ଶିକ୍ଷାନୁଷ୍ଠାନରେ ଲଜ୍ଜା: ୭ମ ଶ୍ରେଣୀର ଛାତ୍ରୀଙ୍କୁ ‍ଗଣିତ ଶିକ୍ଷକ ଅସଦାଚରଣ, ଛାତକୁ ଡାକି....

Deviprasad Mohanty Picture
Published On

ବାଲେଶ୍ବର: ବାଲେଶ୍ଵରରୁ ଶିକ୍ଷାନୁଷ୍ଠାନରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଗଣିତ ଶିକ୍ଷକ ୭ମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ ବୋଳିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଟାଉନ ଥାନା ଅର୍ନ୍ତଗତ ହାଜି ନାସିରୁଦ୍ଧିନ୍ ମ.ଇ ବିଦ୍ୟାଳୟର ୭ମ ଶ୍ରେଣୀର ଛାତ୍ରୀଙ୍କୁ ‍ଗଣିତ ଶିକ୍ଷକ ଅସଦାଚରଣ ଅଭିଯୋଗ ହୋଇଛି। ଅଭିଯୁକ୍ତ ଗଣିତ ଶିକ୍ଷକ ହେଲେ ସେକ୍ ରିହାନ୍। ବିଦ୍ୟାଳୟର ଛାତକୁ ଏକୁଟିଆ ଡ଼ାକି ପ୍ରାଇଭେଟ୍ ଅଙ୍ଗକୁ ଟଚ୍ କରିବା ନେଇ ଘରେ ମାଆଙ୍କୁ ଜଣାଇଥିଲେ ଛାତ୍ରୀ। ଏନେଇ ଆଜି ଛାତ୍ରୀର ପରିବାର ଲୋକ ବିଦ୍ୟାଳୟକୁ ଆସି ପଚାରିବାରୁ ଉତ୍ତେଜନା ଦେଖାଦେଇଥିଲା। ବିଦ୍ୟାଳୟ ପରିସରରେ ଟାଉନ ଥାନା ପୁଲୁସ ପହଞ୍ଚି ବୁଝା ସୁଝା କରିଥିଲା। ଏନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର