ଜଳଖିଆ ଦେଇ ଭୋଟ ମାଗୁଛି ବିଜେପି, ବୁଥ ଭିତରେ ଚାଲିଛି ବିଜେପି ପ୍ରଚାର: ବିଜେଡି

ତୁରନ୍ତ ହସ୍ତକ୍ଷେପ କରନ୍ତୁ ରାଜ୍ୟ ନିର୍ବାଚନ ଅଧିକାରୀ: ବିଜେଡି

Deviprasad Mohanty Picture
Published On

ନୂଆପଡ଼ା: ମଙ୍ଗଳବାର ସକାଳୁ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । କିନ୍ତୁ ଭୋଟ ଗ୍ରହଣ ଦିନ ବି ଆଦର୍ଶ ଆଚରଣ ବିଧିକୁ ମାନି ନାହିଁ ବିଜେପି । ବିଜେପି କର୍ମୀମାନେ ବୁଥ ଭିତରେ ପଶି ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ ଲୋକଙ୍କ ଉପରେ ବଳପୂର୍ବକ ଚାପ ପକାଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି ମତଦାନ କେନ୍ଦ୍ର ଆଗରେ ବିଜେପି କର୍ମୀମାନେ ଭୋଟରଙ୍କୁ ଖାଦ୍ୟ ପୁଡିଆ ଦେଇ ପ୍ରଭାବିତ କରୁଛନ୍ତି ବୋଲି ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ଦେଇ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । 

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ୍ ମହାନ୍ତି କହିଛନ୍ତି, ଭୋଟ ଗ୍ରହଣ ଚାଲିଥିବା ବେଳେ ସବୁ ନୀତି ନିୟମ ଓ କଟକଣାକୁ ବି ମାନୁ ନାହାନ୍ତି ବିଜେପି ନେତା ଓ କର୍ମୀ । ବୁଥ ଭିତରେ ବଳପୂର୍ବକ ଉପସ୍ଥିତ ରହି ଭୋଟରଙ୍କୁ ଭୟଭୀତ କରି ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଚାପ ପକାଉଛନ୍ତି । ଖରୀଆର ରୋଡ ଏନଏସିରେ ଥିବା ବୁଥ୍ ନଂ ୩,୪,୫,୧୩,୧୪,୧୫ ଆଗରେ ଏପରି ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି । ସେଠାରେ ଉପସ୍ଥିତ ସରକାରୀ ଅଧିକାରୀ ସବୁ ଦେଖି ବି କୌଣସି କାର୍ୟ୍ୟାନୁଷ୍ଠାନ ନେଉନାହାନ୍ତି । ବିଜେପି ପ୍ରାର୍ଥୀଙ୍କୁ ସୁହାଇବା ଭଳି କାର୍ୟ୍ୟରେ ସେମାନେ ଲିପ୍ତ ଅଛନ୍ତି । ତେଣୁ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବା ଜରୁରୀ । 

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଅପରପକ୍ଷେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଅଭିଯୋଗ କରିଛନ୍ତି ଯେ,  ନୂଆପଡ଼ାର ସବୁ ବୁଥ ଆଗରେ ବିଜେପି ନେତା ଓ କର୍ମୀମାନେ ଷ୍ଟଲ ଲଗାଇ ଭୋଟ ଦେବା ପାଇଁ ଆସୁଥିବା ଲୋକଙ୍କୁ ଟିଫିନ୍ ପୁଡିଆ ଧରାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି । ଖାଦ୍ୟ ପୁଡିଆ ଦେଇ ସେମାନଙ୍କୁ ବିଭ୍ରାନ୍ତ କରାଯାଉଛି । ଆଦର୍ଶ ଆଚାର ବିଥିର ଏହା ଖୋଲା ଉଲ୍ଲଂଘନ । ଏପରି ଏକ ଗୁରୁତର ଓ ସମ୍ୱେଦନଶୀଳ ମାମଲାରେ କାର୍ୟ୍ୟାନୁଷ୍ଠାନ ପାଇଁ ଶ୍ରୀ ଯୋଶୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । 

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ଜନମତକୁ ପ୍ରଭାବିତ କରିବା ପାଇଁ ବିଜେପିର ଅପଚେଷ୍ଟା ଗଣତନ୍ତ୍ର ପାଇଁ ଘୋର ବିପଦ ବୋଲି ଦର୍ଶାଇ ନୂଆପଡାରେ ନିରପେକ୍ଷ ଉପନିର୍ବାଚନ ସୁନିଶ୍ଚିତ କରାଯାଉ ବୋଲି ଅପିଲ କରିଛି ବିଜେଡି । ବିଜେପିର ଏହି ନିନ୍ଦନୀୟ କାର୍ୟ୍ୟକୁ ନୂଆପଡ଼ାର ସଚେତନ ନାଗରିକ, ଉଚିତ୍ ଜବତ ଦେବେ ବୋଲି ବିଜେଡି ନେତୃବୃନ୍ଦ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର