ତାତିରୁ ତ୍ରାହି: କାଳବୈଶାଖୀ ପ୍ରଭାବରେ ବାଲେଶ୍ବରରେ ବର୍ଷା ଓ ବିଜୁଳି

The Sakala Picture
Published On

ବାଲେଶ୍ବର: କାଳବୈଖାଶୀ ପ୍ରଭାବରେ ମଙ୍ଗଳବାର ଦିନ ବାଲେଶ୍ବର ସହରରେ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡଘଡି ହୋଇଥିଲା। ବର୍ଷା ସହିତ ହାଲୁକା ପବନ ମଧ୍ୟ ହୋଇଥିଲା। ତେବେ ଦିନରେ ଖରା, ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ବେଳେ ମଙ୍ଗଳବାର ଦିନ ଏହି କାଳବୈଖାଶୀ ବର୍ଷା ତାତିରୁ ଅଳ୍ପକେ ତ୍ରାହି ଦେଇଛି। ସନ୍ଧ୍ୟା ବେଳକୁ ଧୀରେ ଧୀରେ ବର୍ଷାର ପରିମାଣ ବଢିଥିଲା। ଫଳରେ ତାତି କମିବା ସହ ଏକପ୍ରକାର ସନ୍ଧ୍ୟାରେ ଶୀତଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ କାଳବୈଖାଶୀ ବାଦେ […]

ବାଲେଶ୍ବର: କାଳବୈଖାଶୀ ପ୍ରଭାବରେ ମଙ୍ଗଳବାର ଦିନ ବାଲେଶ୍ବର ସହରରେ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡଘଡି ହୋଇଥିଲା। ବର୍ଷା ସହିତ ହାଲୁକା ପବନ ମଧ୍ୟ ହୋଇଥିଲା। ତେବେ ଦିନରେ ଖରା, ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ବେଳେ ମଙ୍ଗଳବାର ଦିନ ଏହି କାଳବୈଖାଶୀ ବର୍ଷା ତାତିରୁ ଅଳ୍ପକେ ତ୍ରାହି ଦେଇଛି। ସନ୍ଧ୍ୟା ବେଳକୁ ଧୀରେ ଧୀରେ ବର୍ଷାର ପରିମାଣ ବଢିଥିଲା। ଫଳରେ ତାତି କମିବା ସହ ଏକପ୍ରକାର ସନ୍ଧ୍ୟାରେ ଶୀତଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ କାଳବୈଖାଶୀ ବାଦେ ଆଗାମୀ ବାତ୍ୟା ପାଇଁ ବାଲେଶ୍ବର ପାଗିପାଗ ବିଭାଗ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ,ଆସନ୍ତା ୬ ତାରିଖ ଦିନ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ୬ ତାରିଖ ବେଳକୁ ଲଘୁଚାପ ଘନୀଭୂତ ହୋଇ ଆସ୍ତେ ଆସ୍ତେ  ୮ ବା ୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ। ତେବେ ଆସନ୍ତା ୯ କିମ୍ବା ୧୦ ତାରିଖରେ ଆନ୍ଧ୍ରଠୁ ପଶ୍ଚିମବଙ୍ଗ ଭିତରେ ଲ୍ୟାଣ୍ଡଫଲ୍ କରିବାର ଅନୁମାନ କରାଯାଇଥିବା ପ୍ରାଥମିକ ଆକଳନ କରାଯାଇଛି ମାତ୍ର ବର୍ତ୍ତମାନ ସୁଦ୍ଧା ବାତ୍ୟାର ଟ୍ରାକ୍ କିଛି ଜଣାପଡିନାହିଁ। ଆସନ୍ତା ୬ ତାରିଖ ବେଳକୁ ବାତ୍ୟାର ଟ୍ରାକ୍ ଜଣାପଡିବ। ତେବେ ବାତ୍ୟାର ପ୍ରଭାବ ଉପକୂଳର୍ବୀ ଅଞ୍ଚଳ ତଥା  ବାଲେଶ୍ବରରେ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ବାତ୍ୟା ପ୍ରଭାବରେ ଜୋର ବର୍ଷା ସହ ୪୦ କିଲୋମିଟର ବେଗରେ ବାଲେଶ୍ବରର ପବନ ବୋହିପାରେ। ଯଦି ପାରାଦୀପରେ ଲ୍ୟାଣ୍ଡଫଲ୍ କରେ ତେବେ ବାଲେଶ୍ବରରେ ୬୦/୭୦ କିଲୋମିଟର ପବନ ଏବଂ ଗୋପାଳପୁରରେ ଲ୍ୟାଣ୍ଡଫଲ୍ କଲେ ୪୦/୫୦ କିଲୋମିଟର ଭିତରେ ପବନ ବୋହିବାର ସମ୍ଭାବନା ରହିବ। ତେବେ ଏନେଇ କୌଣସି ବିଶ୍ଳେଷଣ ହୋଇନାହିଁ। ତେବେ ଲଘୁଚାପ ସୃଷ୍ଟି ହେଲେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜଣାପଡିବ ବୋଲି ବାଲେଶ୍ବର ଜିଲ୍ଲା ପଣିପାଗ ଅଧିକାରୀ ସୂଚନା ଦେଇଛନ୍ତି। ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ପ୍ରାରମ୍ଭିକ ସତର୍କ ସୂଚନା ଦେବା ଆରମ୍ଭ ହୋଇସାରିଲାଣି। ଯେଉଁଟା ୯-୧୦ ଭିତରେ ବାତ୍ୟା ଉପକୂଳ ଛୁଇଁପାରେ।
03 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର