ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଏ ବର୍ଷ ରଥଯାତ୍ରା ଐତିହାସିକ ଓ ଅବିସ୍ମରଣୀୟ ହୋଇଗଲା : ଜୟଦେବ ଜେନା

The Sakala Picture
Published On

ଭୁବନେଶ୍ବର : ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ପୁରୀରେ ବସିଥିବା ପ୍ରସ୍ତୁତି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଚଳିତ ବର୍ଷ ରଥଯାତ୍ରା ଐତିହାସିକ ଓ ଅବିସ୍ମରଣୀୟ ହେବ। ସରକାର ଏନେଇ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ହେଲେ ଚଳିତ ବର୍ଷ ରଥଯାତ୍ରା ଦିନ ସରକାର କେତେ ପ୍ରସ୍ତୁତ ତହା ଜଳଜଳ ହୋଇ ଦେଖାଗଲା। ଆଉ ଏହାପରେ ବି ସରକାର ସୁଧୁରିଲେ ନାହିଁ। ପୁଣି ଆଜି ଭୋରୁ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ସମୟରେ […]

ଭୁବନେଶ୍ବର : ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ପୁରୀରେ ବସିଥିବା ପ୍ରସ୍ତୁତି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଚଳିତ ବର୍ଷ ରଥଯାତ୍ରା ଐତିହାସିକ ଓ ଅବିସ୍ମରଣୀୟ ହେବ। ସରକାର ଏନେଇ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ହେଲେ ଚଳିତ ବର୍ଷ ରଥଯାତ୍ରା ଦିନ ସରକାର କେତେ ପ୍ରସ୍ତୁତ ତହା ଜଳଜଳ ହୋଇ ଦେଖାଗଲା। ଆଉ ଏହାପରେ ବି ସରକାର ସୁଧୁରିଲେ ନାହିଁ। ପୁଣି ଆଜି ଭୋରୁ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ସମୟରେ ଦଳାଚକଟା ହେବାରୁ ୩ ଭକ୍ତଙ୍କ ଜୀବନ ଗଲା। ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଉ ଏହାରି ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସରକାରଙ୍କୁ କଟାକ୍ଷ କରିଛନ୍ତି। ଜୟଦେବ ଜେନା କହିଛନ୍ତି ମୁଖ୍ୟମନ୍ତ୍ରୀ କହିଥିଲେ ଏହି ରଥଯାତ୍ରା ଐତିହାସିକ ଓ ଅବିସ୍ମରଣୀୟ ହେବ। ସତରେ ଏହାକୁ ଐତିହାସିକ କରି ଦେଲେ। ବିଜେପି ସରକାର ଅମଳରେ ମହାପ୍ରଭୁଙ୍କ ଔଷଧ ମୋଦକ ଚୋରି ହେଲା। ଯାହା କୌଣସି ସରକାର ସମୟରେ ହୋଇ ନଥିଲା। ନନ୍ଦିଘୋଷ ରଥ ଘୋଷଯାତ୍ରାରେ ଗଡ଼ି ପାରିଲାନି। ୭୦୦ ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଯାହାର ଅସଲ ତଥ୍ୟ ସରକାର ଦେଉ ନାହାନ୍ତି। ଆଜି ଦଳାଚକଟାରେ ଯାହା ଖବର ୩ ଜଣଙ୍କ ଜୀବନ ଯାଇଛି। ଭୋର ୪ଟାରେ ଟ୍ରାଫିକ ନିୟନ୍ତ୍ରଣ ନ ହେବାରୁ ଏହି ଅଘଟଣ ଘଟିଲା। ହେଲେ ଏସପି ଓ ଜିଲ୍ଲାପାଳ ସକାଳ ୮ ଟାରେ ଘଟଣାସ୍ଥଳରେ ପହଁଚିଛନ୍ତି। ଏ ସବୁ ଅଘଟଣ ପାଇଁ ସରକାର ହିଁ ଦାୟୀ ବୋଲି ଜୟଦେବ ଜେନା କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ, ଆସନ୍ତା ୪ ତାରିଖରେ ବରଗଡ଼ ଆସିବାର ଥିଲା

ସେ ଆହୁରି ମଧ୍ୟ କହିଛନ୍ତି ଏ ସରକାର କେବଳ ପ୍ରଚାରପ୍ରସାର ହିଁ କରୁଛନ୍ତି, ବାହାସ୍ପଷ୍ଟ ମାରୁଛନ୍ତି। ପୂର୍ବରୁ ଜାନକୀ ପଟ୍ଟନାୟକ, ବିଜୁ ପଟ୍ଟନାୟକ କି ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଏମିତି କେବେ ହୋଇ ନଥିଲା। ହେଲେଏ ସରକାର ଆସିବା ଦିନରୁ ଅଘଟଣ ଘଟିଚାଲିଛି। ଏହି ସରକାରର ବିଚାର ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ କରିବେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୭ ତାରିଖ ଯାଏ ପ୍ରବଳ ବର୍ଷା ଆଶଙ୍କା

29 Jun 2025 By The Sakala

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଏ ବର୍ଷ ରଥଯାତ୍ରା ଐତିହାସିକ ଓ ଅବିସ୍ମରଣୀୟ ହୋଇଗଲା : ଜୟଦେବ ଜେନା

ଭୁବନେଶ୍ବର : ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ପୁରୀରେ ବସିଥିବା ପ୍ରସ୍ତୁତି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଚଳିତ ବର୍ଷ ରଥଯାତ୍ରା ଐତିହାସିକ ଓ ଅବିସ୍ମରଣୀୟ ହେବ। ସରକାର ଏନେଇ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ହେଲେ ଚଳିତ ବର୍ଷ ରଥଯାତ୍ରା ଦିନ ସରକାର କେତେ ପ୍ରସ୍ତୁତ ତହା ଜଳଜଳ ହୋଇ ଦେଖାଗଲା। ଆଉ ଏହାପରେ ବି ସରକାର ସୁଧୁରିଲେ ନାହିଁ। ପୁଣି ଆଜି ଭୋରୁ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ସମୟରେ ଦଳାଚକଟା ହେବାରୁ ୩ ଭକ୍ତଙ୍କ ଜୀବନ ଗଲା। ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଆଉ ଏହାରି ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସରକାରଙ୍କୁ କଟାକ୍ଷ କରିଛନ୍ତି। ଜୟଦେବ ଜେନା କହିଛନ୍ତି ମୁଖ୍ୟମନ୍ତ୍ରୀ କହିଥିଲେ ଏହି ରଥଯାତ୍ରା ଐତିହାସିକ ଓ ଅବିସ୍ମରଣୀୟ ହେବ। ସତରେ ଏହାକୁ ଐତିହାସିକ କରି ଦେଲେ। ବିଜେପି ସରକାର ଅମଳରେ ମହାପ୍ରଭୁଙ୍କ ଔଷଧ ମୋଦକ ଚୋରି ହେଲା। ଯାହା କୌଣସି ସରକାର ସମୟରେ ହୋଇ ନଥିଲା। ନନ୍ଦିଘୋଷ ରଥ ଘୋଷଯାତ୍ରାରେ ଗଡ଼ି ପାରିଲାନି। ୭୦୦ ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଯାହାର ଅସଲ ତଥ୍ୟ ସରକାର ଦେଉ ନାହାନ୍ତି। ଆଜି ଦଳାଚକଟାରେ ଯାହା ଖବର ୩ ଜଣଙ୍କ ଜୀବନ ଯାଇଛି। ଭୋର ୪ଟାରେ ଟ୍ରାଫିକ ନିୟନ୍ତ୍ରଣ ନ ହେବାରୁ ଏହି ଅଘଟଣ ଘଟିଲା। ହେଲେ ଏସପି ଓ ଜିଲ୍ଲାପାଳ ସକାଳ ୮ ଟାରେ ଘଟଣାସ୍ଥଳରେ ପହଁଚିଛନ୍ତି। ଏ ସବୁ ଅଘଟଣ ପାଇଁ ସରକାର ହିଁ ଦାୟୀ ବୋଲି ଜୟଦେବ ଜେନା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଏ ସରକାର କେବଳ ପ୍ରଚାରପ୍ରସାର ହିଁ କରୁଛନ୍ତି, ବାହାସ୍ପଷ୍ଟ ମାରୁଛନ୍ତି। ପୂର୍ବରୁ ଜାନକୀ ପଟ୍ଟନାୟକ, ବିଜୁ ପଟ୍ଟନାୟକ କି ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଏମିତି କେବେ ହୋଇ ନଥିଲା। ହେଲେଏ ସରକାର ଆସିବା ଦିନରୁ ଅଘଟଣ ଘଟିଚାଲିଛି। ଏହି ସରକାରର ବିଚାର ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର