ରବିବାରରୁ ବଦଳିବ ପାଗ

The Sakala Picture
Published On

ଭୁବନେଶ୍ୱର : ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଶୁକ୍ରବାର ଅନୁଗୁଳ, ଝାରସୁଗୁଡ଼ା, ବାରିପଦା, ତାଳଚେର ଓ ଦାରିଙ୍ଗବାଡ଼ି ଆଦିରେ ଶୁକ୍ରବାର ବର୍ଷା ହୋଇଛି। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟି ଯୋଗେ ସୂଚନା ଦିଆଯାଇଛି। ଶନିବାର ମଧ୍ୟ ଅନେକ ସ୍ଥାନରେ ଏହି ସ୍ଥିତି ଜାରି […]

ଭୁବନେଶ୍ୱର : ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଶୁକ୍ରବାର ଅନୁଗୁଳ, ଝାରସୁଗୁଡ଼ା, ବାରିପଦା, ତାଳଚେର ଓ ଦାରିଙ୍ଗବାଡ଼ି ଆଦିରେ ଶୁକ୍ରବାର ବର୍ଷା ହୋଇଛି। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟି ଯୋଗେ ସୂଚନା ଦିଆଯାଇଛି। ଶନିବାର ମଧ୍ୟ ଅନେକ ସ୍ଥାନରେ ଏହି ସ୍ଥିତି ଜାରି ରହିବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କନ୍ଧମାଳ ଆଦିରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହି ସମୟରେ ଏଠାରେ ବିଜୁଳି ଘଡ଼ଘଡ଼ି ହେବାର ମଧ୍ୟ ଆଶଙ୍କା କରାଯାଇଛି। ରବିବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହିତ ପରବର୍ତ୍ତୀ ୩ ଦିନ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନ ଥିବା ବେଳେ ଏହି ସ୍ଥିତି ଜାରି ରହିବ ବୋଲି ଆକଳନ କରାଯାଇଛି। ଗତ ୨୪ ଘଣ୍ଟାରେ ସୋନପୁର ଓ ବଲାଙ୍ଗୀରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

26 Feb 2022 By The Sakala

ରବିବାରରୁ ବଦଳିବ ପାଗ

ଭୁବନେଶ୍ୱର : ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଶୁକ୍ରବାର ଅନୁଗୁଳ, ଝାରସୁଗୁଡ଼ା, ବାରିପଦା, ତାଳଚେର ଓ ଦାରିଙ୍ଗବାଡ଼ି ଆଦିରେ ଶୁକ୍ରବାର ବର୍ଷା ହୋଇଛି। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟି ଯୋଗେ ସୂଚନା ଦିଆଯାଇଛି। ଶନିବାର ମଧ୍ୟ ଅନେକ ସ୍ଥାନରେ ଏହି ସ୍ଥିତି ଜାରି ରହିବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କନ୍ଧମାଳ ଆଦିରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହି ସମୟରେ ଏଠାରେ ବିଜୁଳି ଘଡ଼ଘଡ଼ି ହେବାର ମଧ୍ୟ ଆଶଙ୍କା କରାଯାଇଛି। ରବିବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହିତ ପରବର୍ତ୍ତୀ ୩ ଦିନ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନ ଥିବା ବେଳେ ଏହି ସ୍ଥିତି ଜାରି ରହିବ ବୋଲି ଆକଳନ କରାଯାଇଛି। ଗତ ୨୪ ଘଣ୍ଟାରେ ସୋନପୁର ଓ ବଲାଙ୍ଗୀରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର