ଯକ୍ଷ୍ମା ନିରାକରଣରେ ‘ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ଟିବି’: ଛାତି ଏକ୍‍ସ-ରେ କହିଦେବ ଯକ୍ଷ୍ମା କି ନୁହଁ

The Sakala Picture
Published On

ଭୁବନେଶ୍ୱର: ସହଜ ହେବ ଯକ୍ଷ୍ମା ଚିହ୍ନଟ ପ୍ରକ୍ରିୟା। ତୃଣମୂଳ ସ୍ତରରେ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଏଣିକି ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ବ୍ୟବହୃତ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଅତି ସହଜ ପ୍ରକ୍ରିୟାରେ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିବ। କେବଳ ଛାତି ଏକ୍ସ-ରେ ରିପୋର୍ଟକୁ ଆଧାର କରି ତାହା ଯକ୍ଷ୍ମା କି ନୁହଁ, ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ଦର୍ଶାଇବ। ଏହା ଦ୍ୱାରା ଯକ୍ଷ୍ମା ଚିହ୍ନଟ ପାଇଁ ଖର୍ଚ୍ଚ ହେଉଥିବା ପ୍ରାୟ ୮୦ ପ୍ରତିଶତ ଅର୍ଥ କମିବ। ଖୁବଶୀଘ୍ର ମଧ୍ୟ ରୋଗୀ ରିପୋର୍ଟ […]

ଭୁବନେଶ୍ୱର: ସହଜ ହେବ ଯକ୍ଷ୍ମା ଚିହ୍ନଟ ପ୍ରକ୍ରିୟା। ତୃଣମୂଳ ସ୍ତରରେ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଏଣିକି ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ବ୍ୟବହୃତ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଅତି ସହଜ ପ୍ରକ୍ରିୟାରେ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିବ। କେବଳ ଛାତି ଏକ୍ସ-ରେ ରିପୋର୍ଟକୁ ଆଧାର କରି ତାହା ଯକ୍ଷ୍ମା କି ନୁହଁ, ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ଦର୍ଶାଇବ। ଏହା ଦ୍ୱାରା ଯକ୍ଷ୍ମା ଚିହ୍ନଟ ପାଇଁ ଖର୍ଚ୍ଚ ହେଉଥିବା ପ୍ରାୟ ୮୦ ପ୍ରତିଶତ ଅର୍ଥ କମିବ। ଖୁବଶୀଘ୍ର ମଧ୍ୟ ରୋଗୀ ରିପୋର୍ଟ ପାଇ ପାରିବେ ବୋଲି ଆଇସିଏମଆର ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ରାଷ୍ଟ୍ରୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ (ଏନଟିଇପି)ରେ ସରକାରଙ୍କ ଲକ୍ଷ୍ୟ ୨୦୨୫ ମସିହା ସୁଦ୍ଧା ଭାରତ ଯକ୍ଷ୍ମା ମୁକ୍ତ ହେବ। ଯକ୍ଷ୍ମାରେ ଆଉ କାହାରି ଜୀବନ ଯିବନି। ତେଣୁ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ ଉପରେ ସରକାରୀ ସ୍ତରରେ ଅଧିକ ଗୁରତ୍ୱ ଦିଆଯାଉଛି। ‘ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ଟିବି’ ନାମକ ଏକ ଅତ୍ୟାଧୁନିକ ସଫ୍ଟୱେୟାର ଆଇସିଏମଆର ଓ ଏକ କମ୍ପାନୀ ସହଯୋଗରେ ପ୍ରସ୍ତୁତ ହୋଇଛି। ଏହି ସଫ୍ଟୱେୟାର କେବଳ ଛାତି ଏକ୍ସ-ରେ ରିପୋର୍ଟକୁ ଆଧାର କରି ରୋଗୀ ଯକ୍ଷ୍ମାରେ ସଂକ୍ରମିତ କି ନୁହଁ ତାହା ଦର୍ଶାଇ ପାରିବ। ଏହା କମ୍ପ୍ୟୁଟର ଦ୍ୱାରା ପରିଚାଳିତ ହେଉଥିବାବେଳେ ‘ଏଆଇ ଟୁଲ୍‍ ଫର୍‍ ଟିବି ଭାଲିଡେସନ୍‍’ ଭାବେ ନାମରେ ବ୍ୟବହୃତ ହେଉଛି। ଏ ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଆରଏମଆରସି ଗବେଷକ କହିଛନ୍ତି ‘ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ଟିବି’ ସହଜରେ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବା ସହିତ ଚିହ୍ନଟ ପ୍ରକ୍ରିୟା ପାଇଁ ବ୍ୟବହୃତ ହେଉଥିବା ଅର୍ଥକୁ କମାଇ ପାରିବ। ମୁଖ୍ୟତଃ ରାଜ୍ୟର ଉପାନ୍ତ ଓ ଗ୍ରାମାଞ୍ଚଳରେ ଲ୍ୟାବ ବିଶେଷଜ୍ଞ କିମ୍ବା ଡାକ୍ତର ଉପଲବ୍ଧ ନ ଥିବାବେଳେ ଏହି ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ଚିହ୍ନଟ ପ୍ରକ୍ରିୟାକୁ ସହଜ କରିବ। କୌଣସି ରୋଗୀଙ୍କ ନିକଟରେ ଯକ୍ଷ୍ମାର ଲକ୍ଷଣ ଥିଲେ ସ୍ଥାନୀୟ ଅଞ୍ଚଳର ଚିକିତ୍ସାଳୟରୁ ଛାତି ଏକ୍ସ-ରେ ରିପୋର୍ଟକୁ ଆଧାର କରି ଯକ୍ଷ୍ମାର ଚିହ୍ନଟ କରାଯାଇ ପାରିବ। ଏଆଇ ଟିବି ସଫ୍ଟୱେୟାରରେ ଏକ୍ସରେ ରିପୋର୍ଟର ଫଟୋ କପି ଅପଲୋଡ୍‍ କରାଯିବା ପରେ ଏହା ସ୍କାନ୍‍ କରି ରୋଗ ସମ୍ପର୍କରେ ଦର୍ଶାଇବ। ରିପୋର୍ଟକୁ ଏହା ମୁଖ୍ୟତଃ ସାଧାରଣ ଏକ୍ସରେ, ଯକ୍ଷ୍ମା ଲକ୍ଷଣ ଥିବା ଓ ଯକ୍ଷ୍ମା ଲକ୍ଷଣ ନଥିବା ଏକ୍ସରେ ଆଦି ବର୍ଗରେ ବର୍ଗୀକରଣ କରିବ। ଏହା ମୋଟ୍‍ ୨୦ଟି ବର୍ଗରେ ରିପୋର୍ଟକୁ ଚିହ୍ନଟ କରି ପାରିବ। ଚିହ୍ନଟ ପରେ ଏହି ସଫ୍ଟୱେୟାର ଚିକିତ୍ସା ପାଇଁ କଣ କରିବା ଉଚିତ୍‍ ତାହା ମଧ୍ୟ ଦର୍ଶାଇବ। ତେବେ ବର୍ତ୍ତମାନ ସ୍ଥିତିରେ ଏଆଇ ଟିବି ସଫ୍ଟୱେୟାର ପରୀକ୍ଷଣ ପ୍ରକ୍ରିୟାରେ ରହିଛି। ପରୀକ୍ଷଣରେ ଏହା ପ୍ରଭାବଶାଳୀ ଥିବାବେଳେ ଏହାକୁ ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ବ୍ୟବହାର କରାଯିବା ନେଇ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ ହେଉଛି। ବିଶେକ୍ଷଜ୍ଞ ନ ଥିଲେ ମଧ୍ୟ ଏହି ଏଆଇ ଟିବି ସଫ୍ଟୱେୟାର ଯକ୍ଷ୍ମା ଚିହ୍ନଟ ପ୍ରକ୍ରିୟାକୁ ସହଜ କରିବ। ତେବେ ଏହି ପଦ୍ଧତ୍ତି କେବଳ ପଲମୁନାରୀ ଟିବି ବା ଫୁସଫୁସ୍‍ ଜନିତ ଯକ୍ଷ୍ମାକୁ ଚିହ୍ନଟ କରିବାରେ ସହାୟକ ହେବ। ଏକ୍ସଟ୍ରା ପଲମୁନାରୀ ଟିବି ଚିହ୍ନଟ କ୍ଷେତ୍ରରେ ଏହା ସେତେଟା ସହାୟକ ହୋଇ ପାରିବ ନାହିଁ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଆରଏମଆରସି ଭୁବନେଶ୍ୱରର ଗବେଷକ ଡା. ଜ୍ୟୋତି ତୁରୁକ୍‍ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସ୍ଥିତିରେ ଆରଏମଆରସି ଭୁବନେଶ୍ୱର ପକ୍ଷରୁ ଏକ୍ସେରେ ରିପୋର୍ଟଗୁଡ଼ିକୁ ଆଇସିଏମଆର୍‍ ଦିଲ୍ଲୀକୁ ପଠାଯାଉଛି। ପ୍ରତି ସପ୍ତାହରେ ଏକ୍ସରେ ରିପୋର୍ଟ ପଠାଯାଉଥିବା ବେଳେ ରିପୋର୍ଟ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଆସୁଛି। ତେବେ ଆରଏମଆରସି ଭୁବନେଶ୍ୱର ପକ୍ଷରୁ ପଠା ଯାଇଥିବା ଏକ୍ସରେ ରିପୋର୍ଟଗୁଡ଼ିକର ଟିବି ସଫ୍ଟୱେୟାରରେ ଚିହ୍ନଟ ପ୍ରକ୍ରିୟାର ସଫଳତା ହାର ଖୁବ୍‍ ଭଲ ରହିଛି। ଏହାକୁ ବିଭିନ୍ନ ପ୍ରାଥମିକ ପର୍ଯ୍ୟୟରେ ବିଭିନ୍ନ ପିଏଚସି(ପ୍ରାଥମିକ ଚିକିତ୍ସାଳୟ)ରେ ଲାଗୁ କରାଯିବ। ଏହା ଦ୍ୱାରା ଚିହ୍ନଟ ପ୍ରକ୍ରିୟା ଖୁବ ଶିଘ୍ର ମଧ୍ୟ ହୋଇ ପାରିବ। ତେବେ ଏକ୍ସରେର ବ୍ୟବସ୍ଥା ଥିବା ମାତ୍ର ଲ୍ୟାବ୍‍ ବିଶେଷଜ୍ଞ ନ ଥିବା ସ୍ଥାନରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

09 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର