ସାବଧାନ! ବଜାରରେ ମିଳୁଛି ପୁଳା ପୁଳା ନକଲି ମେଡ଼ିସିନ...

Deviprasad Mohanty Picture
Published On

ଭୁବନେଶ୍ବର: ସାବଧାନ! ବଜାରରେ ମିଳୁଛି ପୁଳା ପୁଳା ନକଲି ମେଡ଼ିସିନ। ପାନ ୪୦, ପାନଟପ, ଟେଲମା, ପାରାସିଟାମଲ ପରି ୮୦ଟି ନକଲି ଔଷଧ ବଜାରରେ ବୁଲୁଛି। ଏପରି ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ମେଡ଼ିସିନ। ଆଉ ୩୮୮ ଟି ନିମ୍ନ ମାନର ମେଡ଼ିସିନ ଚିହ୍ନଟ ହୋଇଛି। ଗତ ୪ ବର୍ଷରେ ଅଢେଇ କୋଟିର ଉର୍ଦ୍ଧ୍ୱ ଟଙ୍କାର ନକଲି ମେଡ଼ିସିନ ଜବତ କଲେଣି ସରାକର। ଏ ନେଇ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଧାୟକଙ୍କ ସୁପାରିସରେ ଶିକ୍ଷକ ବଦଳି ପ୍ରସଙ୍ଗ: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

୨୦୨୧ ରୁ ୨୦୨୪-୨୫ ଭିତରେ ୧୬୮ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି। ସେହିଭଳି ୩୮୮ ଟି ନିମ୍ନ ମାନର ମେଡ଼ିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି। ୨୦୨୧ ରେ ୭୯ ଟି, ୨୦୨୨ରେ ୬୪ଟି, ୨୦୨୩ରେ ୧୪ ଟି ଏବଂ୨୦୨୪ ରେ ୧୧ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି।

ଆହୁରି ପଢ଼ନ୍ତୁ: ‘ନିର୍ବାଚନ କମିଶନ ଏବେ ବିଜେପି କମିଶନ’

Join Us @ WhatsApp

About The Author

Google News
Join Us @ WhatsApp