ମନୋରଞ୍ଜନ
ଓଡ଼ିଶା
ବିଜୁ ଶ୍ରମିକ ସାମ୍ମୁଖ୍ୟର ଗଣସମ୍ମିଳନୀ ଆଜି, କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ପାଣ୍ଡିଆନ
ଭୁବନେଶ୍ୱର: ରବିବାର ଭୁବନେଶ୍ୱର ୟୁନିଟ୍-୬ ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଗଣସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ‘୫-ଟି’ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମଗ୍ର ରାଜ୍ୟରୁ ଆସିଥିବା କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ କହିଛନ୍ତି, ଆସନ୍ତାକାଲି ୟୁନିଟ୍-୬ କ୍ୟାପିଟାଲ ହସ୍ପିଟାଲ ନିକଟସ୍ଥ କ୍ୱାର୍ଟର୍ ନଂ-ଭିଆଇଆର-୪ ସଭାକକ୍ଷରେ ଗଣସମ୍ମିଳନୀ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ […]
ଭୁବନେଶ୍ୱର: ରବିବାର ଭୁବନେଶ୍ୱର ୟୁନିଟ୍-୬ ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଗଣସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ‘୫-ଟି’ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମଗ୍ର ରାଜ୍ୟରୁ ଆସିଥିବା କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ କହିଛନ୍ତି, ଆସନ୍ତାକାଲି ୟୁନିଟ୍-୬ କ୍ୟାପିଟାଲ ହସ୍ପିଟାଲ ନିକଟସ୍ଥ କ୍ୱାର୍ଟର୍ ନଂ-ଭିଆଇଆର-୪ ସଭାକକ୍ଷରେ ଗଣସମ୍ମିଳନୀ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ଆସିଥିବା ୨୦୦୦ରୁ ଅଧିକ କର୍ମକର୍ତ୍ତାମାନଙ୍କୁ ଶ୍ରୀ ପାଣ୍ଡିଆନ୍ ସମ୍ବୋଧିତ କରିବେ। ରାଜ୍ୟ ସରକାର ସାମୁଖ୍ୟର ଅନେକ ପ୍ରସ୍ତାବ କାର୍ଯ୍ୟକାରୀ କରିଥିବା ବେଳେ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିଛନ୍ତି। ତେଣୁ ଏହି ସମ୍ମିଳନୀ ବେଶ୍ ଗୁରୁତ୍ୱ ବହନ କରୁଛି ବୋଲି ଶ୍ରୀ ସିଂ କହିଛନ୍ତି।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବନିମ୍ନ ମଜୁରିରେ ୧୦୦ ଟଙ୍କା ବୃଦ୍ଧି କରିଥିବାରୁ ୧ କୋଟିରୁ ଅଧିକ ଶ୍ରମିକ ଉପକୃତ ହେଉଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ଶ୍ରମିକ ଉପକୃତ ହେବେ। ଅପରପକ୍ଷେ ସାମ୍ମୁଖ୍ୟ ଅଧୀନରେ ଥିବା କର୍ମଜୀବୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଥିବା ବେଳେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଉଛି। ଦୁର୍ଘଟଣା ଓ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଉଛି। ସେହିପରି ଅଙ୍ଗନାବଡ଼ି କର୍ମୀଙ୍କ ଦରମା ୧୦ ହଜାର ଟଙ୍କା, ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୭୨୫୦ ଏବଂ ସହାୟିକାମାନଙ୍କ ଦରମା ୫୦୦୦ ଟଙ୍କାକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଐତିହାସିକ ନିଷ୍ପତ୍ତି ନେଇଛନ୍ତି।
ଏଥିସହ ‘୫-ଟି’ ଅଧ୍ୟକ୍ଷ ନିଜ ଜିଲ୍ଲା ଗସ୍ତ ସମୟରେ ପ୍ରତିଶ୍ରୁତି ରକ୍ଷା କରି ମିଶନ୍ ଶକ୍ତି ଅଧିନରେ କାର୍ଯ୍ୟରତ ଏମ୍ବିକେ ଓ ବ୍ୟାଙ୍କ ମିତ୍ରମାନଙ୍କ ମାସିକ ଭତ୍ତା ୬୭୫୦ ଟଙ୍କାରୁ ୧୦୭୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। କୃଷି ମିତ୍ର, ପ୍ରାଣୀ ମିତ୍ର, ଜୀବିକା ସହାୟକ ମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି। ମିଶନ୍ ଶକ୍ତି ଅଧୀନରେ କାର୍ଯ୍ୟରତ ୫୯, ୫୦୯ କମ୍ୟୁନିଟି ଷ୍ଟାଫ୍ ଭତ୍ତା ବୃଦ୍ଧି ପାଇଁ ରାଜ୍ୟ ସରକାର ୯୬.୫୧ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରିଛନ୍ତି। ମୁଖ୍ୟମନ୍ତ୍ରୀ ୫ ବର୍ଷରେ ୭୫ ହଜାର କୋଟିର ସ୍ୱତନ୍ତ୍ର ବ୍ୟୟବରାଦ କରି ଏସଏଚ୍ଜିଗୁଡ଼ିକୁ ଏସ୍ଏମ୍ଇରେ ପରିଣତ କରିବା ପାଇଁ ପଦକ୍ଷେପ ନେଇଛନ୍ତି।