ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ
ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ କିସ୍ମତକୃଷ୍ଣପୁର ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଚାନ୍ଦବାଲି ବ୍ଲକ କାରଣପଲ୍ଲୀ ଗ୍ରାମର ରତନ ମଣ୍ଡଳଙ୍କ ୫ ବର୍ଷର ଝିଅ ଚାନ୍ଦିନୀ ଓ ୪ ବର୍ଷର ଝିଅ ନନ୍ଦିନୀ ବୋଲି ଜଣାପଡିଛି । ରତନ ତାର ଦୁଇ ଝିଅ ସହିତ ସ୍ତ୍ରୀ କୁ ଧରି କୃଷ୍ଣପୁର ଶ୍ୱଶୁର ଘର ପୂର୍ଣଚନ୍ଦ୍ର ଦାସଙ୍କ ଘରକୁ ଆସିଥିଲେ । ହେଲେ ଦୁଇ ଭଉଣୀ ଖେଳୁଥିବା ସମୟରେ […]
ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ କିସ୍ମତକୃଷ୍ଣପୁର ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଚାନ୍ଦବାଲି ବ୍ଲକ କାରଣପଲ୍ଲୀ ଗ୍ରାମର ରତନ ମଣ୍ଡଳଙ୍କ ୫ ବର୍ଷର ଝିଅ ଚାନ୍ଦିନୀ ଓ ୪ ବର୍ଷର ଝିଅ ନନ୍ଦିନୀ ବୋଲି ଜଣାପଡିଛି । ରତନ ତାର ଦୁଇ ଝିଅ ସହିତ ସ୍ତ୍ରୀ କୁ ଧରି କୃଷ୍ଣପୁର ଶ୍ୱଶୁର ଘର ପୂର୍ଣଚନ୍ଦ୍ର ଦାସଙ୍କ ଘରକୁ ଆସିଥିଲେ । ହେଲେ ଦୁଇ ଭଉଣୀ ଖେଳୁଥିବା ସମୟରେ କୌଣସି କାରଣ ବଶତଃ ଘର ନିକଟରେ ଥିବା ପୋଖରୀରେ ପଡିଯାଇଥିଲେ । ଦୀର୍ଘ ସମୟରେ ଧରି ଦୁଇ ଭଉଣୀକୁ ନ ପାଇବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ପୋଖରୀରେ ଖୋଜା ଖୋଜି କରିବାରୁ ଦୁଇ ଭଉଣୀ ବୁଡି ଯାଇଥିବାର ଦେଖିବାକୁ ମିଳିଥିଲା। ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ । ହେଲେ ଡାକ୍ତର ସେଠାରେ ଦୁଇ ଭଉଣୀକୁ ମୃତ୍ୟୁ ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ: ଧାନ ସଂଗ୍ରହ ଅବ୍ୟବସ୍ଥା ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ





