ସାପ ମୁହଁରୁ ନିଜ ମାଲିକର ଜୀବନର ବଞ୍ଚାଇଲା ପୋଷା କୁକୁର

The Sakala Picture
Published On

ବୌଦ୍ଧ:ସ୍ୱାର୍ଥ ପାଇଁ ମଣିଷ ମଣିଷର ଗଳା କାଟିବାକୁ ପଛାଉନାହିଁ। କେତେବେଳେ ମାଲିକକୁ ହତ୍ୟାକରି ସମ୍ପତି ଲୁଟି ନେଲାଣି ତ ଆଉ କେତେବେଳେ ମାଲିକର ବିଶ୍ୱାସରେ ବିଷ ଦେଇ ନିଜର କ୍ରୁରତାର ପରିଚୟ ଦେଉଛି ଏ ମଣିଷ; ହେଲେ ଗୋଟିଏ ପୋଷା କୁକୁର ସାପ ମୁହଁରୁ ନିଜ ମାଲିକର ଜୀବନ ବଞ୍ଚାଇ ସମାଜ ପାଇଁ ବିଶ୍ୱାସର ଉଦାହରଣ ସୃଷ୍ଟି କରିଛି। ମାଲିକଙ୍କ ତା’ ପ୍ରତି ଥିବା ବିଶ୍ୱାସନୀୟତାର ଋଣ ଶୁଝି ଦେଇଛି। ବୌଦ୍ଧ ସହରର ପୋଡ଼ାପଡ଼ା ସାହିରେ ଏହି […]

ବୌଦ୍ଧ:ସ୍ୱାର୍ଥ ପାଇଁ ମଣିଷ ମଣିଷର ଗଳା କାଟିବାକୁ ପଛାଉନାହିଁ। କେତେବେଳେ ମାଲିକକୁ ହତ୍ୟାକରି ସମ୍ପତି ଲୁଟି ନେଲାଣି ତ ଆଉ କେତେବେଳେ ମାଲିକର ବିଶ୍ୱାସରେ ବିଷ ଦେଇ ନିଜର କ୍ରୁରତାର ପରିଚୟ ଦେଉଛି ଏ ମଣିଷ; ହେଲେ ଗୋଟିଏ ପୋଷା କୁକୁର ସାପ ମୁହଁରୁ ନିଜ ମାଲିକର ଜୀବନ ବଞ୍ଚାଇ ସମାଜ ପାଇଁ ବିଶ୍ୱାସର ଉଦାହରଣ ସୃଷ୍ଟି କରିଛି। ମାଲିକଙ୍କ ତା’ ପ୍ରତି ଥିବା ବିଶ୍ୱାସନୀୟତାର ଋଣ ଶୁଝି ଦେଇଛି। ବୌଦ୍ଧ ସହରର ପୋଡ଼ାପଡ଼ା ସାହିରେ ଏହି ଘଟଣା ଘଟିଛି। ଏଠାରେ ଥିବା ଏକ ସରକାରୀ କ୍ୱାର୍ଟର୍ସରେ ମଧୁଶ୍ରୀ ଦେବୀ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ରହୁଛନ୍ତି। ତାଙ୍କ ସହ ତାଙ୍କ ମା’ ଓ ସାନ ଭଉଣୀ ମଧ୍ୟ ରହୁଛନ୍ତି। ତେବେ ସେ ଘରେ ଲାବ୍ରାଡର ପ୍ରଜାତିର ଗୋଟିଏ ବିଦେଶୀ କୁକୁରକୁ ଅତି ସରାଗରେ ପାଳିଛନ୍ତି। ସ୍ନେହରେ ତା ନାଁ ଦେଇଛନ୍ତି ବ୍ଲାକି। ତାକୁ କେବେ ବି ସେ ସେହ୍ନ, ଆଦରରେ ଉଣା କରନ୍ତିନି କି ଯତ୍ନ କରିବାରେ ଆଦୌ ଅବହେଳା କରନ୍ତି ନାହିଁ। ସନ୍ଧ୍ୟାରେ ସେ ଘର ଆଗରେ ଚଉକି ପକାଇ ବସିଥିଲେ। ପାଖରେ ବ୍ଲାକି ମଧ୍ୟ ଶୋଇଥିଲା। ଏତିକିବେଳେ ତାଙ୍କ ଚଉକି ତଳଦେଇ ପ୍ରାୟ ୪/୫ଫୁଟ ଲମ୍ୱର ଗୋଟିଏ ନାଗସାପ ଘର ଭିତରକୁ ପଶିବାକୁ ଯାଉଥିଲା। ଏହାଦେଖି ବ୍ଲାକି ହଠାତ୍‍ ସାପ ଉପରକୁ ଝାମ୍ପିପଡ଼ିଥିଲା। ସାପର ବେକକୁ ଧରି ଟାଣି ଆଣିଥିଲା। ବ୍ଲାକିର ଆଘାତ ପାଇ ସାପ ମଧ୍ୟ ଚୋଟ ମାରିବା ଆରମ୍ଭ କରିଥିଲା। ବ୍ଲାକି କିନ୍ତୁ ସାପର ଚୋଟଖାଇ ମଧ୍ୟ ତା ସହିତ ଲଢେଇ କରିଥିଲା। ଶେଷରେ ବ୍ଲାକି ସାପକୁ ମାରି ଦେଇଥିଲା। ଏସବୁ ଦେଖି ମଧୁଶ୍ରୀ ଦେବୀ ଆଶ୍ଚର୍ଯ୍ୟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

06 Jul 2022 By The Sakala

ସାପ ମୁହଁରୁ ନିଜ ମାଲିକର ଜୀବନର ବଞ୍ଚାଇଲା ପୋଷା କୁକୁର

ବୌଦ୍ଧ:ସ୍ୱାର୍ଥ ପାଇଁ ମଣିଷ ମଣିଷର ଗଳା କାଟିବାକୁ ପଛାଉନାହିଁ। କେତେବେଳେ ମାଲିକକୁ ହତ୍ୟାକରି ସମ୍ପତି ଲୁଟି ନେଲାଣି ତ ଆଉ କେତେବେଳେ ମାଲିକର ବିଶ୍ୱାସରେ ବିଷ ଦେଇ ନିଜର କ୍ରୁରତାର ପରିଚୟ ଦେଉଛି ଏ ମଣିଷ; ହେଲେ ଗୋଟିଏ ପୋଷା କୁକୁର ସାପ ମୁହଁରୁ ନିଜ ମାଲିକର ଜୀବନ ବଞ୍ଚାଇ ସମାଜ ପାଇଁ ବିଶ୍ୱାସର ଉଦାହରଣ ସୃଷ୍ଟି କରିଛି। ମାଲିକଙ୍କ ତା’ ପ୍ରତି ଥିବା ବିଶ୍ୱାସନୀୟତାର ଋଣ ଶୁଝି ଦେଇଛି। ବୌଦ୍ଧ ସହରର ପୋଡ଼ାପଡ଼ା ସାହିରେ ଏହି ଘଟଣା ଘଟିଛି। ଏଠାରେ ଥିବା ଏକ ସରକାରୀ କ୍ୱାର୍ଟର୍ସରେ ମଧୁଶ୍ରୀ ଦେବୀ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ରହୁଛନ୍ତି। ତାଙ୍କ ସହ ତାଙ୍କ ମା’ ଓ ସାନ ଭଉଣୀ ମଧ୍ୟ ରହୁଛନ୍ତି। ତେବେ ସେ ଘରେ ଲାବ୍ରାଡର ପ୍ରଜାତିର ଗୋଟିଏ ବିଦେଶୀ କୁକୁରକୁ ଅତି ସରାଗରେ ପାଳିଛନ୍ତି। ସ୍ନେହରେ ତା ନାଁ ଦେଇଛନ୍ତି ବ୍ଲାକି। ତାକୁ କେବେ ବି ସେ ସେହ୍ନ, ଆଦରରେ ଉଣା କରନ୍ତିନି କି ଯତ୍ନ କରିବାରେ ଆଦୌ ଅବହେଳା କରନ୍ତି ନାହିଁ। ସନ୍ଧ୍ୟାରେ ସେ ଘର ଆଗରେ ଚଉକି ପକାଇ ବସିଥିଲେ। ପାଖରେ ବ୍ଲାକି ମଧ୍ୟ ଶୋଇଥିଲା। ଏତିକିବେଳେ ତାଙ୍କ ଚଉକି ତଳଦେଇ ପ୍ରାୟ ୪/୫ଫୁଟ ଲମ୍ୱର ଗୋଟିଏ ନାଗସାପ ଘର ଭିତରକୁ ପଶିବାକୁ ଯାଉଥିଲା। ଏହାଦେଖି ବ୍ଲାକି ହଠାତ୍‍ ସାପ ଉପରକୁ ଝାମ୍ପିପଡ଼ିଥିଲା। ସାପର ବେକକୁ ଧରି ଟାଣି ଆଣିଥିଲା। ବ୍ଲାକିର ଆଘାତ ପାଇ ସାପ ମଧ୍ୟ ଚୋଟ ମାରିବା ଆରମ୍ଭ କରିଥିଲା। ବ୍ଲାକି କିନ୍ତୁ ସାପର ଚୋଟଖାଇ ମଧ୍ୟ ତା ସହିତ ଲଢେଇ କରିଥିଲା। ଶେଷରେ ବ୍ଲାକି ସାପକୁ ମାରି ଦେଇଥିଲା। ଏସବୁ ଦେଖି ମଧୁଶ୍ରୀ ଦେବୀ ଆଶ୍ଚର୍ଯ୍ୟ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର