ଆଖଣ୍ଡଳମଣି ମନ୍ଦିରରେ ଅଘଟଣ : ଭାଙ୍ଗିଲା ମନ୍ଦିର ଚୂଡ଼ା ଓ ତ୍ରିଶୂଳ ଦଣ୍ଡ, ଖସିପଡ଼ିଲା ବାନା

The Sakala Picture
Published On

ଭଦ୍ରକ/ଆରଡ଼ି : ଗତ ୩ଦିନ ହେଲା ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଆରଡ଼ି ତଥା ଆଖପାଖ ଅଞ୍ଚଳରେ ଲାଗି ରହିଛି ଲଗାଣ ବର୍ଷା। ଲଗାଣ ଝଡ଼ବର୍ଷାରେ ଗତକାଲି ରାତିରେ ଭାଙ୍ଗିଯାଇଛି ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡ଼ାର ତ୍ରିଶୂଳ ଦଣ୍ଡ। ଫଳରେ ତ୍ରିଶୂଳ ଦଣ୍ଡରେ ଲାଗି ହୋଇଥିବା ବାନା ଖସିପଡ଼ିଛି। ଆଜି ଭୋର୍‌ରେ ବାବାଙ୍କ ପହିଲୁ ନୀତି ସମୟରେ ଦ୍ୱାରଫିଟା ବେଳକୁ ଏପରି ଘଟଣା ଦେଖିବାକୁ ପାଇଥିଲେ ସେବାୟତମାନେ। ତୁରନ୍ତ ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ତାହାସହ ପୁଣି ଦଧିନଉତିର […]

ଭଦ୍ରକ/ଆରଡ଼ି : ଗତ ୩ଦିନ ହେଲା ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଆରଡ଼ି ତଥା ଆଖପାଖ ଅଞ୍ଚଳରେ ଲାଗି ରହିଛି ଲଗାଣ ବର୍ଷା। ଲଗାଣ ଝଡ଼ବର୍ଷାରେ ଗତକାଲି ରାତିରେ ଭାଙ୍ଗିଯାଇଛି ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡ଼ାର ତ୍ରିଶୂଳ ଦଣ୍ଡ। ଫଳରେ ତ୍ରିଶୂଳ ଦଣ୍ଡରେ ଲାଗି ହୋଇଥିବା ବାନା ଖସିପଡ଼ିଛି। ଆଜି ଭୋର୍‌ରେ ବାବାଙ୍କ ପହିଲୁ ନୀତି ସମୟରେ ଦ୍ୱାରଫିଟା ବେଳକୁ ଏପରି ଘଟଣା ଦେଖିବାକୁ ପାଇଥିଲେ ସେବାୟତମାନେ। ତୁରନ୍ତ ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ତାହାସହ ପୁଣି ଦଧିନଉତିର ଥିବା ଅଷ୍ଟଧାତୁ ନିର୍ମିତ ତ୍ରିଶୂଳର ବାମପାର୍ଶ୍ୱ ଅର ବଙ୍କିଯିବା ସହ ଢଳି ରହିଛି।

ପୂର୍ବରୁ ଦୀର୍ଘ ଦେଢ଼ ବର୍ଷ ତଳେ ପବନବର୍ଷାରେ ତ୍ରିଶୂଳର ମଧ୍ୟଭାଗ ଅର ଭାଙ୍ଗି ଖସି ପଡ଼ିଥିଲା। ଏପରି ଖବର ପାଇବା ପରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା। ହେଲେ ଠିକ୍‌ ଭାବେ ମରାମତି ହୋଇ ନଥିବାରୁ ଆଜି ପୁଣି ଏପରି ଅଘଟଣ ଦେଖାଦେଇଥିବା କହିଛନ୍ତି ସେବାୟତ। ପରେ ମନ୍ଦିରରେ ଏକ ନୂଆ ବାନା ଲାଗି ହେବା ପରେ ବାବାଙ୍କ ସକାଳଧୂପ ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର