ଜୀବନ ହାରିଲେ ଦିବ୍ୟାଙ୍ଗ ଛାତ୍ର : ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ କରିଥିଲେ ନିବେଦନ

The Sakala Picture
Published On

ବାଲେଶ୍ୱର : ସଡ଼କ ଦୁର୍ଘଟଣା ପରେ ପରିବାରର ଚିନ୍ତା ଏବଂ ସରକାରୀ ସହାୟତା ପାଇବା ନିମନ୍ତେ ଦୀର୍ଘ ୪ ବର୍ଷ ପ୍ରତୀକ୍ଷା କରିବା ପରେ ଶେଷରେ ନିରାଶ ହୋଇ ବିଷ ପିଇ ଜୀବନ ହାରିଛନ୍ତି ଦିବ୍ୟାଙ୍ଗ ଛାତ୍ର ବିଜୟ ଜେନା। ପାଠ ପଢ଼ୁଥିବାବେଳେ ଏକ ସଡକ ଦୁର୍ଘଟଣା ତାଙ୍କ ଜୀବନର ମୋଡ ବଦଳାଇଦେଲା। ସେ ସୁସ୍ଥ ଏବଂ ମେଧାବୀ ଛାତ୍ରରୁ ପାଲଟିଗଲେ ଦିବ୍ୟାଙ୍ଗ। ସବୁ ସ୍ୱପ୍ନ ଆଉ ଇଚ୍ଛା ତାଙ୍କ ହୁଇଲ୍‍ ଚେୟାର ଚକରେ ଗଡ଼ୁଥିଲା। ନା […]

ବାଲେଶ୍ୱର : ସଡ଼କ ଦୁର୍ଘଟଣା ପରେ ପରିବାରର ଚିନ୍ତା ଏବଂ ସରକାରୀ ସହାୟତା ପାଇବା ନିମନ୍ତେ ଦୀର୍ଘ ୪ ବର୍ଷ ପ୍ରତୀକ୍ଷା କରିବା ପରେ ଶେଷରେ ନିରାଶ ହୋଇ ବିଷ ପିଇ ଜୀବନ ହାରିଛନ୍ତି ଦିବ୍ୟାଙ୍ଗ ଛାତ୍ର ବିଜୟ ଜେନା। ପାଠ ପଢ଼ୁଥିବାବେଳେ ଏକ ସଡକ ଦୁର୍ଘଟଣା ତାଙ୍କ ଜୀବନର ମୋଡ ବଦଳାଇଦେଲା। ସେ ସୁସ୍ଥ ଏବଂ ମେଧାବୀ ଛାତ୍ରରୁ ପାଲଟିଗଲେ ଦିବ୍ୟାଙ୍ଗ। ସବୁ ସ୍ୱପ୍ନ ଆଉ ଇଚ୍ଛା ତାଙ୍କ ହୁଇଲ୍‍ ଚେୟାର ଚକରେ ଗଡ଼ୁଥିଲା। ନା ସେ ସୁସ୍ଥ ହେଉଥିଲେ ନା ତାଙ୍କୁ କିଛି ସହାୟତା ମିଳୁଥିଲା। ସହାୟତା ପାଇଁ ଜିଲ୍ଲା ପ୍ରଶାସନଠୁ କେବଳ ପ୍ରତିଶ୍ରୁତି ପାଉଥିଲେ। ଶେଷରେ ନିରାଶ ହୋଇ ବିଜୟ କିଛି ଦିନ ତଳେ ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଟୁଇଟ୍‍ ମାଧ୍ୟମରେ ନିବେଦନ କରିଥିଲେ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ବରୁଣସିଂ ଅଞ୍ଚଳର ବିଜୟ ଜେନା ଏକ ରାସ୍ତା ଦୁର୍ଘଟଣାରେ ନିଜର ମେରୁଦଣ୍ଡରେ ଆଘାତ ଯୋଗୁଁ ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହେଉଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଗରିବ ପରିବାରର ହୋଇଥିବାରୁ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ସମସ୍ତଙ୍କ ପାଖରେ ଗୁହାରି କରିଥିଲେ ସୁଦ୍ଧା ତାଙ୍କ ଦୁଃଖ କେହି ଶୁଣିନଥିଲେ। ଏପରିକି ତାଙ୍କୁ ଘର ଖଣ୍ଡିଏ ବି ମିଳିନାହିଁ। ସେ ଦୀର୍ଘ ୪ ବର୍ଷରୁ ଅଧିକ ଦିନ ଯନ୍ତ୍ରଣାରେ ଘାଣ୍ଟି ହେବା ଯୋଗୁଁ ଶେଷରେ ଅଗଷ୍ଟ ମାସରେ ଟୁଇଟ୍‍ କରି ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟ ପାଇଁ ନିବେଦନ କରିଥିଲେ। ହେଲେ ସବୁଆଡୁ ନିରାଶ ହେବା ପରେ ଶୁକ୍ରବାର ସକାଳୁ ବିଜୟ ବିଷ ପିଇଥିଲେ। ବିଷ ପିଇବାର ଭିଡିଓ ବିଜୟ ନିଜେ କରୁଥିଲେ। ଏହା ଜଣାପଡ଼ିବା ପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପରିବାର ଲୋକେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିଲେ; ହେଲେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର