ନୂଆପଡାରେ ନିରପେକ୍ଷ ନିର୍ବାଚନକୁ ନେଇ ସନ୍ଦେହ ପ୍ରକଟ କଲା ବିଜେଡି

Deviprasad Mohanty Picture
Published On

ଭୁବନେଶ୍ବର: ନୂଆପଡାରେ ନିରପେକ୍ଷ ନିର୍ବାଚନ ନେଇ ସନ୍ଦେହ ପ୍ରକଟ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଦଳ ଅଭିଯୋଗ କରି କହିଛି, ଗତକାଲି ଗଞ୍ଜାମରୁ ଏକ ଇଭିଏମ ଟ୍ରକ ନୂଆପଡ଼ାରେ ପହଞ୍ଚିଛି। ଏହାକୁ ସିଇଓ କେମିତି ଗ୍ରହଣ କଲେ ବୋଲି ପଚାରିଛି ବିଜେଡି। ନୂଆପଡା ଜିଲ୍ଲାପାଳ, SP ଓ IG ହିମାଂଶୁ ଲାଲ ନିରପେକ୍ଷ ନିର୍ବାଚନ କରାଇ ଦେଉ ନାହାନ୍ତି । IG ସରକାରୀ ପକ୍ଷର ଗୁମାସ୍ତା ପରି କାମ କରୁଛନ୍ତି। ୩୨ଟି ଅତି ସମ୍ବେଦନଶୀଳ ବୁଥର ତଥ୍ୟ ଆଜି ବିଜେଡି CEOଙ୍କୁ ଜଣାଇଛି। ଯେଉଁଠି ଏହି ସବୁ EVM ବ୍ୟବହାର କରାଯିବ । ଏହି ସବୁ ବୁଥ ଗୁଡିକରେ ଗୁଣ୍ଡାଗିରି କରିବାକୁ ବିଜେପି ଟାର୍ଗେଟ କରୁଛି । ଟଙ୍କା ବଣ୍ଟା ଯାଉଛି, ଛତିଶଗଡ ଲୋକ ପୋଲିସ ଡ୍ରେସରେ ଆସୁଛନ୍ତି । ଏପରି ସ୍ଥିତିରେ କେମିତି ନିରପେକ୍ଷ ନିର୍ବାଚନ ନେଇ ବିଶ୍ୱାସ ଆସିବ ବୋଲି ପ୍ରଶ୍ନ କରିଛି ବିଜେଡି । ତେବେ ଏବର CEOଙ୍କ ଉପରେ ବିଶ୍ୱାସ ଅଛି ବୋଲି ତାଙ୍କୁ ଏସବୁ ଅଭିଯୋଗ ଜଣାଇଛୁ ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ସିଇଓ କହୁଛନ୍ତି ଭୋଟ ଟ୍ଯାମ୍ପରିଂ ହୋଇପାରିବ ନାହିଁ । ତାହା ହେଲେ ଏତେ ଭୋଟ ଚୋରି ଅଭିଯୋଗ କେଉଁଠୁ ଆସୁଛୁ ? ଯଦି ନିରପେକ୍ଷ ନିର୍ବାଚନ ନ ହୁଏ ତେବେ ବିଜେଡି ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି। ସେହିପରି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ଆଚରଣ ବିଧି କଣ କେବଳ ବିରୋଧୀ ଦଳ ପାଇଁ ? ପ୍ରୀତି ଘଡ଼ାଇ ରହୁଥିବା ଘରେ ବିନା ୱାରେଣ୍ଟରେ ରେଡ କଲେ। ଜୁନେଦ, ମନୋଜ ମିଶ୍ରଙ୍କ ଘରେ ରେଡ କଲେ । କିଛି ମିଳିଲାନି । ଦେଢ଼ ବର୍ଷ ହେଲା କାମ କରି ନାହାନ୍ତି ସରକାର। କାହାକୁ ମୁହଁ ଦେଖାଇ ପାରୁ ନାହାନ୍ତି।  ବିଜେପି ବିଧାୟକ ନିହାର ମହାନନ୍ଦ ନିର୍ବାଚନ ସାଇଲେନ୍ସ ପିରିଅଡରେ କେମିତି ନୂଆପଡାରେ ବୁଲୁଛନ୍ତି ? ଜିଲ୍ଲାପାଳ ଫୋନ ଉଠାଉ ନାହାନ୍ତି। ତେଣୁ CEO  କେଉଁଠି ଏହି EVM ଅଛି ବୋଲି ଦେଖନ୍ତୁ ବୋଲି କହିଛନ୍ତି ସୁଲତା।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ବିଜେପି ବିଧାୟକ ନିହାର ମହାନନ୍ଦ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଚରିତ୍ର ସଂହାର କରି ପାରିବେନି । ବିଜେଡି ବହୁ ମାତ୍ରାରେ ନୂଆପଡା ଜିତିବ ବୋଲି କହିଛନ୍ତି ବିଜେଡି ନେତ୍ରୀ ମିନତୀ ବେହେରା। ନୂଆପଡ଼ାରେ ଥିବାବେଳେ ବିଜେପି ଏକ ପଂଚାୟତରେ ଟଙ୍କା ବାଣ୍ଟୁ ଥିଲେ। ବିଜେଡିର ଦୁଇ ନେତା ଏମାନଂକୁ ଧରି ପୋଲିସକୁ ଦେଲେ। ହେଲେ ଟଙ୍କା ବାଣ୍ଟୁଥିବା ନେତାଙ୍କୁ ଛାଡି ତାଙ୍କୁ ଧରିଥିବା ବିଜେଡି ନେତାଙ୍କୁ ଅଟକ ରଖିଲେ । ହାରିବା ଭୟରେ ଆଗ ବିକ୍ରମ ପଣ୍ଡାଙ୍କୁ ଗିରଫ କଲେ। ତା ପରେ ନବୀନ ପଟ୍ଟନାୟକଙ୍କୁ ନେଇ ମିଛ କହିବାକୁ ଚେଷ୍ଟା କଲେ । ବେଇମାନ ଜୟ ଢୋଲକିଆ ଆଖିରେ ମେନ୍ଥୋ ପ୍ଲସ ଲଗାଇ କନ୍ଦାଇଲେ ।  ଯାହାକୁ ଲୋକେ କୁମ୍ଭୀର କାନ୍ଦଣା ବୋଲି କହିଲେ। ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀଙ୍କୁ ମିଛ କହିବାରେ ବ୍ୟବହାର କଲେ। ବିଜେପି ହାରିବା ଜାଣିଲେଣି। ଅନ୍ଧ ଭକ୍ତ କି ବିଜେପିକୁ ନୀତି ନିୟମ ଦେଖା ଯାଉନି। ନିର୍ବାଚନ କମିସନଙ୍କୁ ଏହା ଦେଖା ଯାଉନି। ଆଜି ଥାନା ଆଗରେ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡି ନେତା ଧାରଣା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

10 Nov 2025 By Deviprasad Mohanty

ନୂଆପଡାରେ ନିରପେକ୍ଷ ନିର୍ବାଚନକୁ ନେଇ ସନ୍ଦେହ ପ୍ରକଟ କଲା ବିଜେଡି

ଭୁବନେଶ୍ବର: ନୂଆପଡାରେ ନିରପେକ୍ଷ ନିର୍ବାଚନ ନେଇ ସନ୍ଦେହ ପ୍ରକଟ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଦଳ ଅଭିଯୋଗ କରି କହିଛି, ଗତକାଲି ଗଞ୍ଜାମରୁ ଏକ ଇଭିଏମ ଟ୍ରକ ନୂଆପଡ଼ାରେ ପହଞ୍ଚିଛି। ଏହାକୁ ସିଇଓ କେମିତି ଗ୍ରହଣ କଲେ ବୋଲି ପଚାରିଛି ବିଜେଡି। ନୂଆପଡା ଜିଲ୍ଲାପାଳ, SP ଓ IG ହିମାଂଶୁ ଲାଲ ନିରପେକ୍ଷ ନିର୍ବାଚନ କରାଇ ଦେଉ ନାହାନ୍ତି । IG ସରକାରୀ ପକ୍ଷର ଗୁମାସ୍ତା ପରି କାମ କରୁଛନ୍ତି। ୩୨ଟି ଅତି ସମ୍ବେଦନଶୀଳ ବୁଥର ତଥ୍ୟ ଆଜି ବିଜେଡି CEOଙ୍କୁ ଜଣାଇଛି। ଯେଉଁଠି ଏହି ସବୁ EVM ବ୍ୟବହାର କରାଯିବ । ଏହି ସବୁ ବୁଥ ଗୁଡିକରେ ଗୁଣ୍ଡାଗିରି କରିବାକୁ ବିଜେପି ଟାର୍ଗେଟ କରୁଛି । ଟଙ୍କା ବଣ୍ଟା ଯାଉଛି, ଛତିଶଗଡ ଲୋକ ପୋଲିସ ଡ୍ରେସରେ ଆସୁଛନ୍ତି । ଏପରି ସ୍ଥିତିରେ କେମିତି ନିରପେକ୍ଷ ନିର୍ବାଚନ ନେଇ ବିଶ୍ୱାସ ଆସିବ ବୋଲି ପ୍ରଶ୍ନ କରିଛି ବିଜେଡି । ତେବେ ଏବର CEOଙ୍କ ଉପରେ ବିଶ୍ୱାସ ଅଛି ବୋଲି ତାଙ୍କୁ ଏସବୁ ଅଭିଯୋଗ ଜଣାଇଛୁ ।

ସିଇଓ କହୁଛନ୍ତି ଭୋଟ ଟ୍ଯାମ୍ପରିଂ ହୋଇପାରିବ ନାହିଁ । ତାହା ହେଲେ ଏତେ ଭୋଟ ଚୋରି ଅଭିଯୋଗ କେଉଁଠୁ ଆସୁଛୁ ? ଯଦି ନିରପେକ୍ଷ ନିର୍ବାଚନ ନ ହୁଏ ତେବେ ବିଜେଡି ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି। ସେହିପରି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ଆଚରଣ ବିଧି କଣ କେବଳ ବିରୋଧୀ ଦଳ ପାଇଁ ? ପ୍ରୀତି ଘଡ଼ାଇ ରହୁଥିବା ଘରେ ବିନା ୱାରେଣ୍ଟରେ ରେଡ କଲେ। ଜୁନେଦ, ମନୋଜ ମିଶ୍ରଙ୍କ ଘରେ ରେଡ କଲେ । କିଛି ମିଳିଲାନି । ଦେଢ଼ ବର୍ଷ ହେଲା କାମ କରି ନାହାନ୍ତି ସରକାର। କାହାକୁ ମୁହଁ ଦେଖାଇ ପାରୁ ନାହାନ୍ତି।  ବିଜେପି ବିଧାୟକ ନିହାର ମହାନନ୍ଦ ନିର୍ବାଚନ ସାଇଲେନ୍ସ ପିରିଅଡରେ କେମିତି ନୂଆପଡାରେ ବୁଲୁଛନ୍ତି ? ଜିଲ୍ଲାପାଳ ଫୋନ ଉଠାଉ ନାହାନ୍ତି। ତେଣୁ CEO  କେଉଁଠି ଏହି EVM ଅଛି ବୋଲି ଦେଖନ୍ତୁ ବୋଲି କହିଛନ୍ତି ସୁଲତା।

ବିଜେପି ବିଧାୟକ ନିହାର ମହାନନ୍ଦ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଚରିତ୍ର ସଂହାର କରି ପାରିବେନି । ବିଜେଡି ବହୁ ମାତ୍ରାରେ ନୂଆପଡା ଜିତିବ ବୋଲି କହିଛନ୍ତି ବିଜେଡି ନେତ୍ରୀ ମିନତୀ ବେହେରା। ନୂଆପଡ଼ାରେ ଥିବାବେଳେ ବିଜେପି ଏକ ପଂଚାୟତରେ ଟଙ୍କା ବାଣ୍ଟୁ ଥିଲେ। ବିଜେଡିର ଦୁଇ ନେତା ଏମାନଂକୁ ଧରି ପୋଲିସକୁ ଦେଲେ। ହେଲେ ଟଙ୍କା ବାଣ୍ଟୁଥିବା ନେତାଙ୍କୁ ଛାଡି ତାଙ୍କୁ ଧରିଥିବା ବିଜେଡି ନେତାଙ୍କୁ ଅଟକ ରଖିଲେ । ହାରିବା ଭୟରେ ଆଗ ବିକ୍ରମ ପଣ୍ଡାଙ୍କୁ ଗିରଫ କଲେ। ତା ପରେ ନବୀନ ପଟ୍ଟନାୟକଙ୍କୁ ନେଇ ମିଛ କହିବାକୁ ଚେଷ୍ଟା କଲେ । ବେଇମାନ ଜୟ ଢୋଲକିଆ ଆଖିରେ ମେନ୍ଥୋ ପ୍ଲସ ଲଗାଇ କନ୍ଦାଇଲେ ।  ଯାହାକୁ ଲୋକେ କୁମ୍ଭୀର କାନ୍ଦଣା ବୋଲି କହିଲେ। ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀଙ୍କୁ ମିଛ କହିବାରେ ବ୍ୟବହାର କଲେ। ବିଜେପି ହାରିବା ଜାଣିଲେଣି। ଅନ୍ଧ ଭକ୍ତ କି ବିଜେପିକୁ ନୀତି ନିୟମ ଦେଖା ଯାଉନି। ନିର୍ବାଚନ କମିସନଙ୍କୁ ଏହା ଦେଖା ଯାଉନି। ଆଜି ଥାନା ଆଗରେ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡି ନେତା ଧାରଣା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର