଢିଙ୍କିର ବ୍ୟବହାର କରୁଥିଲେ। ଢିଙ୍କି ଦ୍ୱାରା ଧାନରୁ ଚାଉଳ, ଚୁନା, ଚୁଡ଼ା ଏବଂ ମୁଢି ଚାଉଳ, ଗହମ ଏପରିକି ଅଦା, ରସୁଣ ମଧ୍ୟ ଭୋଜି କାର୍ଯ୍ୟରେ ଛେଚି ପ୍ରସ୍ତୁତ କରିଥାନ୍ତି। ଢିଙ୍କିରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଅତି ଭିଟାମିନ ଯୁକ୍ତ, ସ୍ୱାଦିଷ୍ଟ ହୋଇଥାଏ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

କିନ୍ତୁ ଆଧୁନିକ ଯୁଗରେ ଆସର ମେଲେଇ ବସିଛି ନୂଆ ନୂଆ କଳକବ୍‌ଜା। ଅଳ୍ପ ସମୟରେ ବସ୍ତା ବସ୍ତା ଚାଉଳ, ଗହମ, ଚୁଡ଼ା ପେସା ଯାଇପାରୁଛି। କିନ୍ତୁ ଏହି ପୁରୁଣା ପରମ୍ପରା ସଂସ୍କୃତି ଲୋପ ପାଇ ବସିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଢିଙ୍କିକୁ ମହିଳାମାନେ ଅନ୍ନପୂର୍ଣ୍ଣା ଭାବେ ପୂଜା କରିଥା’ନ୍ତି। କଥାରେ କୁହନ୍ତି ଯାହା ଘରେ ଢିଙ୍କି ରହିଥାଏ ତାହାଘରେ ମା’ଲକ୍ଷ୍ମୀଙ୍କ ଆସ୍ଥାନ ରହିଥାଏ। ସେନେଇ ଆଜିବି ବୌଦ୍ଧ ଜିଲ୍ଲାର କିଛି ଗାଁରେ କାଁ ଭାଁ ଢ଼ିଙ୍କି ରହିଛି, କେବଳ ଠାକୁରାଣୀଙ୍କ ନବାହ୍ନ ଭୋଗ ହେଉକି କି ପୂଜା କାର୍ଯ୍ୟରେ ଆବଶ୍ୟତା ହେଉଥିବା ଭୋଗ ରାଗର ପ୍ରସ୍ତୁତି ଢିଙ୍କି ଦ୍ୱାରା ହିଁ କାର୍ଯ୍ୟ ଜାରିରହିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ବର୍ତ୍ତମାନ ବି ଆଧୁନିକତା ଯୁଗରେ ଲୋପ ପାଇଯାଉଥିବା ଢିଙ୍କି ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଗୁଡ଼ିକରେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଢିଙ୍କିର ପାଇଁ ଏକ ୮/ରୁ ୧୦ ଫୁଟ ଲମ୍ୱ,୧୦ଇଞ୍ଚ ଗୋଲେଇର ଏକ ସବଳ କାଠ ଦରକାର ହୋଇଥାଏ। କାଠର ଆଗରେ ଏକ କଣା କରି ତା ମଧ୍ୟରେ ଏକ ୨ଫୁଟ ଭିତରେ ଏକ ଛୋଟ କାଠ କିଳାର ମୂଳରେ ଲୁହା ବଳା ଲଗାଇ ଖଞ୍ଜା ଯାଇଥାଏ। ପରେ ମାଟି ଉପରେ ଏକ କାଠଶାଳରେ ଗାତ କରାଯାଇଥିବା ବେଳେ ଢିଙ୍କି କୁଟିବା ସମୟରେ ଏପଟ ସେପଟ ନ ହେବା ପାଇଁ ଢିଙ୍କି ମଝିରେ ଉଭୟ ପାଶ୍ୱର୍ରେ ଗାତ ଖୋଳି ଦୁଇଟି କାଠ ପୋତିଦିଆଯାଇଥାଏ। ଯେତେବେଳେ ଧାନ ଚାଉଳ ଚୁନା ଆଦି ପ୍ରସ୍ତୁତ କରିବାକୁ ହେଲେ ଦୁଇଜଣ ମହିଳା ଆବଶ୍ୟକ ତା ରହିଥାଏ। ଜଣେ ଢିଙ୍କିର ଶେଷ ମୁଣ୍ଡରେ ଗୋଡ଼ ସାହାଯ୍ୟ ରେ ଢିଙ୍କି କୁଟୁଥିବା ବେଳେ ଅନ୍ୟଜଣେ ଆଗରେ ରହି ଧାନ, ଚାଉଳ, ଆଦି ଗାତରେ ସାଉଁଟି ନେଇଥାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର