ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ମୁରିବାହାଲର ୩ ସରପଞ୍ଚ ଓ ୧୨୦ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ

The Sakala Picture
Published On

ମୁରିବାହାଲ: ମୁରିବାହାଲ ବ୍ଲକର ୨୨ଟି ପଞ୍ଚାୟତ ପାଇଁ ସରପଞ୍ଚ, ସମିତି ଦଭ୍ୟ ଏବଂ ୱାର୍ଡ ମେମ୍ବର ନିମନ୍ତେ ସମୁଦାୟ ୭୨୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସେଥି ମଧ୍ୟରୁ ୱାର୍ଡ ସଭ୍ୟ ୫୩, ସମିତି ସଭ୍ୟ ୩୫ ଓ ସରପଞ୍ଚ ୨୬ ସର୍ବମୋଟ ୧୧୪ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଫଳରେ ୬୧୧ ଜଣଙ୍କ ପ୍ରାର୍ଥୀ ପତ୍ର କାୟମ ରହିଛି। ଏଥି ସହିତ ମୁରିବାହାଲ ୨୨ ଟି ପଞ୍ଚାୟତରେ ୩ଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ବିଟାବନ୍ଦ […]

ମୁରିବାହାଲ: ମୁରିବାହାଲ ବ୍ଲକର ୨୨ଟି ପଞ୍ଚାୟତ ପାଇଁ ସରପଞ୍ଚ, ସମିତି ଦଭ୍ୟ ଏବଂ ୱାର୍ଡ ମେମ୍ବର ନିମନ୍ତେ ସମୁଦାୟ ୭୨୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସେଥି ମଧ୍ୟରୁ ୱାର୍ଡ ସଭ୍ୟ ୫୩, ସମିତି ସଭ୍ୟ ୩୫ ଓ ସରପଞ୍ଚ ୨୬ ସର୍ବମୋଟ ୧୧୪ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଫଳରେ ୬୧୧ ଜଣଙ୍କ ପ୍ରାର୍ଥୀ ପତ୍ର କାୟମ ରହିଛି। ଏଥି ସହିତ ମୁରିବାହାଲ ୨୨ ଟି ପଞ୍ଚାୟତରେ ୩ଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ବିଟାବନ୍ଦ ପଞ୍ଚାୟତରେ ରାମଦେଇ ମାଝୀ ଓ ସସ୍ମିତା ଘିଭେଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲାପରେ କଲ୍ୟାଣୀ ଘିଭେଲା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଗଁରେଇ ପଞ୍ଚାୟତରେ କିଶୋରୀ ତାଣ୍ଡି ଓ ଲିପି ତାଣ୍ଡି ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲାପରେ ସବିତା ବିଭାର ନିର୍ଦ୍ୱନନ୍ଦରେ ନିର୍ବାଚିତ ହୋଇଛନ୍ତି। ଇଚ୍ଛାପଡା ପଞ୍ଚାୟତରେ ରିତା ପଧାନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲାପରେ ସୁବର୍ଣ୍ଣି ବେହେରା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ସେହିପରି ୪୨୮ ୱାର୍ଡ ମେମ୍ବର ପ୍ରାର୍ଥୀ ଅଧ୍ୟରୁ ୧୨୦ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ୨୨ଟି ପଞ୍ଚାୟତ ୨୫୧ ଟି ବୁଥରେ ୯୫୦୨୫ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଚି଼ହ୍ନ ମିଲିଲାପରେ ଏବେ ପ୍ରାର୍ଥୀଙ୍କ ମଧ୍ୟରେ ଜମୁଛି ପ୍ରଚାର।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର