ପ୍ରଥମ ଓଡ଼ିଆ ସାଂସଦ ଭାବେ ଚତୁର୍ଥ ଥର ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଲେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର

The Sakala Picture
Published On

ନୂଆଦିଲ୍ଲୀ : ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭା ପ୍ୟାନେଲରେ ପୁନଃ ନିଯୁକ୍ତି ପାଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ୱାରା ଗଠିତ ପ୍ୟାନେଲରେ ସସ୍ମିତ ପୁଣି ସ୍ଥାନ ପାଇଛନ୍ତି। ସଂସଦର ଉଚ୍ଚ ସଦନ ପ୍ୟାନେଲରେ ଚତୁର୍ଥ ଥର ପାଇଁ ସ୍ଥାନ ପାଇଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ। ପ୍ରଥମ ଥର ପାଇଁ ୨୦୨୦ ମସିହାରେ ସସ୍ମିତ ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଥିଲେ। ୨୦୨୨ରେ ଦ୍ୱିତୀୟ ଥର ସସ୍ମିତ ପ୍ୟାନେଲରେ ରହିଥିଲେ । ଉଭୟ ଥର ତତ୍କାଳୀନ […]

ନୂଆଦିଲ୍ଲୀ : ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭା ପ୍ୟାନେଲରେ ପୁନଃ ନିଯୁକ୍ତି ପାଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ୱାରା ଗଠିତ ପ୍ୟାନେଲରେ ସସ୍ମିତ ପୁଣି ସ୍ଥାନ ପାଇଛନ୍ତି। ସଂସଦର ଉଚ୍ଚ ସଦନ ପ୍ୟାନେଲରେ ଚତୁର୍ଥ ଥର ପାଇଁ ସ୍ଥାନ ପାଇଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପ୍ରଥମ ଥର ପାଇଁ ୨୦୨୦ ମସିହାରେ ସସ୍ମିତ ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଥିଲେ। ୨୦୨୨ରେ ଦ୍ୱିତୀୟ ଥର ସସ୍ମିତ ପ୍ୟାନେଲରେ ରହିଥିଲେ । ଉଭୟ ଥର ତତ୍କାଳୀନ ଅଧ୍ୟକ୍ଷ ଭେଙ୍କୟାନାଇଡୁ ତାଙ୍କୁ ନିଯୁକ୍ତି ଦେଇଥିଲେ ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଏହାପରେ ତୃତୀୟ ଥର ସସ୍ମିତଙ୍କୁ ନିଯୁକ୍ତି ଦେଇଥିଲେ ଜଗଦୀପ ଧନଖଡ । ଚତୁର୍ଥ ଥର ପାଇଁ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସସ୍ମିତଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟସଭା ଭିସି ପ୍ୟାନେଲରେ ରେକର୍ଡ ଚତୁର୍ଥ ଥର ପାଇଁ ସାମିଲ ହୋଇଛନ୍ତି ସସ୍ମିତ ।ପ୍ରଥମ ଓଡ଼ିଆ ସାଂସଦ ଭାବେ ଚତୁର୍ଥ ଥର ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଛନ୍ତି ଡକ୍ଟର ସସ୍ମିତ ପାତ୍ର।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର