ଭଦ୍ରକ ଜିଲ୍ଲା ପରିକ୍ରମା କଲା ହକି ବିଶ୍ୱକପ: ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

The Sakala Picture
Published On

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ପରିକ୍ରମା କରିଛି ହକି ବିଶ୍ୱକପ ଟ୍ରଫି। ଜିଲ୍ଲା ପ୍ରଶାସନ ସହ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ବିପୁଳ ସମ୍ବର୍ଦ୍ଧନା ସହ ସ୍ୱାଗତ କରାଯାଇଛି। ପ୍ରଥମେ ସକାଳୁ ଟ୍ରଫିକୁ ବାସୁଦେବପୁର ଅଭିମୁଖେ ନିଆଯାଇଥିଲା । ପରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଟ୍ରଫିକୁ ସ୍ୱାଗତ କରାଯିବା ପରେ ସହର ପରିକ୍ରମା କରିବା ସହ ନେହେରୁ ଷ୍ଟାଡିୟମକୁ ନିଆଯାଇଥିଲା । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ତହସିଲ ରୋଡ଼ରେ ପଥ ଉତ୍ସବରେ ଟ୍ରଫିକୁ […]

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ପରିକ୍ରମା କରିଛି ହକି ବିଶ୍ୱକପ ଟ୍ରଫି। ଜିଲ୍ଲା ପ୍ରଶାସନ ସହ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ବିପୁଳ ସମ୍ବର୍ଦ୍ଧନା ସହ ସ୍ୱାଗତ କରାଯାଇଛି। ପ୍ରଥମେ ସକାଳୁ ଟ୍ରଫିକୁ ବାସୁଦେବପୁର ଅଭିମୁଖେ ନିଆଯାଇଥିଲା । ପରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଟ୍ରଫିକୁ ସ୍ୱାଗତ କରାଯିବା ପରେ ସହର ପରିକ୍ରମା କରିବା ସହ ନେହେରୁ ଷ୍ଟାଡିୟମକୁ ନିଆଯାଇଥିଲା । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ତହସିଲ ରୋଡ଼ରେ ପଥ ଉତ୍ସବରେ ଟ୍ରଫିକୁ ସମ୍ବର୍ଦ୍ଧନା ସହ ପଥ ଉତ୍ସବରେ କମ୍ପିଛି ଭଦ୍ରକ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଚିତ୍ରାଙ୍କନରେ ବିଭିନ୍ନ ଅନୁଷ୍ଠାନ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଚିତ୍ର ଅଙ୍କନ କରିଛନ୍ତି। ବାଲୁକା କଳାରେ ବିଶ୍ୱକପ ଟ୍ରଫିର ଚିତ୍ର ଆକର୍ଷଣୀୟ ହୋଇଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ନିଜ କଳା ପ୍ରଦର୍ଶନ କରିଛନ୍ତି। ଉଦ୍ୟାନ ବିଭାଗ ତରଫରୁ ଫୁଲ ଓ ପନିପରିବାକୁ ନେଇ ଭିନ୍ନଭିନ୍ନ କଳାକୃତି ପ୍ରଦର୍ଶନ କରାଯାଇଛି। ବୋଇତାଳୁରେ ହକି ବିଶ୍ୱକପର ପ୍ରତିକୃତି ତିଆରି କରାଯାଇଥିଲା । ଡ଼ଗ ଶ ରେ ଜିଲ୍ଲାର ପଶୁ ପ୍ରେମୀ ମାନେ ନିଜ କୁକୁରଙ୍କୁ ପ୍ରଦର୍ଶିତ କରିଛନ୍ତି । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ସାଂସଦ ମଞ୍ଜୁଲତା ମଦଲ ଓ ଜିଲ୍ଲାପାଳ ସିଢ ଢେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ବହୁ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

09 Jan 2023 By The Sakala

ଭଦ୍ରକ ଜିଲ୍ଲା ପରିକ୍ରମା କଲା ହକି ବିଶ୍ୱକପ: ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ପରିକ୍ରମା କରିଛି ହକି ବିଶ୍ୱକପ ଟ୍ରଫି। ଜିଲ୍ଲା ପ୍ରଶାସନ ସହ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ବିପୁଳ ସମ୍ବର୍ଦ୍ଧନା ସହ ସ୍ୱାଗତ କରାଯାଇଛି। ପ୍ରଥମେ ସକାଳୁ ଟ୍ରଫିକୁ ବାସୁଦେବପୁର ଅଭିମୁଖେ ନିଆଯାଇଥିଲା । ପରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଟ୍ରଫିକୁ ସ୍ୱାଗତ କରାଯିବା ପରେ ସହର ପରିକ୍ରମା କରିବା ସହ ନେହେରୁ ଷ୍ଟାଡିୟମକୁ ନିଆଯାଇଥିଲା । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ତହସିଲ ରୋଡ଼ରେ ପଥ ଉତ୍ସବରେ ଟ୍ରଫିକୁ ସମ୍ବର୍ଦ୍ଧନା ସହ ପଥ ଉତ୍ସବରେ କମ୍ପିଛି ଭଦ୍ରକ।

ଚିତ୍ରାଙ୍କନରେ ବିଭିନ୍ନ ଅନୁଷ୍ଠାନ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଚିତ୍ର ଅଙ୍କନ କରିଛନ୍ତି। ବାଲୁକା କଳାରେ ବିଶ୍ୱକପ ଟ୍ରଫିର ଚିତ୍ର ଆକର୍ଷଣୀୟ ହୋଇଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ନିଜ କଳା ପ୍ରଦର୍ଶନ କରିଛନ୍ତି। ଉଦ୍ୟାନ ବିଭାଗ ତରଫରୁ ଫୁଲ ଓ ପନିପରିବାକୁ ନେଇ ଭିନ୍ନଭିନ୍ନ କଳାକୃତି ପ୍ରଦର୍ଶନ କରାଯାଇଛି। ବୋଇତାଳୁରେ ହକି ବିଶ୍ୱକପର ପ୍ରତିକୃତି ତିଆରି କରାଯାଇଥିଲା । ଡ଼ଗ ଶ ରେ ଜିଲ୍ଲାର ପଶୁ ପ୍ରେମୀ ମାନେ ନିଜ କୁକୁରଙ୍କୁ ପ୍ରଦର୍ଶିତ କରିଛନ୍ତି । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ସାଂସଦ ମଞ୍ଜୁଲତା ମଦଲ ଓ ଜିଲ୍ଲାପାଳ ସିଢ ଢେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ବହୁ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

https://www.thesakala.in/latest-odisha-news/bhadrak/huge-welcome-to-the-hockey-world-cup-trophy-in-bhadrak/article-18004
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର