ଲୁଟେରାଙ୍କ ଉତ୍ପାତ: ଝରକା ଭାଙ୍ଗି ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଓ ୬୫୦ ଗ୍ରାମର ରୂପା ଗହଣା

The Sakala Picture
Published On

ସୋର: ଘରେ କେହି ନ ଥିଲେ। ପରିବାର ସମସ୍ତ ସଦସ୍ୟ ବିବାହ ଭୋଜିରେ ଯୋଗଦେଇ ଚାରି ଦିନ ପରେ ଘରକୁ ଫେରିଲା ବେଳକୁ ଚୋରମାନେ ଝରକା ଭାଙ୍ଗି ଘରେ କଳାକନା ବୁଲାଇ ଫେରାର ହୋଇଯାଇଛନ୍ତି। ବିରଞ୍ଚି ନାରାୟଣ ମହାନ୍ତି ଓସିଏଲରୁ ପର୍ସନାଲ ମ୍ୟାନେଜର ପଦରୁ ଅବସର ନେଇ ସୋର ଥାନା ଇଟୁଆ ଗ୍ରାମରେ ଅବସ୍ଥାନ କରୁଛନ୍ତି। ଶ୍ରୀ ମହାନ୍ତିଙ୍କ ପରିବାର ଗତ ୫ ତାରିଖ ନିଜର ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗଦେବାକୁ ଜଳେଶ୍ୱର ଯାଇଥିଲେ। ଗତ ୭ […]

ସୋର: ଘରେ କେହି ନ ଥିଲେ। ପରିବାର ସମସ୍ତ ସଦସ୍ୟ ବିବାହ ଭୋଜିରେ ଯୋଗଦେଇ ଚାରି ଦିନ ପରେ ଘରକୁ ଫେରିଲା ବେଳକୁ ଚୋରମାନେ ଝରକା ଭାଙ୍ଗି ଘରେ କଳାକନା ବୁଲାଇ ଫେରାର ହୋଇଯାଇଛନ୍ତି। ବିରଞ୍ଚି ନାରାୟଣ ମହାନ୍ତି ଓସିଏଲରୁ ପର୍ସନାଲ ମ୍ୟାନେଜର ପଦରୁ ଅବସର ନେଇ ସୋର ଥାନା ଇଟୁଆ ଗ୍ରାମରେ ଅବସ୍ଥାନ କରୁଛନ୍ତି। ଶ୍ରୀ ମହାନ୍ତିଙ୍କ ପରିବାର ଗତ ୫ ତାରିଖ ନିଜର ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗଦେବାକୁ ଜଳେଶ୍ୱର ଯାଇଥିଲେ। ଗତ ୭ ତାରିଖ ଘରକୁ ଫେରି ଦେଖିଲେ ବିରଞ୍ଚିଙ୍କ ଶୋଇବା ଘର ଝରକା ଭଙ୍ଗା ଯାଇଛି। ଆଲମିରାରେ ଉପର ମହଲା ନିର୍ମାଣ ପାଇଁ ରଖିଥିବା ୭୫ ହଜାର ଟଙ୍କା, ଗୋଟିଏ ସୁନା ହାର, କାନ ଫୁଲ ସାତ ହଳ, ବାହୁଟି ୨ ହଳ, ମୁଦି ୩୧ଟି, ପଦକ ୬ଟି ଚୋରୀ ହୋଇଯାଇଛି ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ସେହିପରି ରୂପାର ପାଉଁଜି ସାତ ହଳ, ଅଣ୍ଟା ବିଛା ୫ଟି, ରୂପା ମୁଦ୍ରା ୭ଟି, ଚାବି ରିଂ ୨ଟି ପ୍ରାୟ ୬ଶହ ୫୦ ଗ୍ରାମର ରୂପା ଗହଣା ଚୋରମାନେ ଚୋରି କରି ନେଇଯାଇଛନ୍ତି। ଏହାଛଡା ତିନୋଟି ବ୍ୟାଙ୍କର ଏଟିଏମ, ଆଧାର, ଭୋଟର, ପାନ୍‍ ଓ ପତଞ୍ଜଳୀ କାର୍ଡ ଚୋରି ହୋଇଯାଇଥିବାର ଶ୍ରୀ ମହାନ୍ତି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସୋର ପୁଲିସ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

09 Feb 2022 By The Sakala

ଲୁଟେରାଙ୍କ ଉତ୍ପାତ: ଝରକା ଭାଙ୍ଗି ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଓ ୬୫୦ ଗ୍ରାମର ରୂପା ଗହଣା

ସୋର: ଘରେ କେହି ନ ଥିଲେ। ପରିବାର ସମସ୍ତ ସଦସ୍ୟ ବିବାହ ଭୋଜିରେ ଯୋଗଦେଇ ଚାରି ଦିନ ପରେ ଘରକୁ ଫେରିଲା ବେଳକୁ ଚୋରମାନେ ଝରକା ଭାଙ୍ଗି ଘରେ କଳାକନା ବୁଲାଇ ଫେରାର ହୋଇଯାଇଛନ୍ତି। ବିରଞ୍ଚି ନାରାୟଣ ମହାନ୍ତି ଓସିଏଲରୁ ପର୍ସନାଲ ମ୍ୟାନେଜର ପଦରୁ ଅବସର ନେଇ ସୋର ଥାନା ଇଟୁଆ ଗ୍ରାମରେ ଅବସ୍ଥାନ କରୁଛନ୍ତି। ଶ୍ରୀ ମହାନ୍ତିଙ୍କ ପରିବାର ଗତ ୫ ତାରିଖ ନିଜର ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗଦେବାକୁ ଜଳେଶ୍ୱର ଯାଇଥିଲେ। ଗତ ୭ ତାରିଖ ଘରକୁ ଫେରି ଦେଖିଲେ ବିରଞ୍ଚିଙ୍କ ଶୋଇବା ଘର ଝରକା ଭଙ୍ଗା ଯାଇଛି। ଆଲମିରାରେ ଉପର ମହଲା ନିର୍ମାଣ ପାଇଁ ରଖିଥିବା ୭୫ ହଜାର ଟଙ୍କା, ଗୋଟିଏ ସୁନା ହାର, କାନ ଫୁଲ ସାତ ହଳ, ବାହୁଟି ୨ ହଳ, ମୁଦି ୩୧ଟି, ପଦକ ୬ଟି ଚୋରୀ ହୋଇଯାଇଛି ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ସେହିପରି ରୂପାର ପାଉଁଜି ସାତ ହଳ, ଅଣ୍ଟା ବିଛା ୫ଟି, ରୂପା ମୁଦ୍ରା ୭ଟି, ଚାବି ରିଂ ୨ଟି ପ୍ରାୟ ୬ଶହ ୫୦ ଗ୍ରାମର ରୂପା ଗହଣା ଚୋରମାନେ ଚୋରି କରି ନେଇଯାଇଛନ୍ତି। ଏହାଛଡା ତିନୋଟି ବ୍ୟାଙ୍କର ଏଟିଏମ, ଆଧାର, ଭୋଟର, ପାନ୍‍ ଓ ପତଞ୍ଜଳୀ କାର୍ଡ ଚୋରି ହୋଇଯାଇଥିବାର ଶ୍ରୀ ମହାନ୍ତି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସୋର ପୁଲିସ ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର