ବଜ୍ରାଘାତରେ ମା’ ମୃତ, ପୁଅ ଗୁରୁତର

The Sakala Picture
Published On

ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ବରଡ଼ିହା ଗ୍ରାମ ପଞ୍ଚାୟତର ନିମଡିହା ଗାଁରେ ଆଜି ଅଭାବନୀୟ ଘଟଣା ଘଟିଯାଇଛି। ବିଲରୁ ଚାଷ କାମ ପରେ ଘରକୁ ଫେରୁଥିବା ସମୟରେ ବଜ୍ରାଘାତରେ ମା’ର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଛି। ମୃତ ମା’ଙ୍କ ନାମ ଅଞ୍ଜଳି ସିଂ ଓ ଗୁୁରୁତର ହୋଇଥିବା ପୁଅଙ୍କ ନାଁ ଗୋବିନ୍ଦ ସିଂ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ମାଆ ଓ ପୁଅ ବିଲକୁ ଚାଷ କାମ କରିବାକୁ ଯାଇଥିଲେ। ହଠାତ […]

ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ବରଡ଼ିହା ଗ୍ରାମ ପଞ୍ଚାୟତର ନିମଡିହା ଗାଁରେ ଆଜି ଅଭାବନୀୟ ଘଟଣା ଘଟିଯାଇଛି। ବିଲରୁ ଚାଷ କାମ ପରେ ଘରକୁ ଫେରୁଥିବା ସମୟରେ ବଜ୍ରାଘାତରେ ମା’ର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଛି। ମୃତ ମା’ଙ୍କ ନାମ ଅଞ୍ଜଳି ସିଂ ଓ ଗୁୁରୁତର ହୋଇଥିବା ପୁଅଙ୍କ ନାଁ ଗୋବିନ୍ଦ ସିଂ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ମାଆ ଓ ପୁଅ ବିଲକୁ ଚାଷ କାମ କରିବାକୁ ଯାଇଥିଲେ। ହଠାତ କଳା ହାଣ୍ଡିଆ ମେଘ ଘୋଟି ଆସିଥିଲା। ଘନଘନ ବଜ୍ରାଘାତ ହେବା ଫଳରେ ମା’ ଅଞ୍ଜଳିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ପୁଅ ଗୁରୁତର ହୋଇପଡ଼ିଥିଲେ।  ପୁଅ ଗୋବିନ୍ଦ ସିଂଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାୟୀ ହାତୀଗଡ ହସପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର