କୁଳ ଲଙ୍ଘୁଛି ସମୁଦ୍ର : ସମୁଦ୍ର ତଟ ବର୍ତ୍ତୀ ଗାଁରେ ପଶିଲା ଜୁଆର ପାଣି

The Sakala Picture
Published On

ବାଲେଶ୍ୱର : କୁଳ ଲଂଘୁଛି ସମୁଦ୍ର । ଗତ କାଲି ପୂର୍ଣ୍ଣମୀ ଯାଇଥିବା ବେଳେ ଆଜି ସଂକ୍ରାନ୍ତି ଏବଂ ଲଘୁଚାପ ପ୍ରଭାବ ରେ ସମୁଦ୍ର ଅଶାନ୍ତ ହୋଇଛି। ଫଳରେ ଜୁଆର ପାଣି ତଟ ବର୍ତ୍ତୀ ଗାଁ ସହିତ ବହୁ ଚାଷ ଜମିକୁ ମାଡ଼ି ଯାଇଛି ।ବଙ୍ଗୋପସାଗର କୂଳ ବାଲେଶ୍ୱର ଜିଲ୍ଲା ବସ୍ତା, ସଦର, ବାଲିଆପାଳ ଏବଂ ଭୋଗରାଇ ବ୍ଲକର ବ୍ୟାପକ ଅଞ୍ଚଳରେ ସମୁଦ୍ର କୂଳ ଲଙ୍ଘି ଜଳାର୍ଣବ ହୋଇଥିବା ଦେଖିବାକୁ ମିଳିଛି। ଭୋଗରାଇ ବ୍ଲକର ତାଳସାରି ବେଳାଭୂମିରେ […]

ବାଲେଶ୍ୱର : କୁଳ ଲଂଘୁଛି ସମୁଦ୍ର । ଗତ କାଲି ପୂର୍ଣ୍ଣମୀ ଯାଇଥିବା ବେଳେ ଆଜି ସଂକ୍ରାନ୍ତି ଏବଂ ଲଘୁଚାପ ପ୍ରଭାବ ରେ ସମୁଦ୍ର ଅଶାନ୍ତ ହୋଇଛି। ଫଳରେ ଜୁଆର ପାଣି ତଟ ବର୍ତ୍ତୀ ଗାଁ ସହିତ ବହୁ ଚାଷ ଜମିକୁ ମାଡ଼ି ଯାଇଛି ।ବଙ୍ଗୋପସାଗର କୂଳ ବାଲେଶ୍ୱର ଜିଲ୍ଲା ବସ୍ତା, ସଦର, ବାଲିଆପାଳ ଏବଂ ଭୋଗରାଇ ବ୍ଲକର ବ୍ୟାପକ ଅଞ୍ଚଳରେ ସମୁଦ୍ର କୂଳ ଲଙ୍ଘି ଜଳାର୍ଣବ ହୋଇଥିବା ଦେଖିବାକୁ ମିଳିଛି। ଭୋଗରାଇ ବ୍ଲକର ତାଳସାରି ବେଳାଭୂମିରେ କୂଳ ଲଙ୍ଘି ଜୁଆର ପାଣି ହୋଟେଲ ,ଦୋକାନ ଇତ୍ୟାଦି ରେ ସମୁଦ୍ର ପାଣି ଲହଢ଼ି ଭାଙ୍ଗୁଛି। ଯଦି ଏଭଳି ଜୁଆର ପାଣି ଅଧିକ ମାଡି ଆସେ ତେବେ ଆହୁରି ଅଧିକ ଦୋକାନ ଗୃହ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ସେହିପରି ବସ୍ତା ବ୍ଲକ ସାର୍ଥା ପଞ୍ଚାୟତ ର ମେଘା,ମର୍ଚି , ବୁଦ୍ଧିଆ ମାରି ,ଖଡ଼ଖଡି ଗ୍ରାମରେ ସମୁଦ୍ର ଅସାନ୍ତ ହେଇ ଲୁଣି ପାଣି ଗାଁ ଭିତରକୁ ପ୍ରବେଶ କରି। ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି ଏବଂ ରାସ୍ତା ଉପରେ ଜୁଆର ପାଣି ଲହଡ଼ି ଭାଙ୍ଗୁ ଥିବା ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ରେଷ୍ଟୁରାଣ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର