ଖରିଆର ରୋଡ୍ ଏନଏସିରେ ବିଜେଡିର ପ୍ରତିବଦ୍ଧତା ଦୋହରାଇଲେ ସ୍ନେହାଙ୍ଗିନୀ, 'ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ'

Deviprasad Mohanty Picture
Published On

ଭୁବନେଶ୍ୱର: ନୂଆପଡ଼ାର ବିକାଶ ସଂକଳ୍ପ ନେଇ ଲୋକଙ୍କ ପାଖରେ ପହଞ୍ଚୁଥିବା ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳୁଛି ଅଭୂତପୂର୍ବ ସମର୍ଥନ । ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ ଧାରାକୁ ଖରିଆର ରୋଡବାସୀ ଦେଉଛନ୍ତି ସ୍ୱୀକୃତି । ମଙ୍ଗଳବାର ସକାଳେ ଖରିଆର ରୋଡ୍ ଏନଏସି ଠାରେ ଆୟୋଜିତ ସଭାରେ ସଭାରେ ଶ୍ରୀମତୀ ଛୁରିଆ ସ୍ଥାନୀୟ ଲୋକଙ୍କ ସହ ବେଶ କିଛି ସମୟ ଧରି ଫଳପ୍ରଦ ଆଲୋଚନା କରିଥିଲେ । ଖରିଆରର ଲୋକମାନେ ଶ୍ରୀମତୀ ଛୁରିଆଙ୍କୁ ହୃଦୟପୂର୍ବକ ସ୍ୱାଗତ କରି ଆଗାମୀ ଉପନିର୍ବାଚନରେ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

ଆଲୋଚନା ସମୟରେ, ଶ୍ରୀମତୀ ଛୁରିଆ ଲୋକମାନଙ୍କ ଆଶା ଓ ଆକାଂକ୍ଷାକୁ ମର୍ମେ ମର୍ମେ ଶୁଣିବା ସହ ସବୁ ପରିସ୍ଥିତିରେ ଖରିଆର ରୋଡ୍ବାସୀଙ୍କ ସହ ଅଟଳ ଭାବେ ଛିଡ଼ା ହେବା ପାଇଁ ଆଶ୍ୱାସନା ଦେଇଥିଲେ । ଅଞ୍ଚଳର ଉନ୍ନତି ସହିତ ପ୍ରତ୍ୟେକ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରିବେ ବୋଲି କଥା ଦେଇଥିଲେ । ବିଶେଷ କରି ଭିତ୍ତିଭୂମିର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତିକରଣ ଓ ଯୁବ ନିଯୁକ୍ତିକୁ ଗୁରୁତ୍ୱ ଦେବାରେ ଅବହେଳା କରିବେ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇ ସମର୍ଥନ ଲୋଡ଼ିଥିଲେ । ଏହି ବୈଠକରେ ଉପସ୍ଥିତ ବ୍ୟବସାୟୀ ଓ ବରିଷ୍ଠ ନାଗରିକ ମାନଙ୍କ ଆଖିରେ ବିଶ୍ୱାସର ଏକ ଚିତ୍ର ସ୍ପଷ୍ଟ ପରିଲକ୍ଷିତ ହେଉଥିଲା 

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ