୧୫ରୁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା ୨୦୨୧’ : ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଆସନ୍ତା ୧୫ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ପ୍ରର୍ଦଶନୀ ‘କୃଷି ଓଡିଶା ୨୦୨୧’ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ FICCI ସହଯୋଗୀତାରେ ମାର୍ଚ୍ଚ ୧୫ରୁ କୃଷି ଓଡିଶା ୨୦୨୧ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରର୍ଦଶନୀ ବରମୁଣ୍ଡା ବିଜୁପଟ୍ଟନାୟକ ଖେଳପଡ଼ିଆରେ ୧୫ ରୁ ୧୯ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବକୁ ଉଦଘାଟନ କରିବେ । କୃଷି ମହୋତ୍ସବର ଉଦଯାପନୀ ଦିବସରେ ରାଜ୍ୟପାଳ […]

ଭୁବନେଶ୍ବର : ଆସନ୍ତା ୧୫ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ପ୍ରର୍ଦଶନୀ ‘କୃଷି ଓଡିଶା ୨୦୨୧’ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ FICCI ସହଯୋଗୀତାରେ ମାର୍ଚ୍ଚ ୧୫ରୁ କୃଷି ଓଡିଶା ୨୦୨୧ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରର୍ଦଶନୀ ବରମୁଣ୍ଡା ବିଜୁପଟ୍ଟନାୟକ ଖେଳପଡ଼ିଆରେ ୧୫ ରୁ ୧୯ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବକୁ ଉଦଘାଟନ କରିବେ । କୃଷି ମହୋତ୍ସବର ଉଦଯାପନୀ ଦିବସରେ ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୃଷି ଓ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନ କୌଶଳ , କୃଷି ଯନ୍ତ୍ରପାତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକୀୟ ଋଣର ସହଜ ଉପଲବ୍ଧତା, ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ସମ୍ପର୍କରେ ଅଧିକ ସୂଚନା ଦେବ ଏହି ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଏ ବର୍ଷ କୃଷି ଓଡ଼ିଶାର ବିଷୟଵସ୍ତୁ ରହିଛି ସମନ୍ବିତ ଚାଷ ଚାଷୀର ବିକାଶ । ଏବର୍ଷ କୃଷି ଓଡ଼ିଶାରେ ୧୬୦ ଗୋଟି ମଣ୍ଡପ ପ୍ରଦର୍ଶିତ ହେବ । କୃଷି, ଉଦ୍ୟାନ କୃଷି , ମୃତ୍ତିକା ସଂରକ୍ଷଣ , ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥା , କୃଷକ ଉତ୍ପାଦନକାରୀ ସଙ୍ଘ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭଳି ଅନେକ ସଂସ୍ଥା ଏହି ପଦର୍ଶନୀରେ ଯୋଗ ଦେବେ । ଏବର୍ଷ ୧୦ଟି ବିଷୟବସ୍ତୁ ଉପରେ କୃଷିର ଉନ୍ନତି କରଣ ପାଇଁ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳ, ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର, ସମ୍ବଳ ବିକାଶ, କୃଷି ସାମଗ୍ରୀର ବିତରଣ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଚଳିତ ବର୍ଷ କୃଷି ଓଡ଼ିଶାରେ ୧୬୦ ଗୋଟି ଷ୍ଟଲ ପ୍ରଦର୍ଶିତ ହେବ । ବର୍ତ୍ତମାନ ଛତୁ ଗୁଣାତ୍ମକ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୃଷ୍ଟିଯୁକ୍ତ ଖାଦ୍ୟ ହୋଇଥିବାରୁ ଏହାକୁ କୃଷି ଓଡ଼ିଶା-୨୦୨୧ରେ ମାସ୍କଟ ଭାବେ ଚୟନ କରାଯାଇଛି ।  ୧୬୦ଟି ଷ୍ଟଲରେ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ, ବିଭିନ୍ନ ଯନ୍ତ୍ରପାତି ପଦର୍ଶୀତ କରାଯିବ । ଦୈନିକ ୩୦ ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

12 Mar 2021 By The Sakala

୧୫ରୁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା ୨୦୨୧’ : ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ୧୫ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ପ୍ରର୍ଦଶନୀ ‘କୃଷି ଓଡିଶା ୨୦୨୧’ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ FICCI ସହଯୋଗୀତାରେ ମାର୍ଚ୍ଚ ୧୫ରୁ କୃଷି ଓଡିଶା ୨୦୨୧ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରର୍ଦଶନୀ ବରମୁଣ୍ଡା ବିଜୁପଟ୍ଟନାୟକ ଖେଳପଡ଼ିଆରେ ୧୫ ରୁ ୧୯ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବକୁ ଉଦଘାଟନ କରିବେ । କୃଷି ମହୋତ୍ସବର ଉଦଯାପନୀ ଦିବସରେ ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

କୃଷି ଓ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନ କୌଶଳ , କୃଷି ଯନ୍ତ୍ରପାତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକୀୟ ଋଣର ସହଜ ଉପଲବ୍ଧତା, ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ସମ୍ପର୍କରେ ଅଧିକ ସୂଚନା ଦେବ ଏହି ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ।

ଏ ବର୍ଷ କୃଷି ଓଡ଼ିଶାର ବିଷୟଵସ୍ତୁ ରହିଛି ସମନ୍ବିତ ଚାଷ ଚାଷୀର ବିକାଶ । ଏବର୍ଷ କୃଷି ଓଡ଼ିଶାରେ ୧୬୦ ଗୋଟି ମଣ୍ଡପ ପ୍ରଦର୍ଶିତ ହେବ । କୃଷି, ଉଦ୍ୟାନ କୃଷି , ମୃତ୍ତିକା ସଂରକ୍ଷଣ , ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥା , କୃଷକ ଉତ୍ପାଦନକାରୀ ସଙ୍ଘ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭଳି ଅନେକ ସଂସ୍ଥା ଏହି ପଦର୍ଶନୀରେ ଯୋଗ ଦେବେ । ଏବର୍ଷ ୧୦ଟି ବିଷୟବସ୍ତୁ ଉପରେ କୃଷିର ଉନ୍ନତି କରଣ ପାଇଁ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳ, ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର, ସମ୍ବଳ ବିକାଶ, କୃଷି ସାମଗ୍ରୀର ବିତରଣ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ ।

ଚଳିତ ବର୍ଷ କୃଷି ଓଡ଼ିଶାରେ ୧୬୦ ଗୋଟି ଷ୍ଟଲ ପ୍ରଦର୍ଶିତ ହେବ । ବର୍ତ୍ତମାନ ଛତୁ ଗୁଣାତ୍ମକ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୃଷ୍ଟିଯୁକ୍ତ ଖାଦ୍ୟ ହୋଇଥିବାରୁ ଏହାକୁ କୃଷି ଓଡ଼ିଶା-୨୦୨୧ରେ ମାସ୍କଟ ଭାବେ ଚୟନ କରାଯାଇଛି ।  ୧୬୦ଟି ଷ୍ଟଲରେ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ, ବିଭିନ୍ନ ଯନ୍ତ୍ରପାତି ପଦର୍ଶୀତ କରାଯିବ । ଦୈନିକ ୩୦ ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର