ଜଳଖିଆ ଦେଇ ଭୋଟ ମାଗୁଛି ବିଜେପି, ବୁଥ ଭିତରେ ଚାଲିଛି ବିଜେପି ପ୍ରଚାର: ବିଜେଡି

ତୁରନ୍ତ ହସ୍ତକ୍ଷେପ କରନ୍ତୁ ରାଜ୍ୟ ନିର୍ବାଚନ ଅଧିକାରୀ: ବିଜେଡି

Deviprasad Mohanty Picture
Published On

ନୂଆପଡ଼ା: ମଙ୍ଗଳବାର ସକାଳୁ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । କିନ୍ତୁ ଭୋଟ ଗ୍ରହଣ ଦିନ ବି ଆଦର୍ଶ ଆଚରଣ ବିଧିକୁ ମାନି ନାହିଁ ବିଜେପି । ବିଜେପି କର୍ମୀମାନେ ବୁଥ ଭିତରେ ପଶି ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ ଲୋକଙ୍କ ଉପରେ ବଳପୂର୍ବକ ଚାପ ପକାଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି ମତଦାନ କେନ୍ଦ୍ର ଆଗରେ ବିଜେପି କର୍ମୀମାନେ ଭୋଟରଙ୍କୁ ଖାଦ୍ୟ ପୁଡିଆ ଦେଇ ପ୍ରଭାବିତ କରୁଛନ୍ତି ବୋଲି ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ଦେଇ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । 

ଆହୁରି ପଢ଼ନ୍ତୁ: କାର୍ତ୍ତିକ ପୂର୍ଣ୍ଣିମାରେ ମନଇଚ୍ଛା ଫୁଟିଲା ବାଣ, ଟ୍ବିନ ସିଟିରେ ବିଗିଡିଲା ବାୟୁର ମାନ...

ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ୍ ମହାନ୍ତି କହିଛନ୍ତି, ଭୋଟ ଗ୍ରହଣ ଚାଲିଥିବା ବେଳେ ସବୁ ନୀତି ନିୟମ ଓ କଟକଣାକୁ ବି ମାନୁ ନାହାନ୍ତି ବିଜେପି ନେତା ଓ କର୍ମୀ । ବୁଥ ଭିତରେ ବଳପୂର୍ବକ ଉପସ୍ଥିତ ରହି ଭୋଟରଙ୍କୁ ଭୟଭୀତ କରି ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଚାପ ପକାଉଛନ୍ତି । ଖରୀଆର ରୋଡ ଏନଏସିରେ ଥିବା ବୁଥ୍ ନଂ ୩,୪,୫,୧୩,୧୪,୧୫ ଆଗରେ ଏପରି ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି । ସେଠାରେ ଉପସ୍ଥିତ ସରକାରୀ ଅଧିକାରୀ ସବୁ ଦେଖି ବି କୌଣସି କାର୍ୟ୍ୟାନୁଷ୍ଠାନ ନେଉନାହାନ୍ତି । ବିଜେପି ପ୍ରାର୍ଥୀଙ୍କୁ ସୁହାଇବା ଭଳି କାର୍ୟ୍ୟରେ ସେମାନେ ଲିପ୍ତ ଅଛନ୍ତି । ତେଣୁ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବା ଜରୁରୀ । 

ଆହୁରି ପଢ଼ନ୍ତୁ: ଏକତରଫା ପ୍ରେମରୁ ଛୁରାମାଡ଼; ନାବାଳିକାଙ୍କ ବାପାର ବେକ କାଟିଦେଲା ପ୍ରେମିକ

ଅପରପକ୍ଷେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଅଭିଯୋଗ କରିଛନ୍ତି ଯେ,  ନୂଆପଡ଼ାର ସବୁ ବୁଥ ଆଗରେ ବିଜେପି ନେତା ଓ କର୍ମୀମାନେ ଷ୍ଟଲ ଲଗାଇ ଭୋଟ ଦେବା ପାଇଁ ଆସୁଥିବା ଲୋକଙ୍କୁ ଟିଫିନ୍ ପୁଡିଆ ଧରାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି । ଖାଦ୍ୟ ପୁଡିଆ ଦେଇ ସେମାନଙ୍କୁ ବିଭ୍ରାନ୍ତ କରାଯାଉଛି । ଆଦର୍ଶ ଆଚାର ବିଥିର ଏହା ଖୋଲା ଉଲ୍ଲଂଘନ । ଏପରି ଏକ ଗୁରୁତର ଓ ସମ୍ୱେଦନଶୀଳ ମାମଲାରେ କାର୍ୟ୍ୟାନୁଷ୍ଠାନ ପାଇଁ ଶ୍ରୀ ଯୋଶୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । 

ଆହୁରି ପଢ଼ନ୍ତୁ: ବାଳକୁମାରୀ ପୀଠରୁ ଦର୍ଶନ ସାରି ଫେରୁଥିଲେ: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ସ୍କୁଟି; ୧ମୃତ, ୨ ଗୁରୁତର

ଜନମତକୁ ପ୍ରଭାବିତ କରିବା ପାଇଁ ବିଜେପିର ଅପଚେଷ୍ଟା ଗଣତନ୍ତ୍ର ପାଇଁ ଘୋର ବିପଦ ବୋଲି ଦର୍ଶାଇ ନୂଆପଡାରେ ନିରପେକ୍ଷ ଉପନିର୍ବାଚନ ସୁନିଶ୍ଚିତ କରାଯାଉ ବୋଲି ଅପିଲ କରିଛି ବିଜେଡି । ବିଜେପିର ଏହି ନିନ୍ଦନୀୟ କାର୍ୟ୍ୟକୁ ନୂଆପଡ଼ାର ସଚେତନ ନାଗରିକ, ଉଚିତ୍ ଜବତ ଦେବେ ବୋଲି ବିଜେଡି ନେତୃବୃନ୍ଦ କହିଛନ୍ତି।

Join Us @ WhatsApp

About The Author

Google News
Join Us @ WhatsApp