ବାରମ୍ବାର ମମିତାଙ୍କ ଘରକୁ ଯାଇ ବିଜେପି ଡ୍ରାମା କରୁଛି- ବରିଷ୍ଠ ନେତା ଦାମୋଦର ରାଉତ

The Sakala Picture
Published On

ଭୁବନେଶ୍ୱର: ମହାଲିଙ୍ଗ ମମିତା ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଏହି ଘଟଣାକୁ ନେଇ କୌଣସି ବ୍ୟକ୍ତି କିମ୍ବା ଦଳ ନୁହଁନ୍ତି ସମସ୍ତ ରାଜ୍ୟବାସୀ ଲଜ୍ଜିତ ବୋଲି କହିଛନ୍ତି ଦାମ । ପୋଲିସ ତଦନ୍ତ ପରେ ଘଟଣାରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ। ବିରୋଧୀ ବିଶେଷ କରି ବିଜେପି ଏହାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି, କିଛି ଆନ୍ତରିକତା ନାହିଁ । ଆଇନ୍ ଶୃଙ୍ଖଳା ରାଜ୍ୟର ବିଷୟ । […]

ଭୁବନେଶ୍ୱର: ମହାଲିଙ୍ଗ ମମିତା ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଏହି ଘଟଣାକୁ ନେଇ କୌଣସି ବ୍ୟକ୍ତି କିମ୍ବା ଦଳ ନୁହଁନ୍ତି ସମସ୍ତ ରାଜ୍ୟବାସୀ ଲଜ୍ଜିତ ବୋଲି କହିଛନ୍ତି ଦାମ । ପୋଲିସ ତଦନ୍ତ ପରେ ଘଟଣାରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ। ବିରୋଧୀ ବିଶେଷ କରି ବିଜେପି ଏହାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି, କିଛି ଆନ୍ତରିକତା ନାହିଁ ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ଆଇନ୍ ଶୃଙ୍ଖଳା ରାଜ୍ୟର ବିଷୟ । ଏଥିପାଇଁ ରାଜ୍ୟରେ ପୋଲିସ ରହିଛି । ସିବିଆଇ କେନ୍ଦ୍ରୀୟ ସଂସ୍ଥା । ବିଜେପି ନେତା କହୁଛନ୍ତି ସିବିଆଇ ତଦନ୍ତ ହେଉ । ଯଦି ରାଜ୍ୟ ପୋଲିସ ଉପରେ ବିଜେପିର ବିଶ୍ୱାସ ନାହିଁ, ତାହେଲେ ସିବିଆଇ ଆସିଲେ ବିଜେପି ଦ୍ୱାରା ପ୍ରଭାବିତ ହୋଇ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ କିଛି କରିପାରନ୍ତି । ମୁଖ୍ୟମନ୍ତ୍ରୀ ସବୁକିଛି ଉପରେ ନଜର ରଖିଛନ୍ତି । ତଦନ୍ତ ସରିଲେ ନବୀନ କାର୍ଯ୍ଯାନୁଷ୍ଠାନ ନେବେ ବୋଲି କହିଛନ୍ତି ଦାମ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ବିଜେପି ଓ କଂଗ୍ରେସ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ କିଛି କରୁନାହାଁନ୍ତି, ଯାହା କରୁଛନ୍ତି ରାଜନୀତି ପାଇଁ । ମମିତାଙ୍କୁ ହତ୍ୟା କରି ଗୋବିନ୍ଦ ଓ ଅନ୍ୟାମାନେ ପୋତିଛନ୍ତି । ମନ୍ତ୍ରୀଙ୍କର ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନାହିଁ । ବିରୋଧୀ ଖାଲି ତୁଚ୍ଛାରେ ଡେଉଁଛନ୍ତି। ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଥିଲେ ଦେବାକୁ କହିଛନ୍ତି ଦାମୋଦର ରାଉତ । କେବଳ ରାଜନୈତିକ ଫାଇଦା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି କରୁଥିବା ଦାମ କହିଛନ୍ତି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ମମିତାଙ୍କୁ ନ୍ୟାୟ ଦେବାକୁ ବିରୋଧୀଙ୍କ ଆନ୍ତରିକତା ନାହିଁ । ବିଜେପିର ଆଭିମୁଖ୍ୟ ହେଉଛି, ଏହି ଘଟଣାକୁ ଆଳ କରି ରାଜନୈତିକ ଫାଇଦା ଉଠାଇବା । ବିଜେପି ଅଧ୍ୟକ୍ଷ ଯଦି ଏଠାକୁ କମିଟି ପଠାଉଛନ୍ତି, ୟୁପି ଲକ୍ଷ୍ମୀପୁର ଖେରିକୁ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଦାମ । ବାରମ୍ବାର ମମିତାଙ୍କ ଘରକୁ ଯାଇ ବିଜେପି ଡ୍ରାମା କରୁଥିବା ବେଳେ ପରିବାର ଲୋକ କଷ୍ଟ ପାଉଛନ୍ତି । ଏସବୁକୁ ନାପସନ୍ଦ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ ।

29 Oct 2021 By The Sakala

ବାରମ୍ବାର ମମିତାଙ୍କ ଘରକୁ ଯାଇ ବିଜେପି ଡ୍ରାମା କରୁଛି- ବରିଷ୍ଠ ନେତା ଦାମୋଦର ରାଉତ

ଭୁବନେଶ୍ୱର: ମହାଲିଙ୍ଗ ମମିତା ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଏହି ଘଟଣାକୁ ନେଇ କୌଣସି ବ୍ୟକ୍ତି କିମ୍ବା ଦଳ ନୁହଁନ୍ତି ସମସ୍ତ ରାଜ୍ୟବାସୀ ଲଜ୍ଜିତ ବୋଲି କହିଛନ୍ତି ଦାମ । ପୋଲିସ ତଦନ୍ତ ପରେ ଘଟଣାରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ। ବିରୋଧୀ ବିଶେଷ କରି ବିଜେପି ଏହାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି, କିଛି ଆନ୍ତରିକତା ନାହିଁ ।

ଆଇନ୍ ଶୃଙ୍ଖଳା ରାଜ୍ୟର ବିଷୟ । ଏଥିପାଇଁ ରାଜ୍ୟରେ ପୋଲିସ ରହିଛି । ସିବିଆଇ କେନ୍ଦ୍ରୀୟ ସଂସ୍ଥା । ବିଜେପି ନେତା କହୁଛନ୍ତି ସିବିଆଇ ତଦନ୍ତ ହେଉ । ଯଦି ରାଜ୍ୟ ପୋଲିସ ଉପରେ ବିଜେପିର ବିଶ୍ୱାସ ନାହିଁ, ତାହେଲେ ସିବିଆଇ ଆସିଲେ ବିଜେପି ଦ୍ୱାରା ପ୍ରଭାବିତ ହୋଇ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ କିଛି କରିପାରନ୍ତି । ମୁଖ୍ୟମନ୍ତ୍ରୀ ସବୁକିଛି ଉପରେ ନଜର ରଖିଛନ୍ତି । ତଦନ୍ତ ସରିଲେ ନବୀନ କାର୍ଯ୍ଯାନୁଷ୍ଠାନ ନେବେ ବୋଲି କହିଛନ୍ତି ଦାମ ।

ବିଜେପି ଓ କଂଗ୍ରେସ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ କିଛି କରୁନାହାଁନ୍ତି, ଯାହା କରୁଛନ୍ତି ରାଜନୀତି ପାଇଁ । ମମିତାଙ୍କୁ ହତ୍ୟା କରି ଗୋବିନ୍ଦ ଓ ଅନ୍ୟାମାନେ ପୋତିଛନ୍ତି । ମନ୍ତ୍ରୀଙ୍କର ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନାହିଁ । ବିରୋଧୀ ଖାଲି ତୁଚ୍ଛାରେ ଡେଉଁଛନ୍ତି। ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଥିଲେ ଦେବାକୁ କହିଛନ୍ତି ଦାମୋଦର ରାଉତ । କେବଳ ରାଜନୈତିକ ଫାଇଦା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି କରୁଥିବା ଦାମ କହିଛନ୍ତି ।

ମମିତାଙ୍କୁ ନ୍ୟାୟ ଦେବାକୁ ବିରୋଧୀଙ୍କ ଆନ୍ତରିକତା ନାହିଁ । ବିଜେପିର ଆଭିମୁଖ୍ୟ ହେଉଛି, ଏହି ଘଟଣାକୁ ଆଳ କରି ରାଜନୈତିକ ଫାଇଦା ଉଠାଇବା । ବିଜେପି ଅଧ୍ୟକ୍ଷ ଯଦି ଏଠାକୁ କମିଟି ପଠାଉଛନ୍ତି, ୟୁପି ଲକ୍ଷ୍ମୀପୁର ଖେରିକୁ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଦାମ । ବାରମ୍ବାର ମମିତାଙ୍କ ଘରକୁ ଯାଇ ବିଜେପି ଡ୍ରାମା କରୁଥିବା ବେଳେ ପରିବାର ଲୋକ କଷ୍ଟ ପାଉଛନ୍ତି । ଏସବୁକୁ ନାପସନ୍ଦ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର