ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଁ ଜୀବନ ଫେରିପାଇଲେ କବିତା

The Sakala Picture
Published On

ଯଶିପୁର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କର ସାହାରା ହୋଇଛି। ଅର୍ଥ ଅଭାବରୁ ବହୁ ଲୋକ ସଠିକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିଲେ। ମାତ୍ର ଏହି ସମସ୍ୟାକୁ ଉପଲବ୍ଧି କରି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଇ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ବିରୋଧୀ ରାଜନୈତିକ ଦଳ ଯେତେ ଅପପ୍ରଚାର କଲେ ମଧ୍ୟ ତାହା ଫସର ଫାଟି ଯାଇଛି। ଏପରି ଏକ ଘଟଣା ଯଶିପୁର ବ୍ଲକର ବେଗୁନିଆ ପଞ୍ଚାୟତର […]

ଯଶିପୁର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କର ସାହାରା ହୋଇଛି। ଅର୍ଥ ଅଭାବରୁ ବହୁ ଲୋକ ସଠିକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିଲେ। ମାତ୍ର ଏହି ସମସ୍ୟାକୁ ଉପଲବ୍ଧି କରି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଇ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ବିରୋଧୀ ରାଜନୈତିକ ଦଳ ଯେତେ ଅପପ୍ରଚାର କଲେ ମଧ୍ୟ ତାହା ଫସର ଫାଟି ଯାଇଛି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ଏପରି ଏକ ଘଟଣା ଯଶିପୁର ବ୍ଲକର ବେଗୁନିଆ ପଞ୍ଚାୟତର ବେଲ୍ଡି ଗ୍ରାମରେ ଦେଖିବାକୁ ମିଳିଛି।ଏହି ଗ୍ରାମର ବାବୁଲୁ ମୁର୍ମୁଙ୍କ ୧୧ ବର୍ଷ ଝିଅ କବିତା ମୁର୍ମୁ ଦୀର୍ଘ ବର୍ଷ ଧରି ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାହାଣ ପାର୍ଶ୍ୱକୁ ଢଳିବା ସହିତ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ। ବାପା ବହୁବାର ଚିକିତ୍ସା ନିମନ୍ତେ ଡାକ୍ତର ପାଖକୁ ଯାଇ ପରାମର୍ଶ କରିଥିଲେ ମଧ୍ୟ ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ ସାଜିଥିଲା। ଶେଷରେ ବାବୁଲୁ ନିରୁପାୟ ହୋଇ ବାରିପଦା ସରକାରୀ ଡାକ୍ତରଖାନାରେ ଝିଅ କବିତାକୁ ଚିକିତ୍ସାପାଇଁ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ କବିତାଙ୍କ ଚିକିତ୍ସା କେବଳ ଭୁବନେଶ୍ୱର ଏମ୍ସ ରେ ହୋଇପାରିବ ବୋଲି କୁହାଯାଇଥିଲା। ଡାକ୍ତର ବାବୁଲୁଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ମିଳିଛି କି ବୋଲି ପଚାରିଥିଲେ। ବାବୁଲୁ ହଁ କହିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କବିତା ଏମ୍ସରେ ଚିକିତ୍ସିତ ହୋଇଥିଲେ। ପ୍ରଥମ ଅସ୍ତ୍ରୋପଚାର ଅସଫଳ ହେବା ପରେ ପୁଣି ୧୪ ଦିନ ପରେ ଡାକ୍ତର ଆଉଏକ ଅସ୍ତ୍ରୋପଚାର କରିବା ସହିତ କବିତା ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଫୋରେନ୍‌ସିକ୍ ଲ୍ୟାବ୍‌ରେ ସୁଇସାଇଡ୍ ନୋଟ୍, ପତ୍ନୀଙ୍କୁ ସନ୍ଦେହ

ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଅସ୍ତ୍ରୋପଚାର ପାଇଁ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ବିନିଯୋଗ ହୋଇଥିବା କବିତାଙ୍କ ପିତା କହିଛନ୍ତି।ନିଜ ପ୍ରତିକ୍ରିୟାରେ ବାବୁଲୁ କହିଛନ୍ତି, ସେ ଜଣେ ଗରିବ ପରିବାରର ଲୋକ। ଚିକିତ୍ସା ପାଇଁ ଏତେଗୁଡିଏ ଟଙ୍କା ତାଙ୍କ ପକ୍ଷରେ ଯୋଗାଡ଼ କରିବା ଅସମ୍ଭବ ଥିଲା। ମାତ୍ର ଏହି କାର୍ଡ ଯୋଗୁଁ ତାଙ୍କ ଝିଅର ଜୀବନ ରକ୍ଷା ହୋଇପାରିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଖି ଛଳ ଛଳ ହୋଇ କୋଟି କୋଟି ପ୍ରଣାମ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ମନଗଢ଼ା ମନ୍ତବ୍ୟ ଦେଇ ଫସିଗଲେ ବିଜେପି ସାଂସଦ: ଭର୍ତ୍ତୃହରି ମହତାବଙ୍କୁ ବିଜେଡି ସାଂସଦଙ୍କ କଟୁ ଭର୍ତ୍ସନା

25 Dec 2021 By The Sakala

ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଁ ଜୀବନ ଫେରିପାଇଲେ କବିତା

ଯଶିପୁର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କର ସାହାରା ହୋଇଛି। ଅର୍ଥ ଅଭାବରୁ ବହୁ ଲୋକ ସଠିକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିଲେ। ମାତ୍ର ଏହି ସମସ୍ୟାକୁ ଉପଲବ୍ଧି କରି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଇ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ବିରୋଧୀ ରାଜନୈତିକ ଦଳ ଯେତେ ଅପପ୍ରଚାର କଲେ ମଧ୍ୟ ତାହା ଫସର ଫାଟି ଯାଇଛି।

ଏପରି ଏକ ଘଟଣା ଯଶିପୁର ବ୍ଲକର ବେଗୁନିଆ ପଞ୍ଚାୟତର ବେଲ୍ଡି ଗ୍ରାମରେ ଦେଖିବାକୁ ମିଳିଛି।ଏହି ଗ୍ରାମର ବାବୁଲୁ ମୁର୍ମୁଙ୍କ ୧୧ ବର୍ଷ ଝିଅ କବିତା ମୁର୍ମୁ ଦୀର୍ଘ ବର୍ଷ ଧରି ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାହାଣ ପାର୍ଶ୍ୱକୁ ଢଳିବା ସହିତ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ। ବାପା ବହୁବାର ଚିକିତ୍ସା ନିମନ୍ତେ ଡାକ୍ତର ପାଖକୁ ଯାଇ ପରାମର୍ଶ କରିଥିଲେ ମଧ୍ୟ ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ ସାଜିଥିଲା। ଶେଷରେ ବାବୁଲୁ ନିରୁପାୟ ହୋଇ ବାରିପଦା ସରକାରୀ ଡାକ୍ତରଖାନାରେ ଝିଅ କବିତାକୁ ଚିକିତ୍ସାପାଇଁ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ କବିତାଙ୍କ ଚିକିତ୍ସା କେବଳ ଭୁବନେଶ୍ୱର ଏମ୍ସ ରେ ହୋଇପାରିବ ବୋଲି କୁହାଯାଇଥିଲା। ଡାକ୍ତର ବାବୁଲୁଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ମିଳିଛି କି ବୋଲି ପଚାରିଥିଲେ। ବାବୁଲୁ ହଁ କହିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କବିତା ଏମ୍ସରେ ଚିକିତ୍ସିତ ହୋଇଥିଲେ। ପ୍ରଥମ ଅସ୍ତ୍ରୋପଚାର ଅସଫଳ ହେବା ପରେ ପୁଣି ୧୪ ଦିନ ପରେ ଡାକ୍ତର ଆଉଏକ ଅସ୍ତ୍ରୋପଚାର କରିବା ସହିତ କବିତା ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଅସ୍ତ୍ରୋପଚାର ପାଇଁ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ବିନିଯୋଗ ହୋଇଥିବା କବିତାଙ୍କ ପିତା କହିଛନ୍ତି।ନିଜ ପ୍ରତିକ୍ରିୟାରେ ବାବୁଲୁ କହିଛନ୍ତି, ସେ ଜଣେ ଗରିବ ପରିବାରର ଲୋକ। ଚିକିତ୍ସା ପାଇଁ ଏତେଗୁଡିଏ ଟଙ୍କା ତାଙ୍କ ପକ୍ଷରେ ଯୋଗାଡ଼ କରିବା ଅସମ୍ଭବ ଥିଲା। ମାତ୍ର ଏହି କାର୍ଡ ଯୋଗୁଁ ତାଙ୍କ ଝିଅର ଜୀବନ ରକ୍ଷା ହୋଇପାରିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଖି ଛଳ ଛଳ ହୋଇ କୋଟି କୋଟି ପ୍ରଣାମ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର