ନିର୍ବାଚନୀ ମଇଦାନରେ ଅବସରପ୍ରାପ୍ତ ସିଆରପିଏଫ ଯବାନ

The Sakala Picture
Published On

ପାଟଣାଗଡ଼: ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଲୁଛି। ନିର୍ବାଚନରେ ବିଟେକ ଛାତ୍ର, ଏମବିଏ, ଇଂଜିନିୟର, ଡାକ୍ତରୀ ଛାତ୍ର ତ କେଉଁଠି ଯୁବ କଳାକାର ତ କେଉଁଠି ମଡେଲ ଛିଡା ହେଉଥିବା ନଜରକୁ ଆସିଛି। ପ୍ରାର୍ଥୀମାନେ ଭୋଟରଙ୍କୁ ମନ ଜିତିବା ପାଇଁ ଅନେକ ପ୍ରକାର ଅଭିନବ ଭାବେ ପ୍ରଚାର କରୁଛନ୍ତି। କିନ୍ତୁ ପାଟଣାଗଡ଼ ବ୍ଲକ ଗଙ୍ଗାସାଗର ପଞ୍ଚାୟତରେ ଜଣେ ଅବସରପ୍ରାପ୍ତ ଯବାନ ନିଜ ସାଙ୍ଗ ମାନଙ୍କ ସହ ସରଳ ନର୍ମ ଭାବେ […]

ପାଟଣାଗଡ଼: ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଲୁଛି। ନିର୍ବାଚନରେ ବିଟେକ ଛାତ୍ର, ଏମବିଏ, ଇଂଜିନିୟର, ଡାକ୍ତରୀ ଛାତ୍ର ତ କେଉଁଠି ଯୁବ କଳାକାର ତ କେଉଁଠି ମଡେଲ ଛିଡା ହେଉଥିବା ନଜରକୁ ଆସିଛି। ପ୍ରାର୍ଥୀମାନେ ଭୋଟରଙ୍କୁ ମନ ଜିତିବା ପାଇଁ ଅନେକ ପ୍ରକାର ଅଭିନବ ଭାବେ ପ୍ରଚାର କରୁଛନ୍ତି। କିନ୍ତୁ ପାଟଣାଗଡ଼ ବ୍ଲକ ଗଙ୍ଗାସାଗର ପଞ୍ଚାୟତରେ ଜଣେ ଅବସରପ୍ରାପ୍ତ ଯବାନ ନିଜ ସାଙ୍ଗ ମାନଙ୍କ ସହ ସରଳ ନର୍ମ ଭାବେ ଚାଲିଚାଲି ଯାଇ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା ମାଗୁଥିବା ନଜରକୁ ଆସିଛି। ସେ ଯବାନ ଜଣକ ହେଲେ ପାଟଣାଗଡ଼ର ନୀଳକାନ୍ତ ବାଗ (୪୩)। ୨୦୦୦ ମସିହାରେ ସିଆରପିଏଫ ୧୩୯ ବାଟେଲିଆନରେ ଯବାନ ଥିଲେ। ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ମେଡିକାଲ ବୋର୍ଡ ଆଉଟରେ ୨୦୦୭ ମସିହାରେ ଅବସର ନେଇଥିବା ଶ୍ରୀ ବାଗ କହିଛନ୍ତି। ଗଙ୍ଗାସାଗର ପଞ୍ଚାୟତରେ ସେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି। ଗଙ୍ଗାସାଗର ପଞ୍ଚାୟତ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷଣ ହୋଇଥିବାରୁ ସେ ସେଠାରେ ଛିଡା ହୋଇ ନିର୍ବଚାନ ଲଢିବାକୁ ଆଗ୍ରହ ପ୍ରକାଶ କରି ନିଜ ସାଙ୍ଗ ମାନଙ୍କ ସହ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି।

ଗଙ୍ଗାସାଗର ପଞ୍ଚାୟତର ଗଙ୍ଗାସାଗରକୁ ମିସାଇ ଗୁହୁରିଆମୁଣ୍ଡା, ସିଲେଟପଡ଼ା, ଚିଙ୍ଗେରବନ୍ଦ, ବେହେରାବନ୍ଦ ସହ ଘୁମପାଲିକୁ ମିଶାଇ ୬ ଟି ଗ୍ରାମରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଭଲି ମୈାଳିକ ସୁବିଧାରୁ ଲୋକେ ବଞ୍ôଚତ ଅଛନ୍ତି। ପାନୀୟ ଜଳ ଓ ପଞ୍ଚାୟତକୁ ସଂଯୋଗ କରୁଥିବା ଭଲ ରାସ୍ତାଟେ ନିର୍ମାଣ ହୋଇପାରି ନାହିଁ। ଏଥିସହ ଗାଁ ମାନଙ୍କରେ ଅନେକ ଗରିବ ସୀମା ରେଖା ତଳେ ରହୁଛନ୍ତି। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିନାହିଁ। ଆଜି ବି ସେମାନେ ଚାଳ ଛପର ଘରେ ରହୁଥିବା ଦେଖି ଦୁଃଖ ଲାଗୁଛି। ଗଙ୍ଗାସାଗର ପଞ୍ଚାୟତରେ ଅନେକ ନେତା ଆସିଛନ୍ତି ଓ ଯାଇଛନ୍ତି କିନ୍ତୁ ବିଭିନ୍ନ ସମୟରେ ଏଠାରେ ପୂର୍ବରୁ ନିର୍ବାଚିତ ହୋଇଥିବା ସମିତି ସଭ୍ୟ ସ୍ଥାନୀୟ ସମସ୍ୟା ର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଯବାନ ଥିଲା ବେଳେ ଦେଶର ସୁରକ୍ଷା ସହ ନାଗରିକଙ୍କ ସୁରକ୍ଷା ମୋ ଦାୟିତ୍ୱ ଥିଲା। ନିର୍ବାଚନରେ ଛିଡା ହୋଇଛି ସତ କିନ୍ତୁ ନେତାଙ୍କ ପରି ଭାଷଣ ସେ ଦେଇ ଜାଣନ୍ତି ନାହିଁ। ଜଣେ ଯବାନଙ୍କ ପରି ସରଳ ନର୍ମ ଓ ହସହସ ମୁଖରେ ନିଜ ସାଙ୍ଗ ମାନଙ୍କ ସହ ଗାଁ ଗାଁ ବୁଲିବା ସହ ଭୋଟରଙ୍କ ଘରକୁ ଯାଇ ହାତରେ ଭିଜିଟିଙ୍ଗ କାର୍ଡ ଧରି ନିର୍ବାଚନରେ ଉଠିଥିବା ଚିହ୍ନରେ ଭୋଟ ଦେବା ପାଇଁ ହାତ ଯୋଡି ଭିକ୍ଷା ମାଗୁଥିବା ନଜରକୁ ଆସିଛି। ଲୋକଙ୍କ ଅସୁବିଧା ଦେଖି ନିର୍ବାଚନରେ ଛିଡା ହୋଇଛି ବୋଲି କହିବା ସହ ଗରିବ ଅସହାୟ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସମିତି ସଭ୍ୟରେ ଛିଡା ହୋଇଛି ବୋଲି ନୀଳକାନ୍ତ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର