ହୀରାନୀଳା କଲେଜର ପୂର୍ବତନ ପ୍ରିନ୍ସିପାଲ୍‌ ରମେଶଙ୍କୁ ଗିରଫ କଲା ଭିଜିଲାନ୍ସ

The Sakala Picture
Published On

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରରେ ଥିବା ହୀରାନୀଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ପାଖାପାଖି ୫କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏତେ ପରିମାଣର ସମ୍ପତ୍ତି ଅର୍ଜନ ଉପାୟ ନେଇ ରମେଶ ଚନ୍ଦ୍ର ସାହୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ଏବଂ ତାଙ୍କୁ କୋରାପୁଟ ସ୍ୱତନ୍ତ୍ର ଜିଲ୍ଲା ଜଜ (ଭବାନୀପାଟଣା)ଙ୍କ […]

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରରେ ଥିବା ହୀରାନୀଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ପାଖାପାଖି ୫କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏତେ ପରିମାଣର ସମ୍ପତ୍ତି ଅର୍ଜନ ଉପାୟ ନେଇ ରମେଶ ଚନ୍ଦ୍ର ସାହୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ଏବଂ ତାଙ୍କୁ କୋରାପୁଟ ସ୍ୱତନ୍ତ୍ର ଜିଲ୍ଲା ଜଜ (ଭବାନୀପାଟଣା)ଙ୍କ ନିକଟକୁ ଫରଓ୍ୱାଡ କରାଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ ହୋଇଥିଲା । କଲେଜ ଅଧ୍ୟକ୍ଷଙ୍କ ଠାରୁ ପୁଳାପୁଳା ସମ୍ପତ୍ତି ଠାବ ହୋଇଥିଲା । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ପ୍ରତକ୍ଷ୍ୟ କିମ୍ୱା ପରୋକ୍ଷ ମାଲିକାନାରେ ଥିବା ପ୍ରାୟ ୫ଟି ସ୍ଥାନରେ କରାଯାଇଥିଲା ରେଡ୍ । ଚଢ଼ାଉ ବେଳେ ରମେଶଙ୍କ ଠାରୁ ୪ଟି ଟିପର,୨ଟି ଜେସିବି,୨ଟି ଏସ୍ୟୁଭି କାର, ୪ଟି ବାଇକ୍ ଓ କଟକ ଭୁବନେଶ୍ୱର, ଖୋର୍ଦ୍ଧା ଏବଂ କଳାହାଣ୍ଡିରେ ୨୬ଟି ପ୍ଲଟ ଠାବ କରାଯାଇଥିଲା। ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ନଗଦ ୧ଲକ୍ଷ ୯୪ହଜାର ଟଙ୍କା ଜବତ କରାଯାଇଥିଲା। ତାଙ୍କ ସମସ୍ତ ସମ୍ପତ୍ତିର ମୂଲ୍ୟ ୫କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

କଲେଜରେ ଆର୍ଥିକ ଅନିୟମିତତା ଓ ଟଙ୍କା ହେରଫେର ଅଭିଯୋଗ ରହିଛି ପ୍ରିନ୍ସିପାଲଙ୍କ ନାଁରେ । ଚାକିରି କରାଇଦେବା ନାଁରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ପିଅନ ଚାକିରି ପାଇଁ ଲାଞ୍ଚ ନେବା ଅଭିଯୋଗରେ ୨ଟି ପୃଥକ ମାମଲା ରୁଜୁ ହୋଇଛି । ଏହା ସହିତ ସୁଇପର ଚାକିରି ଦେବାକୁ ଲକ୍ଷେ ୭୦ ହଜାର ଲାଞ୍ଚ ନେଇଥିବା ନେଇ ମଧ୍ୟ ମାମଲା ରହିଛି । ପୂର୍ବରୁ ଅଧ୍ୟକ୍ଷ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ୨୦୨୧ରେ ଉପଜିଲ୍ଲାପାଳଙ୍କ ଆଦେଶ ପରେ ୪ ଜଣିଆ ତଦନ୍ତ କମିଟି ଗଠନ କରାଯାଇ କଲେଜରେ ଆର୍ଥିକ ଅନିୟମିତତାର ତଦନ୍ତ ହୋଇଥିଲା । ସେହିଦିନ ଠାରୁ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେନାମୀ ସଂପତ୍ତି ଭିଜିଲାନ୍ସ ସ୍କାନରରେ ରହିଥିଲା ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର