ନିଜ ଭୋଟରଙ୍କୁ ଅପରାଧି କହିଲେ ସାଂସଦ ଅପରାଜିତା: ବିଜେଡି

The Sakala Picture
Published On

ଭୁବନେଶ୍ୱର: ଗତ ସାଢେ ଚାରି ବର୍ଷ ମଧ୍ୟରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର ଲୋକଙ୍କ ସହ ନାହାଁନ୍ତି କିମ୍ବା ସେମାନଙ୍କ ଚିନ୍ତା ଏବଂ ବିକାଶ ପାଇଁ ଏକ ମିନିଟ୍‌ ସମୟ ଦେଇ ନାହାଁନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମୟୀ ମିଶ୍ର । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ଏହା ସ୍ୱାଭାବିକ ଯେ ଯେତେବେଳେ ନିର୍ବାଚନ ପାଖେଇ ଆସୁଛି ଏବଂ ଶ୍ରୀମତୀ ଷଡଙ୍ଗୀ ତାଙ୍କ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀକୁ ସାଢେ ଚାରି […]

ଭୁବନେଶ୍ୱର: ଗତ ସାଢେ ଚାରି ବର୍ଷ ମଧ୍ୟରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର ଲୋକଙ୍କ ସହ ନାହାଁନ୍ତି କିମ୍ବା ସେମାନଙ୍କ ଚିନ୍ତା ଏବଂ ବିକାଶ ପାଇଁ ଏକ ମିନିଟ୍‌ ସମୟ ଦେଇ ନାହାଁନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମୟୀ ମିଶ୍ର ।

ଆହୁରି ପଢ଼ନ୍ତୁ: ଭାରତକୁ ବିପଦରେ ପକାଇଛି ସୌର ଝଡ଼; ପ୍ରବଳ ରେଡିଓ ବ୍ଲାକ୍‌ ଆଉଟ୍‌ ନେଇ ଇସ୍ରୋର ଚେତାବନୀ

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ଏହା ସ୍ୱାଭାବିକ ଯେ ଯେତେବେଳେ ନିର୍ବାଚନ ପାଖେଇ ଆସୁଛି ଏବଂ ଶ୍ରୀମତୀ ଷଡଙ୍ଗୀ ତାଙ୍କ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀକୁ ସାଢେ ଚାରି ବର୍ଷ ପରେ ପରିଦର୍ଶନ କରୁଛନ୍ତି, ନିର୍ବାଚନମଣ୍ଡଳୀର ମହିଳା ଏବଂ ପୁରୁଷମାନେ ତାଙ୍କୁ ପ୍ରଶ୍ନ ପ·ରୁଛନ୍ତି ଯେ ସେ ଗତ ସାଢେ ଚାରି ବର୍ଷ ଧରି କେଉଁଠାରେ ଥିଲେ ଏବଂ ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କାହିଁକି ଆସୁଛନ୍ତି?

ଆହୁରି ପଢ଼ନ୍ତୁ: ମଣ୍ଡିର ଗୋଲକ ଧନ୍ଦାରେ ଛନ୍ଦି ହେଲେଣି ଚାଷୀ; ଯୋଗ୍ୟ ଚାଷୀଙ୍କ ଅପେକ୍ଷା ଅଯୋଗ୍ୟ ହାତେଇଛନ୍ତି ଅଧିକ ଟାର୍ଗେଟ

ଭୁବନେଶ୍ୱରର ମହିଳା ତଥା ସାଧାରଣ ଲୋକଙ୍କ ପ୍ରକୃତ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେ କହୁଛନ୍ତି ଯେ ଭୁବନେଶ୍ୱରର ଲୋକେ ତଥା ଅପରାଧୀମାନେ ତାଙ୍କ ସଭାରେ ବ୍ୟାଘାତ ସୃଷ୍ଟି କରୁଛନ୍ତି । ଶ୍ରୀମତୀ ଷଡଙ୍ଗୀଙ୍କୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି ଯେ ଗତ ନିର୍ବାଚନରେ ଯେଉଁମାନେ ତାଙ୍କୁ ଭୋଟ୍‌ ଦେଇ ସାଂସଦ କରିଥିଲେ, ବିଶେଷକରି ଭୁବନେଶ୍ୱରର ମହିଳା, ମା’ ଏବଂ ଭଉଣୀ, ସେମାନଙ୍କୁ ଆଜି ସେ ଅପରାଧୀ ବୋଲି କହୁଛନ୍ତି । ଯେଉଁମାନେ ତାଙ୍କୁ ଭୋଟ୍‌ ଦେଇଛନ୍ତି ସେମାନଙ୍କୁ ଅପରାଧୀ ବୋଲି ଜଣେ ସାଂସଦ କିପରି କହିବେ? ସେ କିପରି ଜଣେ ମହିଳା ଭାବରେ ଭୁବନେଶ୍ୱରର ମହିଳାମାନଙ୍କୁ ଅପରାଧୀ ବୋଲି କହିପାରିବେ?

ଆହୁରି ପଢ଼ନ୍ତୁ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ସାସଂଦ ମାନସଙ୍କ ପ୍ରଶ୍ନ: ଗତ ୩ ବର୍ଷରେ କେତେ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି

ନିଜ ସାଂସଦଙ୍କୁ ସାମାନ୍ୟ ପ୍ରଶ୍ନ ପଚାରିଥିବା ଭୁବନେଶ୍ୱର ଲୋକଙ୍କୁ ଶ୍ରୀମତୀ ଷଡଙ୍ଗୀ ଯେଭଳି ଅପରାଧି ବୋଲି କହୁଛନ୍ତି ଆମେ ତାହାକୁ ନିନ୍ଦା କରୁଛୁ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp