ବିଦ୍ୟାଳୟ ଉଚ୍ଛେଦ ପ୍ରତିବାଦରେ ଜଡ଼ାମୁଣ୍ଡା ଗାଁରେ ଭୋଟ ବର୍ଜନ: ଖାଲି ଭୋଟ ବାକ୍ସ ସହ ଫେରିଲେ ପୋଲିଙ୍ଗ ପାର୍ଟି

The Sakala Picture
Published On

ଗାଇସିଲେଟ: ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗାଇସିଲେଟ ବ୍ଲକରେ ସରି ଥିବା ବେଲେ ଗାଇସିଲେଟ ବ୍ଲକ ସନ୍ଧିବାହାଲ ଗ୍ରାମ ପଞ୍ଚାୟତ ଜଡ଼ାମୁଣ୍ଡା ଗ୍ରାମବାସୀ ୧୯୭୨ ମସିହା ପ୍ରାଥମିକ ସରକାରୀ ବିଦ୍ୟାଳୟ ପ୍ରତିଷ୍ଠା ହୋଇ ଚଳି ଆସୁଥିବା ବେଳେ ଓଡିଶା ସରକାର ସ୍କୁଲକୁ ଉଚ୍ଛେଦ କରି ଜାମୁଟବାହାଲକୁ ସ୍ଥାନାନ୍ତର କରି ସାରିଛନ୍ତି । ଆଦିବାସୀ ବହୁଳ ଗ୍ରାମ ରେ ସମସ୍ତେ ଖଟିଖୁଆ ଦିନ ମଜୁରିଆ ଅଟନ୍ତି। ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ଅଞ୍ଚଳ ଅଟେ ଯେଉଁଠାରେ […]

ଗାଇସିଲେଟ: ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗାଇସିଲେଟ ବ୍ଲକରେ ସରି ଥିବା ବେଲେ ଗାଇସିଲେଟ ବ୍ଲକ ସନ୍ଧିବାହାଲ ଗ୍ରାମ ପଞ୍ଚାୟତ ଜଡ଼ାମୁଣ୍ଡା ଗ୍ରାମବାସୀ ୧୯୭୨ ମସିହା ପ୍ରାଥମିକ ସରକାରୀ ବିଦ୍ୟାଳୟ ପ୍ରତିଷ୍ଠା ହୋଇ ଚଳି ଆସୁଥିବା ବେଳେ ଓଡିଶା ସରକାର ସ୍କୁଲକୁ ଉଚ୍ଛେଦ କରି ଜାମୁଟବାହାଲକୁ ସ୍ଥାନାନ୍ତର କରି ସାରିଛନ୍ତି । ଆଦିବାସୀ ବହୁଳ ଗ୍ରାମ ରେ ସମସ୍ତେ ଖଟିଖୁଆ ଦିନ ମଜୁରିଆ ଅଟନ୍ତି। ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ଅଞ୍ଚଳ ଅଟେ ଯେଉଁଠାରେ କି ଜଙ୍ଗଲରୁ ବିଭିନ୍ନ ପ୍ରକାର ଜୀବ ଜନ୍ତୁ ଚାଲି ଆସିଥାନ୍ତି। ଏ ପରିକି ଏହା ହାତୀ ଚଲାପଥ ରାସ୍ତା ମଧ୍ୟ ଅଟେ। ଏପରି ପରିସ୍ଥିତିରେ ଲୋକେ ଦିନ ମଜୁରୀ କରିଯିବେ ନା ପିଲାଛୁଆଙ୍କୁ ପାଠ ପଢିଯିବାକୁ ଜଗିବେ। ଏଣୁ  ଗଣଶିକ୍ଷା ବିଭାଗ ତାଙ୍କ ପୂର୍ବ ନିଷ୍ପତିର ପରିବର୍ତନ କରି ପୂର୍ବବତ ସ୍କୁଲକୁ ଚାଲୁ ରଖିବା ପାଇଁ ଗ୍ରାମବାସୀ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଦ୍ମପୁର ଉପ ଜିଲ୍ଲାପାଳଓ ବରଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଯୋଗୁ ଗରିବ ଆଦିବାସୀ ଛାତ୍ରମାନେ ସମସ୍ତଙ୍କୁ ଶିକ୍ଷା ପରି ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ । ମାତ୍ର  ତାଙ୍କର ଦାବି ଗ୍ରହଣ କରାଯାଇ ନ ଥିବାରୁ ତହିଁର ପ୍ରତିବାଦରେ ଜଡ଼ାମୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ ଘୋଷଣା କରିଥିଲେ। ଏପରି ଗ୍ରାମବାସୀ ନିୟମିତ ରୂପେ ଗାଁର ଉଭୟ ମୁଣ୍ଡରେ ଜଗି ରହି କୌଣସି ପ୍ରାର୍ଥୀଙ୍କୁ ନିପର୍ବାଚନ ପ୍ରଚାର ପାଇଁ ଗାଁକୁ ପ୍ରବେଶ କରିବାକୁ ଦେଇ ନ ଥିଲେ । ଜଡ଼ାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଭୋଟ ବର୍ଜନ କରାଯିବ ବୋଲି ଗ୍ରାମବାସୀ ନିଷ୍ପତି ନେଇଥିବାରୁ ନିର୍ବାଚନ କରାଇବା ପାଇଁ ଗାଁକୁ ପୋଲିଙ୍ଗ ପାର୍ଟି ପହଞ୍ଚିବା ପରେ ସମସ୍ୟା ଦେଖା ଯାଇଥିଲା । ପଦ୍ମପୁର ଉପଜିଲ୍ଲାପାଳଙ୍କ ବୁଝାସୁଝା ପରେ ପୋଲିଙ୍ଗ ପାର୍ଟି ମତଦାନ ପାଇଁ ବୁଥ ଖୋଲିଥିଲେ ମଧ୍ୟ ଆଜି କେହି ଭୋଟ ଦେବାକୁ ବୁଥରେ ପ୍ରବେଶ କରି ନଥିଲେ ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ଯୋଗ୍ୟ ଯେ ଜଡ଼ାମୁଣ୍ଡା ଗାଁର ୬ ନମ୍ବର ବୁଥରେ ୧୧୦ ଜଣ ପୁରୁଷ ଭୋଟର ୧୦୨ ଜଣ ମହିଲା ଭୋଟର ଅଛନ୍ତି । ତନ୍ମଧ୍ୟରୁ କେହି ଭୋଟ ଦେଇ ନଥିବାରୁ ପୋଲିଙ୍ଗ ପାର୍ଟି ଶୂନ୍ୟ ମତଦାନରେ ଖାଲି ବାକ୍ସ ଧରି ପ୍ରତ୍ୟାବର୍ତନ କରିଥିବା ଜଣାପଡ଼ିଛି । ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

18 Feb 2022 By The Sakala

ବିଦ୍ୟାଳୟ ଉଚ୍ଛେଦ ପ୍ରତିବାଦରେ ଜଡ଼ାମୁଣ୍ଡା ଗାଁରେ ଭୋଟ ବର୍ଜନ: ଖାଲି ଭୋଟ ବାକ୍ସ ସହ ଫେରିଲେ ପୋଲିଙ୍ଗ ପାର୍ଟି

ଗାଇସିଲେଟ: ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗାଇସିଲେଟ ବ୍ଲକରେ ସରି ଥିବା ବେଲେ ଗାଇସିଲେଟ ବ୍ଲକ ସନ୍ଧିବାହାଲ ଗ୍ରାମ ପଞ୍ଚାୟତ ଜଡ଼ାମୁଣ୍ଡା ଗ୍ରାମବାସୀ ୧୯୭୨ ମସିହା ପ୍ରାଥମିକ ସରକାରୀ ବିଦ୍ୟାଳୟ ପ୍ରତିଷ୍ଠା ହୋଇ ଚଳି ଆସୁଥିବା ବେଳେ ଓଡିଶା ସରକାର ସ୍କୁଲକୁ ଉଚ୍ଛେଦ କରି ଜାମୁଟବାହାଲକୁ ସ୍ଥାନାନ୍ତର କରି ସାରିଛନ୍ତି । ଆଦିବାସୀ ବହୁଳ ଗ୍ରାମ ରେ ସମସ୍ତେ ଖଟିଖୁଆ ଦିନ ମଜୁରିଆ ଅଟନ୍ତି। ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ଅଞ୍ଚଳ ଅଟେ ଯେଉଁଠାରେ କି ଜଙ୍ଗଲରୁ ବିଭିନ୍ନ ପ୍ରକାର ଜୀବ ଜନ୍ତୁ ଚାଲି ଆସିଥାନ୍ତି। ଏ ପରିକି ଏହା ହାତୀ ଚଲାପଥ ରାସ୍ତା ମଧ୍ୟ ଅଟେ। ଏପରି ପରିସ୍ଥିତିରେ ଲୋକେ ଦିନ ମଜୁରୀ କରିଯିବେ ନା ପିଲାଛୁଆଙ୍କୁ ପାଠ ପଢିଯିବାକୁ ଜଗିବେ। ଏଣୁ  ଗଣଶିକ୍ଷା ବିଭାଗ ତାଙ୍କ ପୂର୍ବ ନିଷ୍ପତିର ପରିବର୍ତନ କରି ପୂର୍ବବତ ସ୍କୁଲକୁ ଚାଲୁ ରଖିବା ପାଇଁ ଗ୍ରାମବାସୀ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଦ୍ମପୁର ଉପ ଜିଲ୍ଲାପାଳଓ ବରଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଯୋଗୁ ଗରିବ ଆଦିବାସୀ ଛାତ୍ରମାନେ ସମସ୍ତଙ୍କୁ ଶିକ୍ଷା ପରି ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ । ମାତ୍ର  ତାଙ୍କର ଦାବି ଗ୍ରହଣ କରାଯାଇ ନ ଥିବାରୁ ତହିଁର ପ୍ରତିବାଦରେ ଜଡ଼ାମୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ ଘୋଷଣା କରିଥିଲେ। ଏପରି ଗ୍ରାମବାସୀ ନିୟମିତ ରୂପେ ଗାଁର ଉଭୟ ମୁଣ୍ଡରେ ଜଗି ରହି କୌଣସି ପ୍ରାର୍ଥୀଙ୍କୁ ନିପର୍ବାଚନ ପ୍ରଚାର ପାଇଁ ଗାଁକୁ ପ୍ରବେଶ କରିବାକୁ ଦେଇ ନ ଥିଲେ । ଜଡ଼ାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଭୋଟ ବର୍ଜନ କରାଯିବ ବୋଲି ଗ୍ରାମବାସୀ ନିଷ୍ପତି ନେଇଥିବାରୁ ନିର୍ବାଚନ କରାଇବା ପାଇଁ ଗାଁକୁ ପୋଲିଙ୍ଗ ପାର୍ଟି ପହଞ୍ଚିବା ପରେ ସମସ୍ୟା ଦେଖା ଯାଇଥିଲା । ପଦ୍ମପୁର ଉପଜିଲ୍ଲାପାଳଙ୍କ ବୁଝାସୁଝା ପରେ ପୋଲିଙ୍ଗ ପାର୍ଟି ମତଦାନ ପାଇଁ ବୁଥ ଖୋଲିଥିଲେ ମଧ୍ୟ ଆଜି କେହି ଭୋଟ ଦେବାକୁ ବୁଥରେ ପ୍ରବେଶ କରି ନଥିଲେ ।

ସୂଚନା ଯୋଗ୍ୟ ଯେ ଜଡ଼ାମୁଣ୍ଡା ଗାଁର ୬ ନମ୍ବର ବୁଥରେ ୧୧୦ ଜଣ ପୁରୁଷ ଭୋଟର ୧୦୨ ଜଣ ମହିଲା ଭୋଟର ଅଛନ୍ତି । ତନ୍ମଧ୍ୟରୁ କେହି ଭୋଟ ଦେଇ ନଥିବାରୁ ପୋଲିଙ୍ଗ ପାର୍ଟି ଶୂନ୍ୟ ମତଦାନରେ ଖାଲି ବାକ୍ସ ଧରି ପ୍ରତ୍ୟାବର୍ତନ କରିଥିବା ଜଣାପଡ଼ିଛି । ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି ।

https://www.thesakala.in/latest-odisha-news/bargarh/the-polling-party-returned-with-an-empty-ballot-box/article-9355
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର