ସ୍ତ୍ରୀକୁ ମାରିବା ପରେ ସ୍ବାମୀର ଆତ୍ମହତ୍ୟା
ଖଇରା: ବାଲେଶ୍ବର ଜିଲା ଖଇରା ଥାନା ସାରୁଗାଁ ଗ୍ରାମ ପଞ୍ଚାୟତ ତିଳଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବାବୁ ଦାସ(୪୨) ନାମକ ଯୁବକ ନିଜ ସ୍ତ୍ରୀକୁ ମାରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛି। ସୋମବାର ଦିନ କୌଣସୀ କଥାକୁ ନେଇ ପତ୍ନୀ ମିନତିଙ୍କ ସହ ବାବୁର ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବାବୁ ମିନତୀକୁ ଠେଲି ଦେବା ପରେ କାନ୍ଥରେ ମିନତିଙ୍କ ମୁଣ୍ଡ ବାଡେଇବାରୁ ସେ ଗୁରୁତର […]
ଖଇରା: ବାଲେଶ୍ବର ଜିଲା ଖଇରା ଥାନା ସାରୁଗାଁ ଗ୍ରାମ ପଞ୍ଚାୟତ ତିଳଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବାବୁ ଦାସ(୪୨) ନାମକ ଯୁବକ ନିଜ ସ୍ତ୍ରୀକୁ ମାରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛି। ସୋମବାର ଦିନ କୌଣସୀ କଥାକୁ ନେଇ ପତ୍ନୀ ମିନତିଙ୍କ ସହ ବାବୁର ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବାବୁ ମିନତୀକୁ ଠେଲି ଦେବା ପରେ କାନ୍ଥରେ ମିନତିଙ୍କ ମୁଣ୍ଡ ବାଡେଇବାରୁ ସେ ଗୁରୁତର ହୋଇ ପଡିଥିଲେ। ଖଇରା ମେଡିକାଲ ନିଆଯିବା ପରେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖଇରା ଥାନାରେ ଅଭିଯୋଗ ପରେ ପୁଲିସ ତିଳଦା ଗ୍ରାମରେ ପହଞ୍ଚିବା ପୁର୍ବରୁ ବାବୁ ଫେରାର ହୋଇ ଯାଇଥିଲା । ମଙ୍ଗଳବାର ବାବୁ ଘରକୁ ଆସିବା ବିଷୟ ଗ୍ରାମବାସୀ ପୁଲିସକୁ ଜଣାଇବା ପରେ ପୁଲିସ ପୁଣି ଧରିବାକୁ ଗ୍ରାମରେ ପହଞ୍ଚିବା ପୂର୍ବରୁ ବାବୁ ବିଷପିଇ ଗୁରୁତର ଅବସ୍ଥାରେ ପଡିଥିବାର ଦେଖିଥିଲା। ପୁଲିସ ସହାୟତାରେ ତାକୁ ପ୍ରଥମେ ଖଇରା ମେଡିକାଲ ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
28 Feb 2023
By The Sakala

https://www.thesakala.in/latest-odisha-news/balasore/husband-commits-suicide-after-beating-his-wife/article-19404