ଆସୁଛି ନୂଆବର୍ଷ…କିନ୍ତୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ଢିଲା

The Sakala Picture
Published On

ଭୁବନେଶ୍ୱର: ଆଉ ମାତ୍ର କିଛି ଦିନ ପରେ ନୂଆବର୍ଷ। ଏବେଠୁ ଜମିଲାଣି ନୂଆବର୍ଷର ମାହୋଲ୍‍। କିନ୍ତୁ ରାଜଧାନୀରେ କମିସନରେଟ ପୁଲିସ ସୁରକ୍ଷା କଡ଼ାକଡ଼ି କରିନି। ରାତ୍ରିକାଳିନ କର୍ଫ୍ୟୁ ଜାରି ରହିଥିଲେ ମଧ୍ୟ ପୁଲିସ ରାତିରେ ଜଗୁନି। ଶୀତର ମାହୋଲରେ ଯେମିତି ପୁଲିସ କର୍ମଚାରୀ ଶୋଇପଡ଼ିଛନ୍ତି। ସେହିଭଳି ସହରର ଗୁରୁତ୍ୱପୂର୍ଣ୍ଣ ଛକଠୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ସମ୍ପୂର୍ଣ୍ଣ ଢିଲା। ପିସିଆର୍‍ ଚକ୍କର କାଟୁଛି ନା ନାକାରେ ଜଗୁଛି ପୁଲିସ। ପରିସ୍ଥିତି ଏମିତି ଉପୁଜିଛି ଯେ, ରାତିରେ ରାଜଧାନୀ ଅସୁରକ୍ଷିତ […]

ଭୁବନେଶ୍ୱର: ଆଉ ମାତ୍ର କିଛି ଦିନ ପରେ ନୂଆବର୍ଷ। ଏବେଠୁ ଜମିଲାଣି ନୂଆବର୍ଷର ମାହୋଲ୍‍। କିନ୍ତୁ ରାଜଧାନୀରେ କମିସନରେଟ ପୁଲିସ ସୁରକ୍ଷା କଡ଼ାକଡ଼ି କରିନି। ରାତ୍ରିକାଳିନ କର୍ଫ୍ୟୁ ଜାରି ରହିଥିଲେ ମଧ୍ୟ ପୁଲିସ ରାତିରେ ଜଗୁନି। ଶୀତର ମାହୋଲରେ ଯେମିତି ପୁଲିସ କର୍ମଚାରୀ ଶୋଇପଡ଼ିଛନ୍ତି। ସେହିଭଳି ସହରର ଗୁରୁତ୍ୱପୂର୍ଣ୍ଣ ଛକଠୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ସମ୍ପୂର୍ଣ୍ଣ ଢିଲା। ପିସିଆର୍‍ ଚକ୍କର କାଟୁଛି ନା ନାକାରେ ଜଗୁଛି ପୁଲିସ। ପରିସ୍ଥିତି ଏମିତି ଉପୁଜିଛି ଯେ, ରାତିରେ ରାଜଧାନୀ ଅସୁରକ୍ଷିତ ପାଲଟିଯାଇଛି। ଏହାରି ଭିତରେ ଶୁକ୍ରବାର ରାତିରେ ଜଣେ ବ୍ୟବସାୟୀଙ୍କ ଠାରୁ କ୍ୟାପିଟାଲ ଥାନା ଅଞ୍ଚଳରୁ ସାଢ଼େ ୩ ଲକ୍ଷ ଟଙ୍କା ଲୁଟ୍‍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସେହିପରି ରାଜଧାନୀରେ ଚଳିତବର୍ଷ ସର୍ବାଧିକ ଲୁଟ୍‍ ଓ ଛିନ୍‍ତାଇ ମାମଲା ରାତିରେ ଘଟିଛି। ପୁଲିସର ଉପସ୍ଥିତି ସତ୍ତ୍ବେ ବି ରାତିରେ ଲୁଟେରା ଥରହର କରୁଛନ୍ତି। ଚଳିତବର୍ଷ ସହରାଞ୍ଚଳ ଥାନାଗୁଡ଼ିକରେ ୨୯୨୯ଟି ଲୁଟ୍‍, ଛିନ୍‍ତାଇ, ସିନ୍ଧିଚୋରି ଓ ଡକାୟତି ମାମଲା ରୁଜୁ ହୋଇଛି। ସୁନାଠୁ ନଗଦ ଟଙ୍କା ଯାଏଁ ଅମାପ ସମ୍ପତ୍ତି ଲୁଟି ନେଇଛନ୍ତି। ତେବେ ନୂଆବର୍ଷରେ ଲୁଟେରା ଉତ୍ପାତ କରି ଆତଙ୍କରାଜ କରିବାର ସମ୍ଭାବନା ରହିଛି। କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସ ପକ୍ଷରୁ କିଛି ବି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଜମୁଛି ଜୁଆଖେଳର ଆସର

ନୂଆବର୍ଷରେ ରାଜଧାନୀରେ ଜମିଲାଣି ଜୁଆଖେଳର ଆସର। ନୂଆବର୍ଷ ଲାଗି ସହରରେ ଜୁଆ ଖେଳାଳି ସକ୍ରିୟ ହୋଇଛନ୍ତି। ସହରରେ ଚୋରି, ଡକାୟିତି, ଛିନ୍‍ତାଇ, ରାହାଜାନି ଭଳି ଘଟଣା ଘଟୁଛି। ଏହାକୁ ନିୟନ୍ତ୍ରଣ କରିବାରେ କମିସନରେଟ ପୁଲିସ ନାକେଦମ୍‍ ହେଉଛି। ସହରଠୁ ଉପାନ୍ତ ଏବଂ ଉପକୂଳ ଯାଏଁ ଲୁଚାଛପାରେ ଜୁଆଆଡ୍ଡା ହେଉଛି। କମିସନରେଟ ପୁଲିସ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନି। ସହରର ବସ୍‍ଷ୍ଟାଣ୍ଡ ଓ ରେଳଷ୍ଟେସନ ପରେ ଏହି ଖେଳ ବିଭିନ୍ନ ଥାନା ଅଞ୍ଚଳକୁ ବ୍ୟାପିଛି। ଖଣ୍ଡଗିରି, ଲକ୍ଷ୍ମୀସାଗର, କ୍ୟାପିଟାଲ ହସ୍ପିଟାଲ ପଛ, ୟୁନିଟ-୧ ମାର୍କେଟ୍‍ ଅଞ୍ଚଳ, ୟୁନିଟ-୪, ମଞ୍ଚେଶ୍ୱରର ଜିଜିପି ଅଞ୍ଚଳରେ, ରେଲୱେ ଷ୍ଟେସନ୍‍, ସହିଦନଗର, ଖାରବେଳନଗର ଏବଂ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଏହି ଖେଳ ଏବେ ଦେଖିବାକୁ ମିଳିଛି। ଜୁଆଡ଼ି ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବାକୁ ଖେଳି ଥାଆନ୍ତି। ବ୍ୟବସାୟୀ, ବିଲ୍ଡରଙ୍କ ସଂଖ୍ୟା ଅଧିକ ରହିଥିବା ସହ ଟଙ୍କା ନେଣଦେଣ ପ୍ରକ୍ରିୟା ଅଧିକ ରହିଥିବାରୁ ଜୁଆ ଖେଳିବା ପାଇଁ ଲୋକେ ଆଗ୍ରହୀ ହେଉଥିବା ମତପ୍ରକାଶ ପାଇଛି। ଖାଲି ବ୍ୟବସାୟୀ ନୁହନ୍ତି କଲେଜ ପଢ଼଼ୁଆ ପିଲାଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ଖେଳରେ ମୋଟା ଅଙ୍କର ଅର୍ଥ ହରାଇବା ସହ ଯୁବକ ଚିନ୍ତାଗ୍ରସ୍ତ ହୋଇ ନିଶାଦ୍ରବ୍ୟ ସେବନ କରୁଥିବା ଅଭିଯୋଗ ହୋଇଛି। ଜୁଆ ଖେଳରେ କିଏ ମାଲେମାଲ୍‍ ହେଉଛି ତ କିଏ ସର୍ବସ୍ୱ ହରାଉଛି। ଦିନରେ ଜୁଆଡ଼ିଙ୍କୁ ପୁଲିସର ଭୟ ଥିଲାବେଳେ ସନ୍ଧ୍ୟା ହେଲେ ଜମୁଛି ଖେଳ। ରାସ୍ତାକଡ଼ ଓ ଗଳିକନ୍ଦିରେ ଏହି ଖେଳ ଦେଖିବାକୁ ମିଳୁଛି। ନୂଆବର୍ଷ ସମୟରେ ଜୁଆଡ଼ିଙ୍କୁ ଧରିବା ଲାଗି କରାଯାଇଥିବା ସ୍ୱତନ୍ତ୍ର ଅଭିଯାନ ଜାରି ରହିବ। ତା’ସହ ନୂଆବର୍ଷକୁ ଦୃଷ୍ଟିରେ ରଖି ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯିବ ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେପଟେ କମିସନରେଟ ପୁଲିସ ଚଳିତବର୍ଷ ୩୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏଥିସହିତ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଅନ୍ୟ ମେଟ୍ରୋ ସିଟି ଢାଞ୍ଚାରେ ଚାଲିଥିବା ଏକ ଜୁଆଖେଳ ଠାବ ହୋଇଥିଲା।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ବଢ଼ିପାରେ ଅନୈତିକ କାରବାର

ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜଧାନୀରେ ବଢ଼଼ିପାରେ ଅନୈତିକ କାରବାର। ଏବେଠୁ ବଙ୍ଗୀୟ ଯୁବତୀ ସହରକୁ ଆସିଲେଣି। ଦଲାଲଙ୍କ ସହାୟତାରେ ଯୁବତୀ ଚାଲାଣ ଆରମ୍ଭ ହୋଇଗଲାଣି। ଉପକଣ୍ଠଗୁଡ଼ିକରେ ଭଡ଼ାଘରେ ଏବେ ଚାଲୁଛି ଅନୈତିକ କାରବାର। ପୁଲିସ ଭୟରେ ଅନ୍‍ଲାଇନ୍‍ରେ କାରବାର ହେଉଛି। ତେବେ ଚଳିତବର୍ଷ ରାଜଧାନୀରୁ ୫ଟି ସେକ୍ସ ରାକେଟ୍‍ ଠାବ ହୋଇଥିଲା। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୩ଟି, ଭରତପୁର ଥାନା ଓ ମଞ୍ଚେଶ୍ୱର ଅଞ୍ଚଳରେ ଗୋଟିଏ ଲେଖାଏଁ ସେକ୍ସ ରାକେଟ୍‍ ଧରାପଡ଼ିଥିଲା। ତେବେ ୨୦୨୦ରେ ସେକ୍ସ ରାକେଟ୍‍ ମାମଲା ଶୂନ ଥିବା ବେଳେ ଏଥର ୫ଟି ରହିଛି। ମାତ୍ର ନୂଆବର୍ଷ ପାଇଁ ସହରକୁ ବଙ୍ଗୀୟ ଯୁବତୀ ଦଲାଲଙ୍କ ସହାୟତାରେ ଆସିଲେଣି। ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ବିଭିନ୍ନ ହୋଟେଲ, ଗେଷ୍ଟହାଉସ୍‍, ସ୍ପା ଏବଂ ଉପକଣ୍ଠରେ ଥିବା ଭଡ଼ାଘର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

26 Dec 2021 By The Sakala

https://www.thesakala.in/latest-odisha-news/new-year-is-coming-but-security-in-bhubaneswar-is-slack/article-7901
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର