ଶୈବପୀଠରେ ଅଘଟଣ: ପ୍ରେମିକକୁ ମାଡ଼ମାରି ପ୍ରେମିକାକୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

The Sakala Picture
Published On

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ପ୍ରେମିକକୁ ମାଡ଼ମାରି ପ୍ରେମିକାକୁ ଜଙ୍ଗଲ ଭିତରକୁ ଟେକିନେଲେ ଦୁର୍ବୃତ୍ତ ମାନେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସୁରକ୍ଷା କମିଟି ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ସୂଚନଯୋଗ୍ୟ, ନୀଳଗିରି ଥାନା ଅଧିନ ପଞ୍ଚଲିଙ୍ଗେଶ୍ଵର ଶୈବପୀଠକୁ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଯୁବକ ଜଣେ ଯୁବତୀଙ୍କୁ ଧରି ବୁଲିବାକୁ ଆସିଥିଲେ। ହେଲେ କିଛି ଯୁବକ ତାଙ୍କୁ ମାଡ଼ ମାରି ଯୁବତୀ ଜଣଙ୍କୁ ଜଙ୍ଗଲକୁ ଟେକି ନେଇଥିଲେ। ଦୁଷ୍କର୍ମ […]

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ପ୍ରେମିକକୁ ମାଡ଼ମାରି ପ୍ରେମିକାକୁ ଜଙ୍ଗଲ ଭିତରକୁ ଟେକିନେଲେ ଦୁର୍ବୃତ୍ତ ମାନେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସୁରକ୍ଷା କମିଟି ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ସୂଚନଯୋଗ୍ୟ, ନୀଳଗିରି ଥାନା ଅଧିନ ପଞ୍ଚଲିଙ୍ଗେଶ୍ଵର ଶୈବପୀଠକୁ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଯୁବକ ଜଣେ ଯୁବତୀଙ୍କୁ ଧରି ବୁଲିବାକୁ ଆସିଥିଲେ। ହେଲେ କିଛି ଯୁବକ ତାଙ୍କୁ ମାଡ଼ ମାରି ଯୁବତୀ ଜଣଙ୍କୁ ଜଙ୍ଗଲକୁ ଟେକି ନେଇଥିଲେ। ଦୁଷ୍କର୍ମ ଉଦ୍ୟମ କରିଥିବା ବେଳେ ସୁରକ୍ଷା କମିଟି ତରଫରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ପଞ୍ଚଲିଙ୍ଗେଶ୍ୱର ବିଟ ହାଉସର ପୁଲିସ ତଦନ୍ତ କରି ୨ଜଣ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି। ଆହୁରି ଅନେକ ଯୁବକ ଏଥିରେ ସାମିଲ ଥିବାରୁ ପୁଲିସ ତଦନ୍ତ କରି ତାଙ୍କୁ ଖୋଜୁଥିବା ଜଣାପଡିଛି। ଦିନକୁ ଦିନ ଶୈବପୀଠରେ ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟିଥିବା ବେଳେ ପର୍ଯ୍ଯଟକ ମାନଙ୍କୁ ଦୁର୍ବ୍ୟବହାର, ଛିନତାଇ ବଢୁଥିବାରୁ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର