ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ଟିମ୍

Deviprasad Mohanty Picture
Published On

ଭୁବନେଶ୍ବର: ରାଜ୍ୟରେ ବଢୁଛି ନାରୀ ନିର୍ଯାତନା। ବିଜେପି ଶାସନ କ୍ଷମତା ଆସିବା ପରଠାରୁ ବଢ଼ିଛି ନିର୍ଯାତନାର ଗ୍ରାଫ। ପ୍ରତିଦିନ ଘଟିଚାଲିଛି ଅମାନବୀୟ ଘଟଣା। ହେଲେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଆଜି ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଛି ବିଜେଡି ଟିମ। ରାଜ୍ୟରେ ମହିଳାଙ୍କ ସୁରକ୍ଷା ବିପନ୍ନ ହୋଇଛି। ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ସମ୍ପର୍କରେ ରାଜ୍ୟପାଳଙ୍କୁ ଦଳ ଅବଗତ କରାଇଛି । ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ । ତାର ପ୍ରତିବାଦରେ ଡିଜିପି, ମହିଳା କମିଶନ, କେନ୍ଦ୍ର ମହିଳା କମିଶନଙ୍କୁ ବିଜେଡି ପକ୍ଷରୁ ଅବଗତ କରାଯାଇଥିଲେ ବି ଫଳ ଶୂନ। ମାଲକାନଗିରିରେ ସୃଷ୍ଟି ହୋଇଥିବା ଘଟଣାର ସମାଧାନ କରିବାରେ ସରକାର ଅକ୍ଷମ ବୋଲି କହିଛି ବିଜେଡି।

ଆହୁରି ପଢ଼ନ୍ତୁ: ଭାରତରେ ରୁଷ ରାଷ୍ଟ୍ରପତି ପୁତିନ: ଆଜି ଦିଲ୍ଲୀ ଶିଖର ବୈଠକ; ସାମରିକ, ବାଣିଜ୍ୟ, ଶକ୍ତି ସହଯୋଗ ଉପରେ ହେବ ଆଲୋଚନା

Join Us @ WhatsApp

About The Author

Google News
Join Us @ WhatsApp