ନିଜ ଗାଁକୁ ଆଦର୍ଶ ଗାଁରେ ପରିଣତ କରିବା ପାଇଁ ଶିକ୍ଷୟତ୍ରୀ ଚାକିରି ଛାଡି ଲଢୁଛନ୍ତି ସରପଞ୍ଚ ନିର୍ବାଚନ

The Sakala Picture
Published On

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ବ୍ଳକ ଅର୍ନ୍ତଗତ କୁଚିପାଲି ଗ୍ରାମରେ ସୁଜାତା ପଣ୍ଡା ନାମ୍ନୀ ଜଣେ ମହିଳା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଚାକିରିରୁ ଇସ୍ତାଫା ଦେଇ ସରପଞ୍ଚ ପଦବୀ ପାଇଁ ନିଜ ଗ୍ରାମ କୁଚିପାଲିରେ ନିର୍ବାଚନ ଲଢ଼ୁଥିବା ସମୟରେ ତାଙ୍କ ସ୍ୱାମୀ ଧୀରେନ୍ଦ୍ର କୁମାର ପଣ୍ଡା ଏୟାରଫୋର୍ସର ଅବସରପ୍ରାପ୍ତ ଗୃପ କମାଣ୍ଡର ତାଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଏକମାତ୍ର ଲକ୍ଷ ହେଲା ତାଙ୍କ ନିଜ ଗାଁ […]

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ବ୍ଳକ ଅର୍ନ୍ତଗତ କୁଚିପାଲି ଗ୍ରାମରେ ସୁଜାତା ପଣ୍ଡା ନାମ୍ନୀ ଜଣେ ମହିଳା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଚାକିରିରୁ ଇସ୍ତାଫା ଦେଇ ସରପଞ୍ଚ ପଦବୀ ପାଇଁ ନିଜ ଗ୍ରାମ କୁଚିପାଲିରେ ନିର୍ବାଚନ ଲଢ଼ୁଥିବା ସମୟରେ ତାଙ୍କ ସ୍ୱାମୀ ଧୀରେନ୍ଦ୍ର କୁମାର ପଣ୍ଡା ଏୟାରଫୋର୍ସର ଅବସରପ୍ରାପ୍ତ ଗୃପ କମାଣ୍ଡର ତାଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଏକମାତ୍ର ଲକ୍ଷ ହେଲା ତାଙ୍କ ନିଜ ଗାଁ ‘କୁଚିପାଳି’କୁ ରାଜ୍ୟର ଏକ ଆଦର୍ଶ ଗାଁରେ ପରିଣତ କରିବା। ରାଜ୍ୟ ସରକାରଙ୍କ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥାରେ ଗ୍ରାମର ବିକାଶ ପାଇଁ ପର୍ଯ୍ଯାପ୍ତ କ୍ଷମତା ଓ ସ୍ୱାୟତ୍ତତା ପ୍ରଦାନ କରାଯାଇଛି। ଲୋକେ ନିଜେ ତହିଁର ସଦୁପୋଯୋଗ କରିପାରିଲେ ପ୍ରତ୍ୟେକ ଗାଁ ଏକ ବିକଶିତ ଆଦର୍ଶ ଗାଁରେ ପରିଣତ ହୋଇ ପାରିବ। ଏୟାରଫୋର୍ସରୁ ଅବସର ଗ୍ରହଣ କରିବା ପରେ ଗୃପ କମାଣ୍ଡର ଧୀରେନ୍ଦ୍ର କୁମାର ପଣ୍ଡା ଗାଁକୁ ଫେରିଥିଲେ । ଗାଁର ସାମାଜିକ ପରିବେଶ ତାଙ୍କୁ ବ୍ୟଥିତ କରିଥିଲା । ଏଣୁ ସେ ନିଜର ଜନ୍ମଭୂମୀ କୁଚିପାଲି ଗାଁକୁ ସୁଧାରିବାକୁ ସଙ୍କଳ୍ପ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ପଞ୍ଚାୟତି ରାଜ ବ୍ୟବସ୍ଥାର ସଦୁପୋଯୋଗ କରି ଗାଁର ଯୁବକ ଯୁବତୀ ମାନଙ୍କ ସହାୟତାରେ ବିକାଶକୁ ସଠିକ ମାର୍ଗରେ ନେବାପାଇଁ ସେ ଯୋଜନା କରିବା ସହ ସରପଞ୍ଚ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଥିଲେ । ମାତ୍ର ସଂରକ୍ଷଣ ବ୍ୟବସ୍ଥାରେ କୁଚିପାଲି ସରପଞ୍ଚ ପଦବୀ ମହିଳାଙ୍କ ପାଇଁ ସରକ୍ଷିତ ରହିଥିବାରୁ ତାଙ୍କ ସ୍ତ୍ରୀ ଯେ ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ପଶ୍ଚିମବଙ୍ଗ ଓ ଜାମନଗର ବାୟୁସେନା ସ୍କୁଲରେ ଶିକ୍ଷୟିତ୍ରୀ ରହିଥିଲେ। ସେ ସ୍ୱାମୀଙ୍କ ପରାମର୍ଶରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସ୍ୱାମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସରପଞ୍ଚ ପ୍ରାର୍ଥୀରୂପେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେ ସରପଞ୍ଚ ନିର୍ବାଚିତ ହେବା ପରେ ନିଜ ‘କୁଚିପାଲି’ ଗ୍ରାମ ପଞ୍ଚାୟତକୁ କିଭଳି ରୂପେ ଦେଖିବାକୁ ଚାହାନ୍ତି ତହିଁର ଏକ ରୂପ ରେଖ ପ୍ରସ୍ତୁତ କରି ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେସମ୍ପର୍କରେ ବୁଝାଉଥିବା ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ସୁଜାତା ପଣ୍ଡା ବ୍ୟୟ ବହୁଲ ପ୍ରଚାର ପରିବର୍ତେ ବ୍ୟକ୍ତିଗତ ରୂପେ ଘରକୁ ଘର ବୁଲି ତାଙ୍କ ସରପଞ୍ଚ ପ୍ରାର୍ଥୀ ହେବା ପଛକର କାରଣ ଓ ଯୋଜନା ସମ୍ପର୍କରେ ଅବଗତ କରାଉଛନ୍ତି । ତାଙ୍କ ଦୃଷ୍ଟିରେ ଏହା ରାଜନୈତିକ ଲଢେଇ ନୁହେଁ ବରଂ ତାଙ୍କ ଲଢ଼େଇ ଏକ ଆଦର୍ଶର ଲଢ଼େଇ । ଏଣୁ ସେ ଜନସମ୍ପର୍କକୁ ସେ ଗୁରୁତ୍ୱ ଦେଉଥିବା କହନ୍ତି କୁଚିପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନି ସୁଜାତା ପଣ୍ଡା । ତାଙ୍କ ସ୍ୱାମୀ ଧୀରେନ୍ଦ୍ର ନାଥ ପଣ୍ଡାଙ୍କ ପାଇଁ ଏହା ଏକ ମିସନ ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

02 Feb 2022 By The Sakala

ନିଜ ଗାଁକୁ ଆଦର୍ଶ ଗାଁରେ ପରିଣତ କରିବା ପାଇଁ ଶିକ୍ଷୟତ୍ରୀ ଚାକିରି ଛାଡି ଲଢୁଛନ୍ତି ସରପଞ୍ଚ ନିର୍ବାଚନ

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ବ୍ଳକ ଅର୍ନ୍ତଗତ କୁଚିପାଲି ଗ୍ରାମରେ ସୁଜାତା ପଣ୍ଡା ନାମ୍ନୀ ଜଣେ ମହିଳା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଚାକିରିରୁ ଇସ୍ତାଫା ଦେଇ ସରପଞ୍ଚ ପଦବୀ ପାଇଁ ନିଜ ଗ୍ରାମ କୁଚିପାଲିରେ ନିର୍ବାଚନ ଲଢ଼ୁଥିବା ସମୟରେ ତାଙ୍କ ସ୍ୱାମୀ ଧୀରେନ୍ଦ୍ର କୁମାର ପଣ୍ଡା ଏୟାରଫୋର୍ସର ଅବସରପ୍ରାପ୍ତ ଗୃପ କମାଣ୍ଡର ତାଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଏକମାତ୍ର ଲକ୍ଷ ହେଲା ତାଙ୍କ ନିଜ ଗାଁ ‘କୁଚିପାଳି’କୁ ରାଜ୍ୟର ଏକ ଆଦର୍ଶ ଗାଁରେ ପରିଣତ କରିବା। ରାଜ୍ୟ ସରକାରଙ୍କ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥାରେ ଗ୍ରାମର ବିକାଶ ପାଇଁ ପର୍ଯ୍ଯାପ୍ତ କ୍ଷମତା ଓ ସ୍ୱାୟତ୍ତତା ପ୍ରଦାନ କରାଯାଇଛି। ଲୋକେ ନିଜେ ତହିଁର ସଦୁପୋଯୋଗ କରିପାରିଲେ ପ୍ରତ୍ୟେକ ଗାଁ ଏକ ବିକଶିତ ଆଦର୍ଶ ଗାଁରେ ପରିଣତ ହୋଇ ପାରିବ। ଏୟାରଫୋର୍ସରୁ ଅବସର ଗ୍ରହଣ କରିବା ପରେ ଗୃପ କମାଣ୍ଡର ଧୀରେନ୍ଦ୍ର କୁମାର ପଣ୍ଡା ଗାଁକୁ ଫେରିଥିଲେ । ଗାଁର ସାମାଜିକ ପରିବେଶ ତାଙ୍କୁ ବ୍ୟଥିତ କରିଥିଲା । ଏଣୁ ସେ ନିଜର ଜନ୍ମଭୂମୀ କୁଚିପାଲି ଗାଁକୁ ସୁଧାରିବାକୁ ସଙ୍କଳ୍ପ ନେଇଥିଲେ ।

ପଞ୍ଚାୟତି ରାଜ ବ୍ୟବସ୍ଥାର ସଦୁପୋଯୋଗ କରି ଗାଁର ଯୁବକ ଯୁବତୀ ମାନଙ୍କ ସହାୟତାରେ ବିକାଶକୁ ସଠିକ ମାର୍ଗରେ ନେବାପାଇଁ ସେ ଯୋଜନା କରିବା ସହ ସରପଞ୍ଚ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଥିଲେ । ମାତ୍ର ସଂରକ୍ଷଣ ବ୍ୟବସ୍ଥାରେ କୁଚିପାଲି ସରପଞ୍ଚ ପଦବୀ ମହିଳାଙ୍କ ପାଇଁ ସରକ୍ଷିତ ରହିଥିବାରୁ ତାଙ୍କ ସ୍ତ୍ରୀ ଯେ ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ପଶ୍ଚିମବଙ୍ଗ ଓ ଜାମନଗର ବାୟୁସେନା ସ୍କୁଲରେ ଶିକ୍ଷୟିତ୍ରୀ ରହିଥିଲେ। ସେ ସ୍ୱାମୀଙ୍କ ପରାମର୍ଶରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସ୍ୱାମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସରପଞ୍ଚ ପ୍ରାର୍ଥୀରୂପେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେ ସରପଞ୍ଚ ନିର୍ବାଚିତ ହେବା ପରେ ନିଜ ‘କୁଚିପାଲି’ ଗ୍ରାମ ପଞ୍ଚାୟତକୁ କିଭଳି ରୂପେ ଦେଖିବାକୁ ଚାହାନ୍ତି ତହିଁର ଏକ ରୂପ ରେଖ ପ୍ରସ୍ତୁତ କରି ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେସମ୍ପର୍କରେ ବୁଝାଉଥିବା ଦେଖାଯାଉଛି।

ସୁଜାତା ପଣ୍ଡା ବ୍ୟୟ ବହୁଲ ପ୍ରଚାର ପରିବର୍ତେ ବ୍ୟକ୍ତିଗତ ରୂପେ ଘରକୁ ଘର ବୁଲି ତାଙ୍କ ସରପଞ୍ଚ ପ୍ରାର୍ଥୀ ହେବା ପଛକର କାରଣ ଓ ଯୋଜନା ସମ୍ପର୍କରେ ଅବଗତ କରାଉଛନ୍ତି । ତାଙ୍କ ଦୃଷ୍ଟିରେ ଏହା ରାଜନୈତିକ ଲଢେଇ ନୁହେଁ ବରଂ ତାଙ୍କ ଲଢ଼େଇ ଏକ ଆଦର୍ଶର ଲଢ଼େଇ । ଏଣୁ ସେ ଜନସମ୍ପର୍କକୁ ସେ ଗୁରୁତ୍ୱ ଦେଉଥିବା କହନ୍ତି କୁଚିପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନି ସୁଜାତା ପଣ୍ଡା । ତାଙ୍କ ସ୍ୱାମୀ ଧୀରେନ୍ଦ୍ର ନାଥ ପଣ୍ଡାଙ୍କ ପାଇଁ ଏହା ଏକ ମିସନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର