ଭୁବନେଶ୍ୱର-କଟକ ‘ମେଟ୍ରୋ’ ପ୍ରକଳ୍ପ: ଡିପିଆର ପ୍ରସ୍ତୁତ କରିବ ଓଆରଆଇଡିଏଲ, ସର୍ବନିମ୍ନ ସମୟରେ ପ୍ରସ୍ତୁତ କରିବାକୁ ଗୁରୁତ୍ବ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ ଆରମ୍ଭ ହୋଇଥିବା ବେଳେ ସର୍ବନିମ୍ନ ସମୟସୀମା ମଧ୍ୟରେ ଡିପିଆର ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ଡିପିଆର୍‌‌ ପ୍ରସ୍ତୁତି ସମୟରେ ଯେଉଁ ବିଭାଗଗୁଡ଼ିକର ସହାୟତା ଆବଶ୍ୟକ ପଡ଼ିବ, ଅଗ୍ରାଧିକାର ଭିତ୍ତିରେ ସହଯୋଗ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଦ୍ୱାରା ଅତି କମ୍‌‌ ସମୟ ମଧ୍ୟରେ ଏହି ପ୍ରକଳ୍ପର ଡିପିଆର୍‌‌ ପ୍ରସ୍ତୁତି ଶେଷ ହୋଇ ପ୍ରକଳ୍ପ […]

ଭୁବନେଶ୍ୱର: ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ ଆରମ୍ଭ ହୋଇଥିବା ବେଳେ ସର୍ବନିମ୍ନ ସମୟସୀମା ମଧ୍ୟରେ ଡିପିଆର ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ଡିପିଆର୍‌‌ ପ୍ରସ୍ତୁତି ସମୟରେ ଯେଉଁ ବିଭାଗଗୁଡ଼ିକର ସହାୟତା ଆବଶ୍ୟକ ପଡ଼ିବ, ଅଗ୍ରାଧିକାର ଭିତ୍ତିରେ ସହଯୋଗ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଦ୍ୱାରା ଅତି କମ୍‌‌ ସମୟ ମଧ୍ୟରେ ଏହି ପ୍ରକଳ୍ପର ଡିପିଆର୍‌‌ ପ୍ରସ୍ତୁତି ଶେଷ ହୋଇ ପ୍ରକଳ୍ପ କାମ ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଡିପିଆର୍‌‌ ପ୍ରସ୍ତୁତ ପାଇଁ ଓଡ଼ିଶା ରେଳ ଭିତ୍ତିଭୂମି ଉନ୍ନୟନ ଲିମିଟେଡ୍‌‌ (ଓଆରଆଇଡିଏଲ୍‌‌)କୁ ଦାୟିତ୍ୱ ପ୍ରଦାନ କରାଯାଇଛି ଏବଂ ଏହି କାମ ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ବୈଷୟିକ ସହାୟତା ଯୋଗାଇ ଦେବେ। ଏହା ସହିତ ସହରର ବିଭିନ୍ନ ସେବା ଯୋଗାଣକାରୀ ସଂସ୍ଥା ମଧ୍ୟ ଏହି ଡିପିଆର୍‌‌ କମିଟିରେ ସ୍ଥାନିତ ହେବୋଲି ଜଣାପଡ଼ିଛି। ଏହି କାର୍ଯ୍ୟର ସମନ୍ୱୟ ନିମନ୍ତେ ବିଡିଏ ଉପାଧ୍ୟକ୍ଷ ବଳବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ‘ସହର ସମନ୍ୱୟ କମିଟି’ (ସିସିସି) ଗଠନ କରାଯାଇଛି। ଏହି କମିଟିରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ପରିବହନ କ୍ଷେତ୍ରରେ ରୂପାନ୍ତରଣ ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶାରେ ମେଟ୍ରୋ ସେବା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍‌‌ ପ୍ରୋଜେକ୍ଟ ଭାବେ ଏହାକୁ ଗ୍ରହଣ କରାଯାଉଥିବା ବେଳେ ଅଳ୍ପ ଦିନ ମଧ୍ୟରେ ପ୍ରକଳ୍ପ କାମ ଶେଷ କରି ଓଡ଼ିଶା ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯୋଜନା କରିଛି। ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ଟ୍ରେନ୍‌‌ ପ୍ରକଳ୍ପକୁ ଅନୁମୋଦନ କରିବା ପରଠାରୁ ଦ୍ରୁତ ଗତିରେ ଏନେଇ କାମ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଅଧୀନରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଟକ ତ୍ରିଶୁଳିଆ ମଧ୍ୟରେ ପ୍ରଥମେ ମେଟ୍ରୋ ଟ୍ରେନ୍‌‌ ଚଳାଚଳ କରିବାକୁ ଥିବା ବେଳେ ପରେ ପୁରୀ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ୫-ଟି ଉପକ୍ରମ ଅଧୀନରେ ରାଜ୍ୟ ସରକାର ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ହାତକୁ ନେଇଛନ୍ତି। ମେଟ୍ରୋ ଟ୍ରେନ୍‌‌ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ପର୍ଯ୍ୟଟନ, ଆର୍ଥିକ ଓ ସାମାଜିକ ଦୃଷ୍ଟି କୋଣରୁ ମେଟ୍ରୋ ଟ୍ରେନ୍‌‌ ପ୍ରକଳ୍ପ ରାଜ୍ୟ ପାଇଁ ସମୃଦ୍ଧିର ପଥ ଉନ୍ମୁକ୍ତ କରିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସହର ସମନ୍ୱୟ କମିଟିରେ ପରିବହନ ବିଭାଗ, ୱାଟକୋ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌‌, ବିଏସ୍‌‌ଏନ୍‌‌ଏଲ, ଶକ୍ତି ବିଭାଗ, ଗେଲ୍‌‌, ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ, ବିଡିଏ, ଏନ୍‌‌ଏଚ୍‌‌ଏଆଇ, କ୍ରୁଟ୍‌‌, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଇଡ୍‌‌କୋ, ବିଏମସି ଓ କମିସନରେଟ ପୁଲିସର ବରିଷ୍ଠ ଅଧିକାରକାରୀମାନେ ସାମିଲ ଅଛନ୍ତି। ଏହି ବିଭାଗଗୁଡ଼ିକ ଜଣେ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଏହି କମିଟି ପାଇଁ ନିଯୁକ୍ତ କରିଛନ୍ତି ଓ ଏମାନେ ଆଗକୁ ଏହି ପ୍ରକଳ୍ପ ସମ୍ପର୍କିତ ସମସ୍ତ କାର୍ଯ୍ୟରେ ସହାୟତା ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଇତି ମଧ୍ୟରେ ଏହି କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ବେଳେ ଓଆରଆଇଡିଏଲ୍‌‌ ଦ୍ୱାରା ପ୍ରସ୍ତୁତ ଏକ ପିପିଟି ପ୍ରଦର୍ଶନ କରାଯାଇ ଅଧିକାରୀମାନଙ୍କୁ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଭାବରେ ଅବଗତ କରାଯାଇଛି। ଏହି ଡିପିଆର୍‌‌ ସହିତ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ପୁରୀକୁ ମେଟ୍ରୋ ଚଳାଚଳ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତିତ ସମ୍ପର୍କରେ ମଧ୍ୟ ଏଠାରେ ଆଲୋଚନା ହୋଇଛି। କମ୍‌‌ ସମୟ ମଧ୍ୟରେ କିପରି ଉନ୍ନତ ମାନର ଜ୍ଞାନକୌଶଳ ବ୍ୟବହାର କରି ଏହି ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରାଯାଇପାରିବ ସେନେଇ ସମସ୍ତ ଅଧିକାରୀ ସୁନିଶ୍ଚିତ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର