୨୦୨୨-୨୩ ବର୍ଷର ପର୍ବପର୍ବାଣୀ ଓ ଯାନିଯାତ୍ରା: ଜୁଲାଇ ୧ରେ ରଥଯାତ୍ରା, ୯ରେ ବାହୁଡ଼ା

The Sakala Picture
Published On

ପୁରୀ: ଅନ୍ୟପକ୍ଷେ ଆସନ୍ତା ଜୁନ୍‌ ୧୪ରେ ସ୍ନାନଯାତ୍ରା। ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପଡ଼ିବେ। ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୧ରେ ରଥଯାତ୍ରା ଓ ୯ରେ ହେବ ବାହୁଡା ଯାତ୍ରା। ଏହା ପରଦିନ ଅର୍ଥାତ୍ ଜୁଲାଇ ୧୦ରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଦାରୁବିଗ୍ରହ। ସେହିପରି ନଭେମ୍ବର ୪ରୁ ଆରମ୍ଭ ହେବ ପଞ୍ଚକ। ଏଥର ପାଞ୍ଚଦିନ ପଡୁଛି […]

ପୁରୀ: ଅନ୍ୟପକ୍ଷେ ଆସନ୍ତା ଜୁନ୍‌ ୧୪ରେ ସ୍ନାନଯାତ୍ରା। ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପଡ଼ିବେ। ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୧ରେ ରଥଯାତ୍ରା ଓ ୯ରେ ହେବ ବାହୁଡା ଯାତ୍ରା। ଏହା ପରଦିନ ଅର୍ଥାତ୍ ଜୁଲାଇ ୧୦ରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଦାରୁବିଗ୍ରହ। ସେହିପରି ନଭେମ୍ବର ୪ରୁ ଆରମ୍ଭ ହେବ ପଞ୍ଚକ। ଏଥର ପାଞ୍ଚଦିନ ପଡୁଛି ପଞ୍ଚକ। ଏମିତି ୨୦୨୨-୨୩ ବର୍ଷର ପର୍ବପର୍ବାଣୀ ଓ ଯାନିଯାତ୍ରା ଚୂଡ଼ାନ୍ତ କରିବା ସହ ତିଥି, ବାର ଓ ତାରିଖ ଉପରେ ମୋହର ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରର ଏହି ପର୍ବପର୍ବାଣି ଓ ଯାନିଯାତ୍ରାର ତିଥି, ବାର ଓ ତାରିଖକୁ ସାର୍ବଜନୀନ କରିବା ଲାଗି ଶ୍ରୀମନ୍ଦିର ୱେବ୍‌ସାଇଟ୍‌ରେ ଅପ୍‌ଲୋଡ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

୨୦୨୨-୨୩ ବର୍ଷର ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି, ମେ’ ୩ରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଆରମ୍ଭ, ମେ ୧୪ରେ ନୃସିଂହ ଜନ୍ମ, ଜୁନ୍‌ ୨୯ରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଜୁଲାଇ ୫ରେ ହେରାପଞ୍ଚମୀ, ଜୁଲାଇ ୮ରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୧୧ରେ ଅଧରପଣା, ଜୁଲାଇ ୧୨ରେ ନୀଳାଦ୍ରିବଜେ କରିବେ ମହାପ୍ରଭୁ। ସେହିପରି ଜୁଲାଇ ୨୮ରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୭ରେ ଝୁଲଣ ଯାତ୍ରା ଆରମ୍ଭ, ଅଗଷ୍ଟ ୧୬ରେ ରାହୁରେଖା ଲାଗି, ଅଗଷ୍ଟ ୧୮ରେ ଜନ୍ମାଷ୍ଟମୀ, ଅଗଷ୍ଟ ୧୯ରେ ନନ୍ଦୋତ୍ସବ, ଅଗଷ୍ଟ ୨୨ରେ ବଣଭୋଜି ବେଶ, ଅଗଷ୍ଟ ୨୩ରେ କାଳୀୟଦଳନ ଏକାଦଶୀ, ଅଗଷ୍ଟ ୨୭ରେ ସାତପୁରୀ ଅମାବାସ୍ୟା, ଅଗଷ୍ଟ ୩୧ରେ ଗଣେଶ ଚତୁର୍ଥୀ, ସେପ୍ଟେମ୍ବର ୭ରେ ବାମନ ଜନ୍ମ ଓ ସୁନିଆଁ, ସେପ୍ଟେମ୍ବର ୮ରେ – ବଳିବାମନ ବେଶ, ସେପ୍ଟେମ୍ବର ୧୭ରେ ଷୋଡ଼ଶଦିନାତ୍ମକ ପୂଜା ଆରମ୍ଭ, ଅକ୍ଟୋବର ୧ରେ ମହାସପ୍ତମୀ, ଅକ୍ଟୋବର ୨ରେ ମହାଷ୍ଟମୀ, ଅକ୍ଟୋବର ୩ରେ ମହାନବମୀ, ଅକ୍ଟୋବର ୫ ଦଶହରା, ଅକ୍ଟୋବର ୬ରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଓ ବାଳଧୂପ ଆରମ୍ଭ, ଅକ୍ଟୋବର ୯ରେ କୁମାର ପୂର୍ଣ୍ଣିମା, ନଭେମ୍ବର ୮ରେ କାର୍ତ୍ତିକ ପୂର୍ଣ୍ଣିମା ଓ ଶ୍ରୀଜୀଉଙ୍କ ରାଜାଧରାଜ ବେଶ, ନଭେମ୍ବର ୨୨ରେ ଦେବ ଦୀପାବଳି ଆରମ୍ଭ, ଡିସେମ୍ବର ୧୬ ଧନୁ ସଂକ୍ରାନ୍ତି ଓ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସେହିପରି ୨୦୨୩ ଜାନୁୟାରୀ ୬ରେ ଦେବାଭିଷେକ ଓ ପୁଷ୍ୟାଭିଷେକ ପୂର୍ଣ୍ଣିମା, ଜାନୁୟାରୀ ୧୪ରେ ମକର ସଂକ୍ରାନ୍ତି, ଜାନୁୟାରୀ ୨୫ ରେ ପଦ୍ମବେଶ, ଜାନୁୟାରୀ ୨୬ରେ ବସନ୍ତ ପଞ୍ଚମୀ ଓ ରଥକାଠ ଅନୁକୂଳ ପୂଜା, ଫେବୃୟାରୀ ୫ରେ ଗଜଉଦ୍ଧାରଣ ବେଶ ଓ ମାର୍ଚ୍ଚ ୭ରେ ଦୋଳ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ରାଜାରାଜେଶ୍ଵର ବେଶ ଅନୁଷ୍ଠିତ ହେବ |

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର