ଆଷ୍ଟ୍ରୋ ସେମିନାର ଆଣ୍ଡ ଷ୍ଟାର ଆର୍ଚିଭ ଅୱାର୍ଡ 2025: 'ଯ୍ୟୋତିଷ ରତ୍ନ ଅୱାର୍ଡ'ରେ ସମ୍ମାନିତ ହେଲେ ଡ. ଅଶ୍ୱିନୀ କୁମାର ପଣ୍ଡା...

Deviprasad Mohanty Picture
Published On

ନୂଆଦିଲ୍ଲୀ: ଜ୍ୟୋତିଷ ଶିକ୍ଷା କ୍ଷେତ୍ରରେ ଦୀର୍ଘଦିନର ଅବଦାନ, ସତ୍ୟନିଷ୍ଠ କାର୍ଯ୍ୟଶୈଳୀ ଓ ଗବେଷଣାମୂଳକ ପାଇଁ ଆଷ୍ଟ୍ରୋ ସେମିନାର ଆଣ୍ଡ ଷ୍ଟାର ଆର୍ଚିଭ ଅୱାର୍ଡ 2025 ରେ ‘ଯ୍ୟୋତିଷ ରତ୍ନ ଅୱାର୍ଡ’ ସମ୍ମାନିତ ହୋଇଛନ୍ତି ଡ. ଅଶ୍ୱିନୀ କୁମାର ପଣ୍ଡା। ଏହି ସମ୍ମାନକୁ ଅଧିକ ଗୌରବମୟ କରିଥିଲେ ବଲିଉଡ୍ ତାରକା, ସମାଜସେବୀ ଓ ଦେଶବ୍ୟାପୀ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସୋନୁ ସୁଦ୍। ଏହି କାର୍ଯ୍ୟକ୍ରମଟି ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା।  ଯେଉଁଠାରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। ଡ. ପଣ୍ଡାଙ୍କ ସଠିକ୍ ହୋରୋସ୍କୋପ ବିଶ୍ଲେଷଣ, ପାରମ୍ପରିକ ଓ ବିଜ୍ଞାନମୂଳକ ଜ୍ୟୋତିଷ ତଥ୍ୟ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। 

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ପ୍ରେମ ପ୍ରତାରଣା କରି ବନ୍ଧା ହେଲେ ଏୟାରଫୋର୍ସର ଗ୍ରାଉଣ୍ଡ ଷ୍ଟାଫ

ସମ୍ମାନ ପ୍ରାପ୍ତି ପରେ ଡ. ଅଶ୍ୱିନୀ କୁମାର ପଣ୍ଡା କହିଥିଲେ ଯେ, ଏହି ଅୱାର୍ଡ ମୋ ପାଇଁ ଅଧିକ ଦାୟିତ୍ୱ ଓ ପ୍ରେରଣା। ସୋନୁ ସୁଦଙ୍କ ହାତରୁ ସମ୍ମାନ ପାଇବା ମୋ ପାଇଁ ବିଶେଷ ସଫଳତାର ବିଷୟ।

ଆହୁରି ପଢ଼ନ୍ତୁ: ଦାଦନ ଫେରନ୍ତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

Join Us @ WhatsApp

About The Author

Google News
Join Us @ WhatsApp