ପରିବା ବିକ୍ରି କରୁଛନ୍ତି ଇଞ୍ଜିନିୟର ଛାତ୍ର, ଇଞ୍ଜିନିୟର ହେବା ରାସ୍ତାରେ ପ୍ରତିବନ୍ଧକ ହୋଇ ଛିଡା ହୋଇଛି କରୋନା

The Sakala Picture
Published On

ଜଳେଶ୍ବର : ମୁଁ ପାଠ ପଢି ବଡ ମଣିଷ ହେବି। ମାଆ ଓଠରେ ହସ ଫୁଟାଇବି।ଏମିତି ଆଖିରେ ଆଖିଏ ସ୍ବପ୍ନ ନେଇ ଆଗକୁ ଆଗକୁ ଆଗେଇ ଚାଲିଥିଲେ ଜଳେଶ୍ବର ବ୍ଲକ ଶାନ୍ତିଆ ଗ୍ରାମର ମାଧବ ଦତ୍ତ। ହେଲେ ସେ ଜାଣି ନ ଥିଲେ ତାଙ୍କ ଆଗରେ କରୋନା ପ୍ରତିବନ୍ଧକ ହେବ ବୋଲି। ତଥାପି ସେ ନିଜର ସ୍ବପ୍ନ ପୂରଣ କରିବା ପାଇଁ ଆଶା ଛାଡ଼ିନାହାନ୍ତି । ସବୁଆଡେ ଲକଡାଉନ ଥିବାରୁ ଏବେ ରାସ୍ତା ପାର୍ଶ୍ବରେ ପରିବା ବିକ୍ରି […]

ଜଳେଶ୍ବର : ମୁଁ ପାଠ ପଢି ବଡ ମଣିଷ ହେବି। ମାଆ ଓଠରେ ହସ ଫୁଟାଇବି।ଏମିତି ଆଖିରେ ଆଖିଏ ସ୍ବପ୍ନ ନେଇ ଆଗକୁ ଆଗକୁ ଆଗେଇ ଚାଲିଥିଲେ ଜଳେଶ୍ବର ବ୍ଲକ ଶାନ୍ତିଆ ଗ୍ରାମର ମାଧବ ଦତ୍ତ। ହେଲେ ସେ ଜାଣି ନ ଥିଲେ ତାଙ୍କ ଆଗରେ କରୋନା ପ୍ରତିବନ୍ଧକ ହେବ ବୋଲି। ତଥାପି ସେ ନିଜର ସ୍ବପ୍ନ ପୂରଣ କରିବା ପାଇଁ ଆଶା ଛାଡ଼ିନାହାନ୍ତି । ସବୁଆଡେ ଲକଡାଉନ ଥିବାରୁ ଏବେ ରାସ୍ତା ପାର୍ଶ୍ବରେ ପରିବା ବିକ୍ରି କରୁଛନ୍ତି । ଲକଡାଉନ କୋହଳ ହେବାପରେ କଲେଜ ଖୋଲିବ ଆଉ ତାଙ୍କର ସ୍ବପ୍ନ ପୁରଣ ହେବ ବୋଲି ସେ ଆଶା ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଶାନ୍ତିଆ ଗ୍ରାମର ଧିରେନ୍ଦ୍ର ଦତ୍ତ ଏବଂ ଉର୍ମିଳା ଦତ୍ତଙ୍କ ପୁଅ ମାଧବ। ପିତା ଧିରେନ୍ଦ୍ର ବିବାହର ଦୁଇ ବର୍ଷ ପରେ ଅନ୍ୟ ଜଣେ ମହିଳାଙ୍କ ସହିତ କେଉଁ ଆଡେ ଚାଲି ଯାଇଛନ୍ତି। ସ୍ବାମୀ ଚାଲିଯିବା ପରେ ଏକମାତ୍ର ପୁଅ ମାଧବକୁ ମଣିଷ କରିବା ପାଇଁ ମା’ ରାସ୍ତା ପାର୍ଶ୍ବରେ ପରିବା ବିକ୍ରି କରିବା ଆରମ୍ଭ କଲେ। ଆଉ ସହି ପଇସାରେ ପୁଅକୁ ପାଠ ପଢେଇବା ଆରମ୍ଭ କଲେ। ଆଜି ପୁଅ ମାଧବ ମଧ୍ୟ ଜଣେ ମେଧାବି ଛାତ୍ର। ସେ ୨୦୧୯ ମସିହାରେ ଜଳେଶ୍ବର ଶାନ୍ତିଆ ସିମାନ୍ତ ହାଇସ୍କୁଲରୁ ମେଟ୍ରିକ ପରିକ୍ଷା ଦେଇ ଗ୍ରେଡ ଏ” ରେ ପାସ କରିଥିଲେ। ସେ ମେଟ୍ରିକ୍ ପରୀକ୍ଷାରେ ୬୦୦ ରୁ ୪୯୮ ନମ୍ବର ରଖି ପାସ କରିବା ପରେ ଇଞ୍ଜିନିୟରିଂ ପଢିବା ପାଇଁ ଆଶା କରିଥିଲେ। ଇଂଜିନିୟରିଂ ପଢିବାରେ ବହୁତ ଟଙ୍କା ଆବଶ୍ୟକ ଭାବି ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମେ ମା ଉର୍ମିଳା ମନା କରିଥିଲେ। ମାତ୍ର ପୁଅର ଇଞ୍ଜିନିୟରିଂ ପଢିବା ପ୍ରତି ଆଗ୍ରହ ଦେଖି ଶେଷରେ ରାଜି ହୋଇଥିଲେ। ପରିବା ବିକ୍ରି କରି ମାଧବକୁ ଇଞ୍ଜିନିୟରିଂ ପଢାଇଲେ। ଆଶା ରଖିଥିଲେ ପୁଅ ଇଞ୍ଜିନିୟର ହେବ ଆଉ ତାଙ୍କର ସବୁ ଦୁଃଖ ଦୁର ହେବ। ପୁଅ ବି ଭାବିଥିଲା ତାଙ୍କର ଇଞ୍ଜିନିୟର ହେବାର ସ୍ବପ୍ନ ପୁରଣ ହେବ। ମାତ୍ର ମାଆ ପୁଅଙ୍କ ସବୁ ସ୍ବପ୍ନ ଭାଙ୍ଗିଦେଲା ମହାମାରୀ କରୋନା। କରୋନା ଯୋଗୁଁ କଲେଜ ବନ୍ଦ ହେବା ପରେ ବହି ବସ୍ତାନିକୁ ଘରେ ଥୋଇ ମାଧବ ଏବେ ମାଆଙ୍କ ସହିତ ରାସ୍ତା କଡରେ ପରିବା ବିକ୍ରି କରୁଛନ୍ତି। ତଥାପି ସେ ବିଶ୍ବାସ ରଖିଛନ୍ତି ଲକଡାଉନ କୋହଳ ହେବାପରେ କଲେଜ ଖୋଲିବ ଆଉ ତାଙ୍କର ସ୍ବପ୍ନ ପୁରଣ ହେବ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

01 Jul 2021 By The Sakala

ପରିବା ବିକ୍ରି କରୁଛନ୍ତି ଇଞ୍ଜିନିୟର ଛାତ୍ର, ଇଞ୍ଜିନିୟର ହେବା ରାସ୍ତାରେ ପ୍ରତିବନ୍ଧକ ହୋଇ ଛିଡା ହୋଇଛି କରୋନା

ଜଳେଶ୍ବର : ମୁଁ ପାଠ ପଢି ବଡ ମଣିଷ ହେବି। ମାଆ ଓଠରେ ହସ ଫୁଟାଇବି।ଏମିତି ଆଖିରେ ଆଖିଏ ସ୍ବପ୍ନ ନେଇ ଆଗକୁ ଆଗକୁ ଆଗେଇ ଚାଲିଥିଲେ ଜଳେଶ୍ବର ବ୍ଲକ ଶାନ୍ତିଆ ଗ୍ରାମର ମାଧବ ଦତ୍ତ। ହେଲେ ସେ ଜାଣି ନ ଥିଲେ ତାଙ୍କ ଆଗରେ କରୋନା ପ୍ରତିବନ୍ଧକ ହେବ ବୋଲି। ତଥାପି ସେ ନିଜର ସ୍ବପ୍ନ ପୂରଣ କରିବା ପାଇଁ ଆଶା ଛାଡ଼ିନାହାନ୍ତି । ସବୁଆଡେ ଲକଡାଉନ ଥିବାରୁ ଏବେ ରାସ୍ତା ପାର୍ଶ୍ବରେ ପରିବା ବିକ୍ରି କରୁଛନ୍ତି । ଲକଡାଉନ କୋହଳ ହେବାପରେ କଲେଜ ଖୋଲିବ ଆଉ ତାଙ୍କର ସ୍ବପ୍ନ ପୁରଣ ହେବ ବୋଲି ସେ ଆଶା ରଖିଛନ୍ତି ।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଶାନ୍ତିଆ ଗ୍ରାମର ଧିରେନ୍ଦ୍ର ଦତ୍ତ ଏବଂ ଉର୍ମିଳା ଦତ୍ତଙ୍କ ପୁଅ ମାଧବ। ପିତା ଧିରେନ୍ଦ୍ର ବିବାହର ଦୁଇ ବର୍ଷ ପରେ ଅନ୍ୟ ଜଣେ ମହିଳାଙ୍କ ସହିତ କେଉଁ ଆଡେ ଚାଲି ଯାଇଛନ୍ତି। ସ୍ବାମୀ ଚାଲିଯିବା ପରେ ଏକମାତ୍ର ପୁଅ ମାଧବକୁ ମଣିଷ କରିବା ପାଇଁ ମା’ ରାସ୍ତା ପାର୍ଶ୍ବରେ ପରିବା ବିକ୍ରି କରିବା ଆରମ୍ଭ କଲେ। ଆଉ ସହି ପଇସାରେ ପୁଅକୁ ପାଠ ପଢେଇବା ଆରମ୍ଭ କଲେ। ଆଜି ପୁଅ ମାଧବ ମଧ୍ୟ ଜଣେ ମେଧାବି ଛାତ୍ର। ସେ ୨୦୧୯ ମସିହାରେ ଜଳେଶ୍ବର ଶାନ୍ତିଆ ସିମାନ୍ତ ହାଇସ୍କୁଲରୁ ମେଟ୍ରିକ ପରିକ୍ଷା ଦେଇ ଗ୍ରେଡ ଏ” ରେ ପାସ କରିଥିଲେ। ସେ ମେଟ୍ରିକ୍ ପରୀକ୍ଷାରେ ୬୦୦ ରୁ ୪୯୮ ନମ୍ବର ରଖି ପାସ କରିବା ପରେ ଇଞ୍ଜିନିୟରିଂ ପଢିବା ପାଇଁ ଆଶା କରିଥିଲେ। ଇଂଜିନିୟରିଂ ପଢିବାରେ ବହୁତ ଟଙ୍କା ଆବଶ୍ୟକ ଭାବି ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମେ ମା ଉର୍ମିଳା ମନା କରିଥିଲେ। ମାତ୍ର ପୁଅର ଇଞ୍ଜିନିୟରିଂ ପଢିବା ପ୍ରତି ଆଗ୍ରହ ଦେଖି ଶେଷରେ ରାଜି ହୋଇଥିଲେ। ପରିବା ବିକ୍ରି କରି ମାଧବକୁ ଇଞ୍ଜିନିୟରିଂ ପଢାଇଲେ। ଆଶା ରଖିଥିଲେ ପୁଅ ଇଞ୍ଜିନିୟର ହେବ ଆଉ ତାଙ୍କର ସବୁ ଦୁଃଖ ଦୁର ହେବ। ପୁଅ ବି ଭାବିଥିଲା ତାଙ୍କର ଇଞ୍ଜିନିୟର ହେବାର ସ୍ବପ୍ନ ପୁରଣ ହେବ। ମାତ୍ର ମାଆ ପୁଅଙ୍କ ସବୁ ସ୍ବପ୍ନ ଭାଙ୍ଗିଦେଲା ମହାମାରୀ କରୋନା। କରୋନା ଯୋଗୁଁ କଲେଜ ବନ୍ଦ ହେବା ପରେ ବହି ବସ୍ତାନିକୁ ଘରେ ଥୋଇ ମାଧବ ଏବେ ମାଆଙ୍କ ସହିତ ରାସ୍ତା କଡରେ ପରିବା ବିକ୍ରି କରୁଛନ୍ତି। ତଥାପି ସେ ବିଶ୍ବାସ ରଖିଛନ୍ତି ଲକଡାଉନ କୋହଳ ହେବାପରେ କଲେଜ ଖୋଲିବ ଆଉ ତାଙ୍କର ସ୍ବପ୍ନ ପୁରଣ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର