ମମିତା ପ୍ରସଙ୍ଗରେ ବିରୋଧିଙ୍କ ରାଜନୀତିକୁ ଗ୍ରହଣ କରୁନାହାନ୍ତି ରାଜ୍ୟବାସୀ, କଂଗ୍ରେସର ହରତାଳକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି: ବିଜେଡି

The Sakala Picture
Published On

ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିରୋଧିଙ୍କ ରାଜନୀତିକୁ ଗ୍ରହଣ କରୁନାହାନ୍ତି ରାଜ୍ୟବାସୀ।ମମିତାଙ୍କୁ ନେଇ ରାଜନୀତି ନକରିବାକୁ ମମିତାଙ୍କ ବାପା ହାତ ଯୋଡି ସମସ୍ତଙ୍କୁ ଅନୁରୋଧ କରିଥିଲେ । ରାଜନେତାମାନେ ତାଙ୍କ ଘରକୁ ବାରମ୍ବାର ନଯିବାକୁ ମଧ୍ୟ ଅନୁରୋଧ କରିଥିଲେ। ମାତ୍ର ବିରୋଧୀ ତା’ପରେ ଯେଉଁ ରାଜନୀତି କରୁଛି ତାହା ନିନ୍ଦାଜନକ। ଯେଉଁ ପ୍ରସଙ୍ଗକୁ ନେଇ କଂଗ୍ରେସ ଆଜି ହରତାଳ କରୁଥିଲା ତାହାକୁ ରାଜ୍ୟବାସୀ ପ୍ରତ୍ୟାଖାନ […]

ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିରୋଧିଙ୍କ ରାଜନୀତିକୁ ଗ୍ରହଣ କରୁନାହାନ୍ତି ରାଜ୍ୟବାସୀ।ମମିତାଙ୍କୁ ନେଇ ରାଜନୀତି ନକରିବାକୁ ମମିତାଙ୍କ ବାପା ହାତ ଯୋଡି ସମସ୍ତଙ୍କୁ ଅନୁରୋଧ କରିଥିଲେ । ରାଜନେତାମାନେ ତାଙ୍କ ଘରକୁ ବାରମ୍ବାର ନଯିବାକୁ ମଧ୍ୟ ଅନୁରୋଧ କରିଥିଲେ। ମାତ୍ର ବିରୋଧୀ ତା’ପରେ ଯେଉଁ ରାଜନୀତି କରୁଛି ତାହା ନିନ୍ଦାଜନକ। ଯେଉଁ ପ୍ରସଙ୍ଗକୁ ନେଇ କଂଗ୍ରେସ ଆଜି ହରତାଳ କରୁଥିଲା ତାହାକୁ ରାଜ୍ୟବାସୀ ପ୍ରତ୍ୟାଖାନ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ସ୍ପର୍ଶକାତର ଘଟଣାରେ ପରିବାର ପ୍ରତି ସମବେଦନା ରହିବା ଆବଶ୍ୟକ। କିନ୍ତୁ ପୀଡ଼ିତାଙ୍କ ବାପାଙ୍କ ପ୍ରତି ସମବେଦନା ବଦଳରେ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ। ହରତାଳରେ କଂଗ୍ରେସ କର୍ମୀ ଓ ନେତାମାନେ ମଧ୍ୟ ସାମିଲ ହୋଇନାହାନ୍ତି। ଏଥିରୁ କଂଗ୍ରେସ ଶିକ୍ଷା ଲାଭ ନକରି ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କଲେ ରାଜ୍ୟରେ ତାଙ୍କ ଦଳର ସ୍ଥିତି ଶେଷ ହୋଇଯିବ ବୋଲି ସସ୍ମିତ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

ଓଡିଶା କଂଗ୍ରେସ ବିଜେପି ଦ୍ବାରା ପ୍ରାୟୋଜିତ ହୋଇ ହରତାଳ କରିଥିଲେ। ଓଡିଶାରେ ବିଜେପିର ବି ଟିମ ହୋଇଛି ରାଜ୍ୟ କଂଗ୍ରେସ। ଏହି ବିଫଳତା ବିଜେପି ଓ କଂଗ୍ରେସ ପାଇଁ ସ୍ପଷ୍ଟ ସଙ୍କେତ ଦେଇଛି ବୋଲି କହିଛି ବିଜେଡି। ଓଡିଶା କଂଗ୍ରେସ କିନ୍ତୁ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗରେ ନିରବ ରହୁଛି । ଆଜିର ବିଫଳତାରୁ ଓଡିଶା କଂଗ୍ରେସ ଅପ୍ରାସଙ୍ଗିକ ହୋଇପଡ଼ିଥିବା ପ୍ରତିପାଦିତ ହେଉଛି । ଏହାସହ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଥିବା ମଧ୍ୟ ପ୍ରମାଣିତ ହୋଇଛି । ରାହୁଲ ଗାନ୍ଧୀଙ୍କ ଅଗୋଚରରେ ଓଡ଼ିଶାରେ ବିଜେପି ଓ କଂଗ୍ରେସ ମଧ୍ୟରେ ମେଂଟ ହୋଇଯାଇଛି ବୋଲି ବିଜେଡ଼ି କହିଛି ।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ପ୍ରତ୍ୟେକ ଗୋଷ୍ଠୀ ବିଜେପି ଦ୍ବାରା ଭିନ୍ନ ଭିନ୍ନ ଭାବେ ପ୍ରାୟୋଜିତ ହେଉଛନ୍ତି । କୌଣସି ଗୋଷ୍ଠୀ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଚିନ୍ତା କରୁନାହାନ୍ତି । ଖାଲି ସେତିକି ନୁହେଁ, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି ଅଘୋଷିତ ମେଣ୍ଟ । ଆଗାମୀ ଦିନରେ ରାଜ୍ୟବାସୀ କଂଗ୍ରେସକୁ ଉଚିତ ଜବାବ ଦେବେ ବୋଲି ସସ୍ମିତ ପାତ୍ର କହିଛନ୍ତି। ଓଡିଶା କଂଗ୍ରେସର ହରତାଳ ଅତ୍ୟନ୍ତ ହାସ୍ୟାସ୍ପଦ । ପଞ୍ଚାୟତ ନିର୍ବାଚନ ଯାଏଁ କଂଗ୍ରେସ ଓ ବିଜେପି ଏଭଳି ରାଜନୀତି କରୁଥିବେ । ଶସ୍ତା ରାଜନୀତି କରି ପୀଡିତାଙ୍କ ପରିବାରକୁ ଯନ୍ତ୍ରଣା ଦିଅନ୍ତୁ ନାହିଁ ବୋଲି ବିଜେଡି କହିଛି । କୁନ୍ଦୁଲି ଓ ଇତିଶ୍ରୀ ଘଟଣାରେ ମଧ୍ୟ ବିରୋଧୀ ଏଭଳି ରାଜନୀତି କରିଥିଲେ । ସତ ପଦାକୁ ଆସିଲା, ବିରୋଧୀଙ୍କୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଥିଲେ । ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କ ସହ ଥିଲେ ଓ ରହିବେ । ହୀନ ରାଜନୀତିରୁ ଦୂରେଇ ରୁହନ୍ତୁ, ନଚେତ୍ ରାଜ୍ୟବାସୀ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବେ ବୋଲି ପ୍ରେସମିଟରେ ବିଜେଡି ପକ୍ଷରୁ କୁହାଯାଇଛି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର