ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ

The Sakala Picture
Published On

ନୂଆଦିଲ୍ଲୀ: ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ବିଜେଡିର ରାଜ୍ୟସଭା ଓ ଲୋକସଭାର ସାଂସଦମାନେ ଆଜି ସନ୍ଧ୍ୟାରେ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି। ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧନଖଡ଼ଙ୍କ ପ୍ରତି ଦଳର ସମର୍ଥନ ଘୋଷଣା କରିସାରିଛନ୍ତି । ଆଜି ଔପଚାରିକ ଭାବେ ବିଜେଡି ସାଂସଦଙ୍କୁ ଦିଲ୍ଲୀରେ ତାଙ୍କୁ ଭେଟିଛନ୍ତି । ଧନଖଡଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଛି । ଏହି ଭେଟଘାଟରେ ବିଜେଡି ଲୋକସଭା ସାଂସଦ […]

ନୂଆଦିଲ୍ଲୀ: ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ବିଜେଡିର ରାଜ୍ୟସଭା ଓ ଲୋକସଭାର ସାଂସଦମାନେ ଆଜି ସନ୍ଧ୍ୟାରେ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି। ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧନଖଡ଼ଙ୍କ ପ୍ରତି ଦଳର ସମର୍ଥନ ଘୋଷଣା କରିସାରିଛନ୍ତି । ଆଜି ଔପଚାରିକ ଭାବେ ବିଜେଡି ସାଂସଦଙ୍କୁ ଦିଲ୍ଲୀରେ ତାଙ୍କୁ ଭେଟିଛନ୍ତି । ଧନଖଡଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଛି । ଏହି ଭେଟଘାଟରେ ବିଜେଡି ଲୋକସଭା ସାଂସଦ ପିନାକି ମିଶ୍ର ବିଜେଡି ସାଂସଦଙ୍କ ପ୍ରତିନିଧିତ୍ୱ କରିଥିଲେ । ଜଗଦୀପ ମଧ୍ୟ ସାଂସଦମାନଙ୍କୁ ଭେଟି ସମର୍ଥନ ମାଗିଥିଲେ ।

ଆହୁରି ପଢ଼ନ୍ତୁ: ଖରାରୁ ମିଳିଲା ଆଶ୍ବସ୍ତି, ଆଜି ରାଜ୍ୟର ୯ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ: ରାୟଗଡ଼ା ବର୍ବରକାଣ୍ଡକୁ ନେଇ ଉଦବେଗ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଧନଖଡ଼ଙ୍କୁ ଭେଟିଥିବା କଥା କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଶ୍ରୀମଙ୍ଗରାଜ କହିଛନ୍ତି ଯେ ଆମେ ଧନଖଡଙ୍କୁ ଭେଟି ସମର୍ଥନ ଜ୍ଞାପନ କଲୁ । ରାଷ୍ଟ୍ରପତି ନିର୍ବାଚନ ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଧନଖଡଙ୍କୁ ଭୋଟ ଦେବୁ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ରେଳଧାରଣାରୁ ପୂର୍ବତନ ବାର୍ ଆସୋସିଏସନ୍ ସଭାପତି ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର

ସଂସାଦମାନଙ୍କ ମଧ୍ୟରେ ପିନାକୀ ମିଶ୍ର, ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ସୁଜତି କୁମାର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ସୁଲତା ଦେଓ, ଅନୁଭବ ମହାନ୍ତି,ମୁନ୍ନା ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ବିରୋଧୀଙ୍କ ପକ୍ଷରୁ ମାର୍ଗାରେଟ ଆଲଭା ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ । ସେହିଦିନ ହିଁ ଫଳାଫଳ ଘୋଷଣା ହେବ । ସୂଚନାଥାଉକି, ଆସନ୍ତା ମାସ ୧୦ ତାରିଖରେ ବର୍ତ୍ତମାନ ଉପରାଷ୍ଟ୍ରପତି ଭେଙ୍କୟା ନାୟିଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି।

26 Jul 2022 By The Sakala

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ବିଜେଡିର ରାଜ୍ୟସଭା ଓ ଲୋକସଭାର ସାଂସଦମାନେ ଆଜି ସନ୍ଧ୍ୟାରେ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି। ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧନଖଡ଼ଙ୍କ ପ୍ରତି ଦଳର ସମର୍ଥନ ଘୋଷଣା କରିସାରିଛନ୍ତି । ଆଜି ଔପଚାରିକ ଭାବେ ବିଜେଡି ସାଂସଦଙ୍କୁ ଦିଲ୍ଲୀରେ ତାଙ୍କୁ ଭେଟିଛନ୍ତି । ଧନଖଡଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଛି । ଏହି ଭେଟଘାଟରେ ବିଜେଡି ଲୋକସଭା ସାଂସଦ ପିନାକି ମିଶ୍ର ବିଜେଡି ସାଂସଦଙ୍କ ପ୍ରତିନିଧିତ୍ୱ କରିଥିଲେ । ଜଗଦୀପ ମଧ୍ୟ ସାଂସଦମାନଙ୍କୁ ଭେଟି ସମର୍ଥନ ମାଗିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଧନଖଡ଼ଙ୍କୁ ଭେଟିଥିବା କଥା କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଶ୍ରୀମଙ୍ଗରାଜ କହିଛନ୍ତି ଯେ ଆମେ ଧନଖଡଙ୍କୁ ଭେଟି ସମର୍ଥନ ଜ୍ଞାପନ କଲୁ । ରାଷ୍ଟ୍ରପତି ନିର୍ବାଚନ ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଧନଖଡଙ୍କୁ ଭୋଟ ଦେବୁ ।

ସଂସାଦମାନଙ୍କ ମଧ୍ୟରେ ପିନାକୀ ମିଶ୍ର, ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ସୁଜତି କୁମାର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ସୁଲତା ଦେଓ, ଅନୁଭବ ମହାନ୍ତି,ମୁନ୍ନା ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ବିରୋଧୀଙ୍କ ପକ୍ଷରୁ ମାର୍ଗାରେଟ ଆଲଭା ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ । ସେହିଦିନ ହିଁ ଫଳାଫଳ ଘୋଷଣା ହେବ । ସୂଚନାଥାଉକି, ଆସନ୍ତା ମାସ ୧୦ ତାରିଖରେ ବର୍ତ୍ତମାନ ଉପରାଷ୍ଟ୍ରପତି ଭେଙ୍କୟା ନାୟିଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର