ନୂଆପଡା ଉପନିର୍ବାଚନ ଉପରେ ବିଜେଡିର ପ୍ରତିକ୍ରିୟା; ୪୧ ବୁଥରେ ୯୧% ଭୋଟିଂ ହେଲା କେମିତି: ବିଜେଡି

ବିଜେପିକୁ ଜିତାଇବା ପାଇଁ କାମ କରୁଥିଲା ପ୍ରଶାସନ

Deviprasad Mohanty Picture
Published On

୯୦%ରୁ ଅଧିକ ଭୋଟିଂ ହୋଇଥିବା ବୁଥ୍ର ସିସିଟିଭି ଫୁଟେଜ ଦାବି କଲା ବିଜେଡି

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ଫଳ ଶୁକ୍ରବାର ପ୍ରକାଶ ପାଇବାକୁ ଥିବାବେଳେ ପ୍ରଶାସନିକ କଳର ଅପବ୍ୟବହାର କରି ବିଜେପି ଏହି ନିର୍ବାଚନକୁ ପ୍ରଭାବିତ କରିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।  

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ବିଜେପି ଦ୍ୱାରା ପ୍ରଶାସନିକ କଳର ଅପବ୍ୟବହାର କରାଯାଇ ନିର୍ବାଚନକୁ ପ୍ରଭାବିତ କରାଯାଇଛି । ନିର୍ବାଚନ ଅଧିକାରୀଙ୍କ ମୁକ୍ତ ଓ ଅବାଧ ନିର୍ବାଚନ ଦାବି ଏକ ପ୍ରହସନରେ ପରିଣତ ହୋଇଛିି ବୋଲି ଅଭିଯୋଗ କରିଥିଲେ । ନିର୍ବାଚନରେ ବିଜେପି ଦ୍ୱାରା ବିଭିନ୍ନ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ ଓ ନିର୍ବାଚନ ସମୟରେ ଅନେକ ଅନିୟମିତତାର ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ନାରେ ଦାଖଲ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।  

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ଅତନୁ ସବ୍ୟସାଚୀ ନାୟକ କହିଥିଲେ, ନିର୍ବାଚନ ସମୟରେ ସନ୍ଧ୍ୟା ୫ଟା ସୁଦ୍ଧା ୭୫% ଭୋଟିଂ ହୋଇଛି ବୋଲି ନିର୍ବାଚନ ଅଧିକାରୀଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ ୮୩.୫% ଭୋଟିଂ ହୋଇଛି ବୋଲି ସୂଚନା ଦିଆଯାଇଥିଲା । ଅଧିକ ପ୍ରତିଶତ ଭୋଟ ହେବା ଗଣତନ୍ତ୍ର ପାଇଁ ଏକ ଶୁଭ ଲକ୍ଷଣ । କିନ୍ତୁ ଭୋଟିଂ ସମୟ ଶେଷ ହେବା ପରେ ଅର୍ଥାତ ସନ୍ଧ୍ୟା ୫ଟା ପରେ ପ୍ରାୟ ୮%ରୁ ଅଧିକ ଭୋଟ ପଡିବା ସନେ୍ଦହଜନକ । ଆହୁରି ପ୍ରାୟ ୪୧ଟି ବୁଥ୍ରେ ୯୧ ପ୍ରତିଶତରୁ ଅଧିକ ଭୋଟିଂ ହେବା, ଭୋଟ ରିଗିଙ୍ଗ ହୋଇଥିବା ସନେ୍ଦହ ସୃଷ୍ଟି କରିଛି । ନିର୍ବାଚନ ପ୍ରଚାର ଚାଲିଥିବା ସମୟରେ ବିଜେପି ପ୍ରତି ସରକାରୀ ଅଧିକାରୀ ମାନଙ୍କ ଅହେତୁକ ସହଯୋଗ ଦେଖିବାକୁ ମିଳିଥିଲା । ସାଇଲେଣ୍ଟ ପିରିଅଡରେ ଭୋଟରଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ରହିପାରିବେ ନାହିଁ ବୋଲି ନିୟମ ଥିବାରୁ, ବିଧି ବ୍ୟବସ୍ଥାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳର ସମସ୍ତ ନେତା ମାନେ ନୂଆପଡା ଛାଡି ଦେଇଥିଲେ । କିନ୍ତୁ ବିଜେପିର ଅନେକ ନେତା ସେଠାରେ ଉପସ୍ଥିତ ରହି ଭୋଟର ମାନଙ୍କୁ ପ୍ରଭାବିତ କରୁଥିଲେ । ଏହାର ଅଭିଯୋଗ ବିଧିବଧ ଭାବେ ନିର୍ବାଚନ ଅଧିକାରୀଙ୍କ ପାଖରେ ରଖାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଡ଼ ଲେନିନ ମହାନ୍ତି କହିଥିଲେ, ଯେଉଁ ବୁଥ୍ ଗୁଡିକରେ ୯୦%ରୁ ଅଧିକ ଭୋଟିଂ ହୋଇଛି, ସେଇ ବୁଥ୍ ଗୁଡିକର ସିସିଟିଭି ଫୁଟେଜ ଆମକୁ ପ୍ରଦାନ କରାଯାଉ । ସିସିଟିଭି ଫୁଟେଜ ହିଁ ପ୍ରମାଣ କରିବ ବାସ୍ତବରେ ଲୋକ ଭୋଟ ଦେଇଛନ୍ତି ନା ହେରଫେର ହୋଇଛି । ଇଭିଏମ ମେସିନ ଗୋଟିଏ ଘରୋଇ ଗାଡ଼ିରେ ବୁଲୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ମୁକ୍ତ ଓ ଅବାଧ ନିର୍ବାଚନ କରିବା ଉକ୍ତି ଏହି ଉପନିର୍ବାଚନରେ ପ୍ରହସନରେ ପରିଣତ ହୋଇଥିଲା । ପ୍ରାର୍ଥୀ ଚୋରି, ଭୋଟ ଚୋରି ପରେ ଏବେ ବୁଥ୍ ଚୋରି ଦେଖିବାକୁ ମିଳିଲା । 

ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଜିତିବା ବିଜେପି ପକ୍ଷରେ ସମ୍ଭବ ନୁହେଁ ବୋଲି ଜାଣି ବିଜେପି ପ୍ରଶାସନିକ କଳର ଅପବ୍ୟବହାର କରି ନିର୍ବାଚନ ଜିତିବାକୁ ଉଦ୍ୟମ କରି ଆସୁଛି । ୯୦ ପ୍ରତିଶତ ଭୋଟିଂ ହେବା ଏକ ବିରଳ ଘଟଣା । ବିଶେଷକରି ଉପନିର୍ବାଚନରେ ଏପରି ହେବା ନିଶ୍ଚିତ ଭାବେ ସନେ୍ଦହ ସୃଷ୍ଟି କରିଛି । ଏହାଛଡା ସରକାରୀ ଅଧିକାରୀ ମାନେ ବିଜେପିର ଏଜେଣ୍ଟ ସାଜି ବିଜେପିକୁ ଜିତାଇବା ପାଇଁ କାମ କରୁଥିଲେ । ବିଜୁ ଜନତା ଦଳ ଅନେକ ସମୟରେ ନିର୍ବାଚନ ପ୍ରଚାର ବେଳେ ଘଟୁଥିବା ଅନିୟମିତତାକୁ ନେଇ ଜିଲ୍ଲାର ଅଧିକାରୀ ମାନଙ୍କୁ ଭେଟି ସେମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା । କିନ୍ତୁ ସେମାନଙ୍କ ଠାରୁ ବିଜେଡିକୁ କୌଣସି ସହଯୋଗ ମିଳୁ ନଥିଲା । ଶେଷ ପର୍ଯ୍ୟାୟରେ ପୋଲିସ୍ର ତତ୍ୱାବଧାନରେ ଟଙ୍କା ବଣ୍ଟା କାର୍ଯ୍ୟକ୍ରମ ଚାଲିଥିଲା । ବୁଥ୍ ଭିତରେ ବିଜେପି ତରଫରୁ କ୍ୟାମ୍ପେନ କରାଯାଉଥିଲା । ବିଜେଡି ତରଫରୁ ଏହାର ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ପାଖରେ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେଣୁ ସମସ୍ତ କଥାକୁ ଅନୁଶୀଳନ କଲେ ସ୍ପଷ୍ଟ ହୁଏ ଯେ, ସରକାରୀ କଳର ଅପବ୍ୟବହାର କରି ବିଜେପି ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର