ସୁମିତ-ତପସ୍ୱିନୀ ବିବାଦ: ଉଭୟଙ୍କ ପକ୍ଷରୁ ପିଟିସନ୍‍ ଉପରେ ପିଟିସନ୍‍

The Sakala Picture
Published On

ବ୍ରହ୍ମପୁର: ତପସ୍ୱିନୀ ଏବଂ ସୁମିତଙ୍କ ବିବାଦ ନଭେମ୍ବର ୨୨ ତାରିଖରୁ ଆଜି ପର୍ଯ୍ୟନ୍ତ ୫୦ଦିନରୁ ଊର୍ଦ୍ଧ୍ବ ସମୟ ଧରି ଲାଗି ରହିଛି। ତପସ୍ୱିନୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୬ ତାରିଖରେ ବାଦବିବାଦ ମଧ୍ୟରେ ତାଙ୍କ ଶ୍ୱଶୁର ଘର ମଧ୍ୟରେ ପ୍ରବେଶ କରିଥିଲେ। ଏହା ସହ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁମିତଙ୍କ ପକ୍ଷରୁ ଚଳିତ ମାସ ୧୦ ତାରିଖ ସୁଦ୍ଧା ତାଙ୍କ ନିକଟରେ […]

ବ୍ରହ୍ମପୁର: ତପସ୍ୱିନୀ ଏବଂ ସୁମିତଙ୍କ ବିବାଦ ନଭେମ୍ବର ୨୨ ତାରିଖରୁ ଆଜି ପର୍ଯ୍ୟନ୍ତ ୫୦ଦିନରୁ ଊର୍ଦ୍ଧ୍ବ ସମୟ ଧରି ଲାଗି ରହିଛି। ତପସ୍ୱିନୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୬ ତାରିଖରେ ବାଦବିବାଦ ମଧ୍ୟରେ ତାଙ୍କ ଶ୍ୱଶୁର ଘର ମଧ୍ୟରେ ପ୍ରବେଶ କରିଥିଲେ। ଏହା ସହ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁମିତଙ୍କ ପକ୍ଷରୁ ଚଳିତ ମାସ ୧୦ ତାରିଖ ସୁଦ୍ଧା ତାଙ୍କ ନିକଟରେ କୌଣସି ଟଙ୍କା ନପହଞ୍ଚିବାରୁ ଆଜି ତାଙ୍କ ଓକିଲ ଦୀପକ ପଟ୍ଟନାୟକ ଏବଂ ପ୍ରଦୀପ ବେହେରା ତପସ୍ୱିନୀଙ୍କ ପାଇଁ ସ୍ଥାନୀୟ ଏସଡିଜେଏମ୍‍ଙ୍କ କୋର୍ଟରେ ପିଟିସନ୍‍ ଦାଖଲ କରିଛନ୍ତି। ୧୭ ହଜାର ଟଙ୍କା ନ ଦେଇ ସୁମିତ କୋର୍ଟ ଅବମାନନା କରିଛନ୍ତି ବୋଲି ଏଥିରେ ଦର୍ଶାଯାଇଛି। ଉକ୍ତ ପିଟିସନର ନକଲ ଅପରପକ୍ଷ ଓକିଲଙ୍କୁ ହସ୍ତାନ୍ତର ହୋଇଛି। ଚଳିତ ମାସ ୧୯ରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ସୁମିତଙ୍କ ବାପା ଗତକାଲି ହାଇକୋର୍ଟରେ ତାଙ୍କ ଓକିଲ ବ୍ୟୋମକେଶ୍‍ ତ୍ରିପାଠୀଙ୍କ ଜରିଆରେ ଏକ ପିଟିସନ୍‍ ଦାଖଲ କରିଥିଲେ। ସେଠାରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ଘରେ ଡିସେମ୍ବର ୨୦ ତାରିଖରେ କିଛି ଲୋକ ଘର କବାଟ ଭାଙ୍ଗି ବେଆଇନ ଭାବେ ପଶିଛନ୍ତି। ଏଥିରେ ତପସ୍ୱିନୀଙ୍କ ପରିବାର ଏବଂ ସହଯୋଗୀ ପ୍ରମିଳା ତ୍ରିପାଠୀଙ୍କ ସମେତ ଅନ୍ୟ ୨୦ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। କିନ୍ତୁ ପୁଲିସ ହେଉ କିମ୍ବା ପଦସ୍ଥ ଅଧିକାରୀ କେହି ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏଣୁ ସେମାନଙ୍କ ପରିବାର ଅସୁରକ୍ଷିତ ଥିବା ନେଇ ପ୍ରମୋଦ ପିଟିସନ ଦାଖଲ କରିଥିଲେ। ଆଜି ପୁଣି ସୁମିତ ଜାନୁଆରୀ ୪ ତାରିଖରେ ଜିଲ୍ଲାକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆଉ ଏକ ପିଟିସନ୍‍ ଦାଖଲ କରିଛନ୍ତି। ବର୍ତ୍ତମାନ ସୁମିତ ଏବଂ ତପସ୍ୱିନୀଙ୍କ ମାମଲା ଆଉ ବ୍ରହ୍ମାନଗର ନ ରହି କୋର୍ଟକୁ ଚାଲି ଆସିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

11 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର