ଓଡ଼ିଶା ବିଧାନସଭା ରେଜଲ୍ଟ : ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆଗୁଆ

The Sakala Picture
Published On

ଭୁବନେଶ୍ବର : ସକାଳୁ ଭୋଟ୍ ଗଣତି ଆରମ୍ଭ ହେବା ସହିତ ଏବେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ। ରାଜ୍ୟରେ ୭୦ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଗଣତି ଶେଷ ପରେ ଇଭିଏମ ଗଣତି ଆରମ୍ଭ ହେବ । ପୋଷ୍ଟାଲ ବାଲାଟର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେଡି ଆଗରେ ରହିଛି। ପୁରୀ ,ସତ୍ୟବାଦୀ ଓ ଝାରସୁଗୁଡା ପରେ ପିପିଲି ବିଧାନସଭା କ୍ଷେତ୍ରରେ […]

ଭୁବନେଶ୍ବର : ସକାଳୁ ଭୋଟ୍ ଗଣତି ଆରମ୍ଭ ହେବା ସହିତ ଏବେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ। ରାଜ୍ୟରେ ୭୦ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଗଣତି ଶେଷ ପରେ ଇଭିଏମ ଗଣତି ଆରମ୍ଭ ହେବ । ପୋଷ୍ଟାଲ ବାଲାଟର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେଡି ଆଗରେ ରହିଛି। ପୁରୀ ,ସତ୍ୟବାଦୀ ଓ ଝାରସୁଗୁଡା ପରେ ପିପିଲି ବିଧାନସଭା କ୍ଷେତ୍ରରେ ବିଜେଡି ଆଗୁଆ ରହିଛି।  ପିପିଲି ବିଧାନସଭା ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗୁଆ ରହିଛନ୍ତି। ପୋଷ୍ଟାଲ ବାଲଟ ଗଣତିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ଜଣାପଡିଛି। ୨୩୨ ଭୋଟରେ ଆଗରେ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

https://www.youtube.com/watch?v=LrsiQCDKp_M

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ୨୧ ଲୋକସଭା କ୍ଷେତ୍ର ପାଇଁ ମୋଟ ୧ ଲକ୍ଷ ୪୭ ହଜାର ପୋଷ୍ଟାଲ ବାଲଟ ମିଳିଛି। ସେହିପରି ୧୪୭ ବିଧାନସଭା ଆସନ ପାଇଁ ମୋଟ ୧ ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲଟ ସଂଗୃହୀତ ହୋଇଛି। ଏଗୁଡ଼ିକର ସଠିକ୍‌‌ ଭାବେ ଗଣନା ପାଇଁ ପ୍ରତି ଟେବୁଲରେ ଜଣେ ଏଆର୍‌‌ଓ ନିଯୁକ୍ତି ଦିଆଯାଇଛି। ସେହିପରି ପ୍ରତି ଟେବୁଲରେ ସର୍ବାଧିକ ୫୦୦ଟି ପୋଷ୍ଟାଲ ବାଲାଟ ଗଣନା କରାଯାଉଛି। ସେହିପରି ଇଭିଏମ୍‌‌ ମତଗଣନା ପାଇଁ ମୋଟ ୩୫୮୯ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ବିଧାନସଭା କ୍ଷେତ୍ର ପାଇଁ ୧୭୯୯ଟି କାଉଣ୍ଟିଂ ଟେବୁଲର ବ୍ୟବସ୍ଥା କରାଯାଇଥିବା ବେଳେ ଲୋକସଭା କ୍ଷେତ୍ର ପାଇଁ ୧୭୯୦ଟି କାଉଣ୍ଟିଂ ଟେବୁଲର ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ ମତଗଣନା ବ୍ୟବସ୍ଥାର ତଦାରଖ କରିବା ପାଇଁ ମୋଟ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ପ୍ରତିଟି କାଉଣ୍ଟିଂ ଟେବୁଲରେ ମତଗଣନା ପାଇଁ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ମାଇକ୍ରୋ ଅବଜରଭର୍‌‌ ନିଯୁକ୍ତ କରାଯାଇଛି। ମୋଟ ଉପରେ ମତଗଣନା ପାଇଁ ୫୦୭୭ ଜଣ କାଉଣ୍ଟିଂ ସୁପରଭାଇଜର, ୫୨୩୩ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୫୩୯୬ ଜଣ ମାଇକ୍ରୋ ଅବଜରଭର୍‌‌ ନିଯୁକ୍ତ କରାଯାଇଛି। ରାଜ୍ୟର ମାତ୍ର ୮ଟି ଏପରି ବିଧାନସଭା କ୍ଷେତ୍ର ରହିଛି ଯେଉଁଠାରେ ମତଗଣନା ପାଇଁ ୩୦ କିମ୍ବା ଏହାଠାରୁ ଅଧିକ ସଂଖ୍ୟକ ରାଉଣ୍ଡ ଲାଗିପାରେ। ଫଳରେ ଏଠାରେ ଫଳାଫଳ ବାହାରିବା ସାମାନ୍ୟ ବିଳମ୍ବ ହୋଇପାରେ।

ଆହୁରି ପଢ଼ନ୍ତୁ: ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେରାବିଶ କାଉପଡ଼ା 'RI'ଙ୍କୁ ଧରିଲା ଭିଜିଲାନ୍ସ

ଅପରପକ୍ଷେ ଗତ ୨୦୧୯ ମସିହା ସାଧାରଣ ନିର୍ବାଚନ ତୁଳନାରେ ଚଳିତଥର ଅଧିକ ମତଦାନ ହୋଇଛି। ୨୦୧୯ରେ ରାଜ୍ୟରେ ୭୩.୦୯ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୨୪ରେ ଏହା ୭୪.୪୪ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ଚଳିତଥର ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ହାର ଅଧିକ ରହିଛି। ପୁରୁଷ ଭୋଟରଙ୍କ ମତଦାନ ହାର ୭୩.୩୭ ପ୍ରତିଶତ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୭୫.୫୫ ପ୍ରତିଶତ ରହିଛି। ସେହିପରି ୧୬ଟି ଲୋକସଭା କ୍ଷେତ୍ରରେ ୨୦୧୯ ତୁଳନାରେ ମତଦାନ ହାର ବଢ଼଼ିଥିବା ବେଳେ ମାତ୍ର ୫ଟି ଲୋକସଭା କ୍ଷେତ୍ରରେ ମତଦା ହାର ୨୦୧୯ ତୁଳନାରେ କମିଛି ।

04 Jun 2024 By The Sakala

ଓଡ଼ିଶା ବିଧାନସଭା ରେଜଲ୍ଟ : ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆଗୁଆ

ଭୁବନେଶ୍ବର : ସକାଳୁ ଭୋଟ୍ ଗଣତି ଆରମ୍ଭ ହେବା ସହିତ ଏବେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ। ରାଜ୍ୟରେ ୭୦ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଗଣତି ଶେଷ ପରେ ଇଭିଏମ ଗଣତି ଆରମ୍ଭ ହେବ । ପୋଷ୍ଟାଲ ବାଲାଟର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେଡି ଆଗରେ ରହିଛି। ପୁରୀ ,ସତ୍ୟବାଦୀ ଓ ଝାରସୁଗୁଡା ପରେ ପିପିଲି ବିଧାନସଭା କ୍ଷେତ୍ରରେ ବିଜେଡି ଆଗୁଆ ରହିଛି।  ପିପିଲି ବିଧାନସଭା ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗୁଆ ରହିଛନ୍ତି। ପୋଷ୍ଟାଲ ବାଲଟ ଗଣତିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ଜଣାପଡିଛି। ୨୩୨ ଭୋଟରେ ଆଗରେ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।

https://www.youtube.com/watch?v=LrsiQCDKp_M

ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ୨୧ ଲୋକସଭା କ୍ଷେତ୍ର ପାଇଁ ମୋଟ ୧ ଲକ୍ଷ ୪୭ ହଜାର ପୋଷ୍ଟାଲ ବାଲଟ ମିଳିଛି। ସେହିପରି ୧୪୭ ବିଧାନସଭା ଆସନ ପାଇଁ ମୋଟ ୧ ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲଟ ସଂଗୃହୀତ ହୋଇଛି। ଏଗୁଡ଼ିକର ସଠିକ୍‌‌ ଭାବେ ଗଣନା ପାଇଁ ପ୍ରତି ଟେବୁଲରେ ଜଣେ ଏଆର୍‌‌ଓ ନିଯୁକ୍ତି ଦିଆଯାଇଛି। ସେହିପରି ପ୍ରତି ଟେବୁଲରେ ସର୍ବାଧିକ ୫୦୦ଟି ପୋଷ୍ଟାଲ ବାଲାଟ ଗଣନା କରାଯାଉଛି। ସେହିପରି ଇଭିଏମ୍‌‌ ମତଗଣନା ପାଇଁ ମୋଟ ୩୫୮୯ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ବିଧାନସଭା କ୍ଷେତ୍ର ପାଇଁ ୧୭୯୯ଟି କାଉଣ୍ଟିଂ ଟେବୁଲର ବ୍ୟବସ୍ଥା କରାଯାଇଥିବା ବେଳେ ଲୋକସଭା କ୍ଷେତ୍ର ପାଇଁ ୧୭୯୦ଟି କାଉଣ୍ଟିଂ ଟେବୁଲର ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ ମତଗଣନା ବ୍ୟବସ୍ଥାର ତଦାରଖ କରିବା ପାଇଁ ମୋଟ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ପ୍ରତିଟି କାଉଣ୍ଟିଂ ଟେବୁଲରେ ମତଗଣନା ପାଇଁ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ମାଇକ୍ରୋ ଅବଜରଭର୍‌‌ ନିଯୁକ୍ତ କରାଯାଇଛି। ମୋଟ ଉପରେ ମତଗଣନା ପାଇଁ ୫୦୭୭ ଜଣ କାଉଣ୍ଟିଂ ସୁପରଭାଇଜର, ୫୨୩୩ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୫୩୯୬ ଜଣ ମାଇକ୍ରୋ ଅବଜରଭର୍‌‌ ନିଯୁକ୍ତ କରାଯାଇଛି। ରାଜ୍ୟର ମାତ୍ର ୮ଟି ଏପରି ବିଧାନସଭା କ୍ଷେତ୍ର ରହିଛି ଯେଉଁଠାରେ ମତଗଣନା ପାଇଁ ୩୦ କିମ୍ବା ଏହାଠାରୁ ଅଧିକ ସଂଖ୍ୟକ ରାଉଣ୍ଡ ଲାଗିପାରେ। ଫଳରେ ଏଠାରେ ଫଳାଫଳ ବାହାରିବା ସାମାନ୍ୟ ବିଳମ୍ବ ହୋଇପାରେ।

ଅପରପକ୍ଷେ ଗତ ୨୦୧୯ ମସିହା ସାଧାରଣ ନିର୍ବାଚନ ତୁଳନାରେ ଚଳିତଥର ଅଧିକ ମତଦାନ ହୋଇଛି। ୨୦୧୯ରେ ରାଜ୍ୟରେ ୭୩.୦୯ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୨୪ରେ ଏହା ୭୪.୪୪ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ଚଳିତଥର ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ହାର ଅଧିକ ରହିଛି। ପୁରୁଷ ଭୋଟରଙ୍କ ମତଦାନ ହାର ୭୩.୩୭ ପ୍ରତିଶତ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୭୫.୫୫ ପ୍ରତିଶତ ରହିଛି। ସେହିପରି ୧୬ଟି ଲୋକସଭା କ୍ଷେତ୍ରରେ ୨୦୧୯ ତୁଳନାରେ ମତଦାନ ହାର ବଢ଼଼ିଥିବା ବେଳେ ମାତ୍ର ୫ଟି ଲୋକସଭା କ୍ଷେତ୍ରରେ ମତଦା ହାର ୨୦୧୯ ତୁଳନାରେ କମିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର