ସବୁଜ ବାଣକୁ ନେଇ ଦ୍ବନ୍ଦ୍ବରେ ବାଣ ଦୋକାନୀ: ବାଧ୍ୟହୋଇ ବିକ୍ରି କରୁଛନ୍ତି ମହମବତୀ, ଦୀପ ଓ ଲାଇଟ୍

The Sakala Picture
Published On

ବାଲେଶ୍ଵର:ଗୁରୁବାର ଦିନ ସଭିଁଏ ପାଳିବେ ଆଲୋକର ପର୍ବ ଦୀପାବଳି। ଏନେଇ ଚଳଚଞ୍ଚଳ ହୋଇଉଠିଛି ବାଲେଶ୍ବର ସହର। ବାଣ ଫୁଟାକୁ ନେଇ ଯେଉଁ ଦ୍ବନ୍ଦ୍ବ ଥିଲା ତାହାକୁ ସୋମାବର ଦିନ ହାଇକୋର୍ଟ ଦୂର କରିଦେଇଛନ୍ତି। କେବଳ ସବୁଜ ବାଣ ବିକ୍ରି ସହ ଫୁଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦେଶ ରହିଛି। ତେବେ ସବୁଜ ବାଣକୁ ନେଇ ଲୋକେ ତଥା ବାଣ ବ୍ୟବସାୟୀ ମଧ୍ୟ ଦ୍ବନ୍ଦ୍ବରେ ଥିବା ସହ ବାଣ ବିକ୍ରିକୁ ନେଇ ଚିନ୍ତାରେ ରହିଛନ୍ତି। ସବୁଜ ବାଣ କଣ ତାହା […]

ବାଲେଶ୍ଵର:ଗୁରୁବାର ଦିନ ସଭିଁଏ ପାଳିବେ ଆଲୋକର ପର୍ବ ଦୀପାବଳି। ଏନେଇ ଚଳଚଞ୍ଚଳ ହୋଇଉଠିଛି ବାଲେଶ୍ବର ସହର। ବାଣ ଫୁଟାକୁ ନେଇ ଯେଉଁ ଦ୍ବନ୍ଦ୍ବ ଥିଲା ତାହାକୁ ସୋମାବର ଦିନ ହାଇକୋର୍ଟ ଦୂର କରିଦେଇଛନ୍ତି। କେବଳ ସବୁଜ ବାଣ ବିକ୍ରି ସହ ଫୁଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦେଶ ରହିଛି। ତେବେ ସବୁଜ ବାଣକୁ ନେଇ ଲୋକେ ତଥା ବାଣ ବ୍ୟବସାୟୀ ମଧ୍ୟ ଦ୍ବନ୍ଦ୍ବରେ ଥିବା ସହ ବାଣ ବିକ୍ରିକୁ ନେଇ ଚିନ୍ତାରେ ରହିଛନ୍ତି। ସବୁଜ ବାଣ କଣ ତାହା ଅଧିକାଂଶ ଦୋକାନୀ ମଧ୍ୟ ଜାଣିନାହାନ୍ତି। ଦୀପାବଳିରେ ବାଣ ବିକ୍ରି ପାଇଁ ଗଣେଶ ପୁଜା ପୂର୍ବରୁ ଅର୍ଡର କରି ବାଣ ବ୍ୟବସାୟୀମାନେ ବାଣ ଆଣିଥାନ୍ତି ଏବଂ ଦୀପାବଳିର ୫ ଦିନ ପୂର୍ବରୁ। ଅନୁମତି ନେଇ ଦୋକାନ ଖୋଲି ବାଣ ବିକ୍ରି କରିଥାନ୍ତି। ମାତ୍ର ଏଥର ତ ବାଣ ଆସିଗଲା ହେଲେ ବିକ୍ରି ପାଇଁ ଅନୁମତି ମିଳିଲା ନାହିଁ। ବରଂ ଯେଉଁ ବାଣ ସମ୍ପର୍କରେ ଅଧିକାଂଶ ଦୋକାନୀ ଜାଣିନଥିବାରୁ ସେସମସ୍ତ ବାଣ ମଧ୍ୟ ସେମାନଙ୍କ ନିକଟରେ ଉପଲବ୍ଧ ନଥିବା ଜଣାପଡ଼ିଛି। କିଛି ଦୋକାନୀଙ୍କ ନିକଟରେ ଅଳ୍ପ ପରିମାଣରେ ପପ୍-ପପ୍ ବାଣ ରହିଛି ଯାହା ଟାଣିଲେ ବା ଧରିଲେ ଫାଟିବ। ଏଥିସହିତ କିଛି ଇଲେକ୍ଟ୍ରିକ୍ ବାଣ ମଧ୍ୟ ରହିଛି। ଯାହାଦ୍ବାରା ନିଆଁ କି ଧୂଆଁ ବାହାରିବାର ନାହିଁ।

ଆହୁରି ପଢ଼ନ୍ତୁ: ବିବାହରୁ ଫେରିବାବେଳେ ଗଛକୁ ଧକ୍କା ଦେଲା ବରଯାତ୍ରୀ ଗାଡ଼ି; ଜଣେ ମୃତ, ୧୫ ଆହତ

ଦୀପାବଳି ସମୟରେ ବାଣ ଦୋକାନୀ ଚିନ୍ତାରେ  ରହିଛନ୍ତି। କରୋନା ପାଇଁ ୨୦୨୦ ମସିହାରେ ବାଣ ବିକ୍ରି ପାଇଁ ଅନୁମତି ନଥିବା ବେଳେ ଚଳିତବର୍ଷ ବାଣ ବିକ୍ରି ନେଇ ଆଶା ରଖିଥିଲେ ବାଲେଶ୍ଵର ସହରର ବାଣ ବ୍ୟବସାୟୀ। ମାତ୍ର ଚଳିତବର୍ଷ ମଧ୍ୟ ବାଣ ବିକ୍ରି ଉପରେ ଲାଗିଲା କଟକଣା। ପ୍ରତିବର୍ଷ ବାଲେଶ୍ବର ସହରରେ ୮୦ ଜଣ ଦୋକାନୀ ୩ କୋଟିରୁ ଅଧିକ ଟଙ୍କାର ବାଣ ବିକ୍ରି କରୁଥିଲେ। ଚଳିତ ବର୍ଷ ମଧ୍ୟ କିଏ ଦେଢ଼ ଲକ୍ଷ ତ ଆଉ କେହି ୫ ଲକ୍ଷ ଟଙ୍କାର ବାଣ ଆଣିସାରିଥିଲେ। ଶେଷରେ ବାଣ ଫୁଟାଇବାରେ କଟକଣା ଲାଗିବା ଯୋଗୁଁ ବିକ୍ରି ନେଇ ଚିନ୍ତାରେ ରହିଛନ୍ତି ବାଣ ବ୍ୟବସାୟୀ। ବାଣ ବ୍ୟବସାୟୀମାନେ ସାଧାରଣତଃ ଶିବକାସିରୁ ଗଣେଶ ପୂଜା ପୂର୍ବରୁ ବିଭିନ୍ନ ପ୍ରକାରର ଲକ୍ଷାଧିକ ବାଣ ଅର୍ଡର କରିଥାନ୍ତି। ସହରରେ ପ୍ରତିବର୍ଷ ଦୀପାବଳିର ୫ ଦିନ ପୂର୍ବରୁ ସହରରେ ବାଣ ଦୋକାନୀଙ୍କ ପସରା ମେଲିଯାଏ। ବିଶେଷକରି ଆଇଟିଆଇ ଓ ମିଶନ ପଡିଆରେ ବାଣ ବ୍ୟବସାୟୀମାନେ ଜିଲ୍ଲା ପ୍ରଶାସନର ଅନୁମତି ନେଇ ଦୋକାନ ଖୋଲିଥାନ୍ତି। ଆଇଟିଆଇ ପଡିଆରେ ବାଲେଶ୍ଵରର ବାଛୁରୀପଡାରୁ ୨୦ ଜଣ ଏବଂ ସହରର ୬୦ ଜଣ ବାଣ ଦୋକାନୀ ପୁରୁଣା ଷ୍ଟାଡିୟମ ପଡିଆରେ ବାଣ ବିକ୍ରି କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି ପାଇଁ ଆଶା ରଖିଥିବା ଦୋକାନୀଙ୍କ ବେପାର ଉପରେ କଟକଣାର ମାଡ଼ ଭାରି ପଡ଼ିଛି। ଏମିତିକି ସେମାନେ ଜିଲ୍ଲା ପ୍ରଶାସନ ନିକଟକୁ ବାଣ ବିକ୍ରି କରିବା ତଥା ଦୋକାନ  ଖୋଲିବା ନିମନ୍ତେ ଅନୁମତି ଆଣିବାକୁ ମଧ୍ୟ ଯାଇନାହାନ୍ତି। ଗାଇଡଲାଇନ୍ ଜାରି ହେବା ପରେ ବାଣ ଦୋକାନ ଖୋଲିବା ପାଇଁ ସମସୟ ନଥିବାରୁ ସେମାନେ ଅନୁମତି ମଧ୍ୟ ଆଣିବାକୁ ଯାଇନଥିବା କହିଛନ୍ତି। ଫଳରେ ବ୍ୟବସାୟୀକୁ ନେଇ ଚିନ୍ତାରେ ରହିଛନ୍ତି। ବାଧ୍ୟହୋଇ ଅଧିକାଂଶ ବାଣ ଦୋକାନୀ ରାସ୍ତା କଡରେ ମହମବତୀ, ଦୀପ ଓ ଲାଇଟ୍ ଆଦି ବିକ୍ରି କରୁଛନ୍ତି।
ବାଣ ଆଣିସାରିଥିଲେ ସୁଦ୍ଧା ବିକ୍ରି କରିବା ବା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ। ବାଧ୍ୟହୋଇ ରାସ୍ତାକଡରେ ମହମବତୀ,ଦୀପ, ଆକାଶ ସୂତା ଆଦି ବିକ୍ରି କରୁଛନ୍ତି। ଏଥିସହିତ ଏକ ନୂଆ ବାଣ ତଥା ଫଟକା ଅଧିକ ବିକ୍ରି ହେଉଛି ପପ୍-ପପ୍ ବାଣ। ଯାହା ପ୍ରଦୂଷଣ ତଥା ନିଆଁ ମୁକ୍ତ ରଙ୍ଗୀନ ଫଟକା। ପରିବେଶ ଅନୁକୂଳ ଫଟକା। ତାହା ହାତ ମାଧ୍ୟମରେ ଫୁଟିବ। ଏଥିରେ କୌଣସି ବିପଦ ମଧ୍ୟ ନାହିଁ। ଡ୍ରେସ୍ ରେ ପଡିଲେ ମଧ୍ୟ ବିପଦ ନାହିଁ। ଏହାକୁ ପିଲାମାନେ ଅଧିକ କିଣୁଥିବା ଜଣାପଡିଛି। ଏହାର ମୂଲ୍ଯ ଗୋଟିଏ ପ୍ୟାକେଟ୍ କୁ ୧୦ ଟଙ୍କା ରହିଛି ବୋଲି ବାଣ ଦୋକାନୀ ସଞ୍ଜୟ ବାରିକ କହିଛନ୍ତି।
ସେହିପରି ଫାଣ୍ଡି ଛକରେ ଦୀର୍ଘ ୧୨ ବର୍ଷ ଧରି ଦୋକାନ ଖୋଲୁଥିବା କାହ୍ନୁ ପଣ୍ଡା କହିଛନ୍ତି,‘ଆମେ ତ କେହି ସବୁଜ ବାଣ କଣ ଜାଣିନୁ। ଲୋକାମାନେ ବି ତାହା ଜାଣିନାହାନ୍ତି। ସୟମସ୍ତେ ଆସି ବାଣ ମାଗୁଛନ୍ତି। ସବୁଜ ବାଣକ ନେଇ ସମସ୍ତେ ଦ୍ବନ୍ଦ୍ବରେ ରହିଛନ୍ତି। ମୁଁ ଏଥର ଦେଢ଼ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାରର ମହମବତୀ, ଦୀପ, ଚୁନି ଲାଇଟ୍ ଓ ଛୋଟ ପିଲାଙ୍କ ପାଇଁ କିଛି ଫଟକା ରଖିଛି। ୭ ଦିନ ହେଲାଣି ଦୋକାନ ଖୋଲିଲିଣି। ଏଥିସହିତ ମୁଁ ମିଶନ ପଡ଼ିଆରେ ପ୍ରତିବର୍ଷ ବାଣ  ଦୋକାନ ବି ଖୋଲେ। ହେଲେ ଏଥର ବାଣ ବିକ୍ରି ଉପରେ କଟକଣା ରହିଗଲା। ତେଣୁ ବିଶେଷ ବିକଅି ନାହିଁ’।
ଏସମ୍ପର୍କରେ ଉପଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ କହିଛନ୍ତି,‘ଏଥର ଦୋକାନୀ କେବଳ ସବୁଜ ବାଣ ଫୁଟାଇପାରିବେ। ଏନେଇ ହାଇକୋର୍ଟ ରାୟ ଶୁଣାଇଛନ୍ତି। ଆମେ ମଧ୍ୟ ଏସମ୍ପର୍କରେ ସହରରେ ଗାଇଡଲାଇନ୍ ଜାରି କରିଛୁ। କିନ୍ତୁ ଏପର୍ଯ୍ୟନ୍ତି କେହିବି ଦୋକାନୀ ବାଣ ବିକ୍ରି କରିବା ନିମନ୍ତେ ଅନୁମତି ମଧ୍ୟ ନେବାକୁ ଆସିନାହାନ୍ତି। ବାକି ଯଦି କେହି ଚୋରାରେ ବାଣ ବିକ୍ରି କରନ୍ତି ତେବେ ସେନେଇ ଯଦି ପୋଲିସ ପ୍ରଶାସନକୁ କିଛି ଗାଇଡଲାଇନ୍ ଆସିଥିବ ତେବେ ସେମାନେ କାର୍ଯ୍ୟାନୁଷ୍ଠାନ ନେବେ’।
02 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର